ରାମ ନାରାୟଣ ହାଇସ୍କୁଲର ୧୯୮୪ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ: ବଖାଣିଲେ ବିଦ୍ୟାଳୟ ଜୀବନର ସ୍ମୃତି ଓ ଅନୁଭୂତି |

29

କଟକ (ଉତ୍କଳ ନ୍ୟୁଜ ) ୧୭-୦୨-୨୦୨୪: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଦୋଳସାହି ରାମ ନାରାୟଣ ହାଇସ୍କୁଲର ୧୯୮୪ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ପୁରାତନ ଛାତ୍ର ଦୀଲିପ ଓଝାଙ୍କ ଆବାହକତ୍ୱରେ ଆୟୋଜିତ ଏହି ବନ୍ଧୁ ମିଳନ ଉତ୍ସବରେ ମୋଟ ୫୪ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶୁଭଲକ୍ଷ୍ମୀ ଦାସ, ବିଭାଶ୍ରୀ ବଳ ଓ ସମୀକ୍ଷା ଓଝା ସ୍ୱାଗତ ସଙ୍ଗୀତ ଗାନ କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପୁରାତନ ଛାତ୍ର ରାଜେନ୍ଦ୍ର କୁମାର ବଳଙ୍କ ପରିଚାଳନାରେ ଭାବ ବିନିମୟ ଓ ଅତୀତର ସ୍ମୃତିଚାରଣ କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଦିବଙ୍ଗତ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବ୍ରଜମୋହନ ମିଶ୍ର, ପ୍ରଦୀପ ପାଣିଗ୍ରାହୀ, ବୈଲୋଚନ ନାୟକ, ପ୍ରଭାକର ପାଣିଗ୍ରାହୀ, ଶୁଭେନ୍ଦୁ ଘଢାଇ, ଜୟନ୍ତ ପାତ୍ର, ରଘୁନଥ ମହାନ୍ତି, ତପନ ବେହେରା, ରଘୁନାଥ ମହାପାତ୍ର, ଗଙ୍ଗାଧର ପଣ୍ଡା, ମନୋଜ ବସନ୍ତରାୟ, ଜୟଦେବ ପଲାଇ, ଭାଗିରଥି ଦାସ, ଅନୀତା ସାହୁ, ଶକୁନ୍ତଳା ସେନାପତି, ମମତା ମିଶ୍ର, ବାସନ୍ତୀ ଗିରି ଓ ଶ୍ରଦ୍ଧାଞ୍ଜଳି ସାହାଣି ପ୍ରମୁଖ ନିଜ ନିଜ ବିଦ୍ୟାଳୟ ଜୀବନର ଅନୁଭୂତି ବଖାଣିଥିଲେ । ଶେଷରେ ଆଶିଷ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |