ବାରିପଦା ମୁଢ଼ି ର କ୍ରେତା,ବିକ୍ରେତା ଙ୍କୁ ନେଇ ଆଲୋଚନା ଉତ୍ସବ ।

19

କଟକ (ଉତ୍କଳ ନ୍ୟୁଜ ) ୧୬-୦୨-୨୦୨୪ : ରସଗୋବିନ୍ଦପୁର ବ୍ଲକ ଅଧୀନସ୍ଥ ଝାଟିଗଡା ପଞ୍ଚାୟତରେ କସାଫଳିଆ ଠାରେ ଥିବା ବାରିପଦା ମୁଦି କାର୍ଯ୍ୟାଳରେ କ୍ରେତା ବିକ୍ରେତା ମାନଙ୍କୁ ନେଇ ଏକ ଆଲୋଚନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି !୨୦୦ଜଣ କାରିଗର (ବିକ୍ରେତା )ଏବଂ ୩୦ଜଣ କ୍ରେତା ମହିଳା ମାନେ ଉତ୍ପାଦନ କରୁଥିବା ଦେଶୀ ମୁଢି, ଛତୁଆ, ଦେଶୀ ହଳଦୀ, ଆମ୍ବୁଲ, ତେନ୍ତୁଳି, ଚାଉଳ ଭଜା, ଆମ୍ବ ଆଚାର ବ୍ୟବସାୟ ର କିଣା ବିକା ରେ ହେଉଥିବା ଅସୁବିଧା ବାବଦରେ ଆଲୋଚନା କରିଥିଲେ !ଏହି ଅବସରରେ ଆୟୋଜିତ ସଭାରେ ଅଗ୍ରଣୀ ସସ୍ୱେଚ୍ଛାସେବୀ ଅନୁଷ୍ଠାନ ଉନ୍ନୟନ ର ସମ୍ପାଦିକା ଶ୍ରୀମତୀ ରଶ୍ମି ମହାନ୍ତି ଙ୍କ ସଭାପତିତ୍ୱରେ ଜିଲ୍ଲା ମିଶନଶକ୍ତି ର (ଡିପିସି )ଶ୍ରୀଯୁକ୍ତ ନିରଞ୍ଜନ କୁମାର ପଣ୍ଡା,ଶ୍ରୀ ବୁଦ୍ଧିଆ ମୁର୍ମୁ, ଦୁଲାରୀ ମୁର୍ମୁ (ସରପଞ୍ଚ ), ଶିକ୍ଷାବିତ ଅବସର ପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ ଜଗନାଥ ସାହୁ, ରତିକାନ୍ତ ବେହେରା,ଯୁବସମାଜସେବୀ ମାନବ ମହାନ୍ତି,ଗାଡିଘାଟି କ୍ଲଷ୍ଟର କୋଡିନେଟର ବିଜୟଲଷ୍ମୀ ବେହେରା, ଆରତୀ ଜେନା ଉପସ୍ଥିତ ହୋଇ ମହିଳା ମାନେ ସ୍ୱାବଲମ୍ବୀ ଏବଂ ଆଗାମୀ ଦିନରେ ବ୍ୟବସାୟ କିପରି ଆର୍ଥିକ ସୁଦୃଢ ହୋଇ ପରିବେ ନିଜ ଅନୁଭୂତି ବଖାଣି ଥିଲେ !ପ୍ରଗ୍ରାମକୋଡିନେଟର ସତ୍ୟବ୍ରତ ଦାସ ଭାରତ ସରକାରଙ୍କ ମାଧ୍ୟମ ଖୁଦ୍ର କୋଟିର ଶିଳ୍ପ(MSME) ବିଭାଗ ଦ୍ୱାରା ମିଳିଥିବା ଅର୍ଥ ରାଶି ଏବଂ ପ୍ରତି ମାସରେ କାରବାର ହେଉଥିବା ଉତ୍ପାଦକ ସାମଗ୍ରୀ ର କେଉଁ ସ୍ଥାନରେ ବିକ୍ରି କରାଯାଉଛି ଦୁଲାଳ ପ୍ରଡୁସର କମ୍ପାନୀ ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ !ମାନିନୀ ହାଁସଦା ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା ରେ ସଂଜୀବ ଦାସ, ଚନ୍ଦନ ଦାସ, ପ୍ରଶାନ୍ତ ସାହୁ, ଶ୍ରୀଧର ନାୟକ, ସାଗ୍ରାମ ମୁର୍ମୁ, ସୌରଭ, ଜିତୁ, ସାବନ, ଦେବଦତ୍ତ, ହୀରା, ଉମା, ରେବତୀ, ରଶ୍ମି, ଅଶ୍ୱନୀ,ଚଞ୍ଚଳା, ଗାୟତ୍ରୀ, ସହଯୋଗ କରିଥିଲେ ! । ମୟୂରଭଞ୍ଜ ରୁ ଉତ୍କଳ କେଶରୀ ପାଳ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |