ସଂଯୁକ୍ତ କିଷାନମୋର୍ଚ୍ଚା ଓ ଟ୍ରେଡ୍ ୟୁନିୟନ ପକ୍ଷରୁ ୧୨ ଘଣ୍ଟିଆ ହରତାଳ ଓ ଧର୍ମଘଟ |

21

କଟକ (ଉତ୍କଳ ନ୍ୟୁଜ ) ୧୬-୦୨-୨୦୨୪; କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଏବଂ ଜାତୀୟତା ବିରୋଧୀ ଧ୍ୱଂସକାରୀ ନୀତି ଗୁଡିକ ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ ୟୁନିୟନମାନଙ୍କର ମିଳିତ ମଞ୍ଚ ଏବଂ କର୍ମଚାରୀ ସଂଗଠନମାନଙ୍କର ସ୍ୱାଧୀନ ଫେଡେରେସନ୍ ସମୂହ ତରଫରୁ ମିଳିତ ଭାବେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରାଯାଇଛି । ଏହି ପରିପ୍ରେକ୍ଷିରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗଦିବଜାର, ପୀରାହାଟ ଓ ତିହିଡି ସଦର ବଜାରରେ ପୃଥକ୍ ପୃଥକ ଭାବେ ବନ୍ଦ ପାଳନ କରାଯାଇଛି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ସମ୍ପଭି, ପୁଞ୍ଜି ଏବଂ ପ୍ରାକୃତିକ ସଂପଦଗୁଡିକୁ ମୁଷ୍ଟିମେୟ ବୃହତ ପୁଞ୍ଜିପତିଙ୍କ ହାତରେ ଟେକି ଦେଉଥିବା ଅଭିଯୋଗ କରିଛନ୍ତି । ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଥିବା ସମସ୍ତ ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକୁ ଅକ୍ତିଆର କରି ଅଚଳ କରି ଦିଆଯାଉଛି । ଶ୍ରମଜୀବୀ ଜନସାଧାରଣଙ୍କ ଜୀବନ ଏବଂ ଜୀବିକା ଉପରେ ନିର୍ମମ ଆକ୍ରମଣ କରିବା ସହିତ ଶ୍ରମିକ ଏବଂ କୃଷକ ବିରୋଧୀ ନୀତିଗୁଡିକୁ କାର୍ଯ୍ୟକାରୀ କରୁଛନ୍ତି । ସାଧାରଣ ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଓ ପ୍ରତିବାଦର ସ୍ୱରକୁ କ୍ଷୂର୍ଣ୍ଣ କରାଯାଉଛି । ସାମାଜିକ ଏବଂ ରାଜନୈତିକ ବାତାବରଣ ନଷ୍ଟ କରିବା, ଗଣମାଧ୍ୟମ ଉପରେ ଆକ୍ରମଣ କରିବା ସହିତ ଦଙ୍ଗା, ହତ୍ୟା ଏବଂ ଯୌନ ନିର୍ଯ୍ୟାତନାରେ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦିଆଯାଉଛି । ବିଦେଶରୁ କଳା ଧନ ଫେରିବା, ବାର୍ଷିକ ୨ କୋଟି ବେକାର ନିଯୁକ୍ତି, କୃଷି ଓ କୃଷକର ଉନ୍ନତି ଆଣିବା ଆଦି ମୋଦିଙ୍କ ନିର୍ବାଚନୀ ଇସ୍ତାହାର ଆଜି ଫସର ଫାଟିଛି । ଶ୍ରମିକମାନଙ୍କୁ ସ୍ଥାୟୀ ନିଯୁକ୍ତି ନଦେଇ ଠିକା ଶ୍ରମିକ ଭାବେ ରଖାଯାଉଛି । ଶ୍ରମିକ ବିରୋଧୀ ଚାରୋଟି ଶ୍ରମକୋଡ୍ ଜରିଆରେ ଶ୍ରମିକମାନଙ୍କର ସମସ୍ତ ଅଧିକାରକୁ ଖର୍ବ କରାଯାଇଛି । ଆଶା, ଅଙ୍ଗନବାଡି, ପାଚିକା, ବ୍ୟାଙ୍କ ମିତ୍ର, ବ୍ୟାଙ୍କ ସଖୁ, କୃଷକ ସାଥୀ ଇତ୍ୟାଦି ବିଭିନ୍ନ ପ୍ରକାର ସ୍କିମ୍ ଶ୍ରମିକମାନଙ୍କୁ ଶ୍ରମିକର ମାନ୍ୟତା ଦିଆଯାଉନାହିଁ । ଲକ୍ଷ୍ମୀପୁର କୃଷକ ଗଣହତ୍ୟା ଷଡଯନ୍ତ୍ରରେ ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିବା, ଶ୍ରମିକମାନଙ୍କୁ ମାସକୁ ସର୍ବନିମ୍ନ ୨୬ ହଜାର ଟଙ୍କା ଦରମା, ମନରେଗା ଶ୍ରମିକଙ୍କ ଦୈନିକ ମଜୁରୀ ୬ଶହ ଟଙ୍କା ସହ ବାର୍ଷିକ ୨ଶହ ଦିନ କାମ, ସମସ୍ତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ସଂଗ୍ରହକୁ ସୁନିଶ୍ଚିତ କରିବା, କୃଷକମାନଙ୍କୁ ରଣରୁ ମୁକ୍ତି, ଚାଷୀକୁ ଜମିର ଅଧିକାର ଆଦି ୨୦ ଦଫା ଦାବିନେଇ ଏହି ହରତାଳ କରାଯାଇଛି । ଜରୁରୀକାଳିନ ସେବାକୁ ବାଦ୍ ଦିଆଯାଇ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ସ୍କୁଲ ଓ କଲେଜ ବନ୍ଦ କରାଯାଇଥିଲା । ସାଥିମାନେ ପିକେଟିଂ ଜରିଆରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ହରତାଳକୁ କଂଗ୍ରେସ ସମର୍ଥନ ଜଣାଇଥିବା ଜଣାଯାଇଛି । ଗଦିବଜାରରେ ସିପିଆଇଏମଏଲ(ଲିବରେସନ) ଜିଲ୍ଲା ସମ୍ପାଦକ ସମର ବଳଙ୍କ ନେତୃତ୍ୱରେ ସନ୍ଥଚରଣ ବିଶ୍ୱାଳ, ନରେନ୍ଦ୍ର ବିଶ୍ୱାଳ, ଅଭିମନ୍ୟୁ ରାଉତ, ଅନାଦି ରାଉତ, ପ୍ରଭାତ ନାୟକ, ବାଦଲ ମହାନ୍ତି, ମନ୍ମଥ ବାରିକ, ପିତାମ୍ବର ବାରିକ, ପ୍ରଶାନ୍ତ ମଳିକ, ବିଚିତ୍ରାନନ୍ଦ ଭୂୟାଁ, ମଧୁସୂଧନ ରାଉତ, ଶ୍ରଧର ଧଳ, ଅଜୟ ଦାସ ପ୍ରମୁଖଙ୍କ କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ ଓ ଅନ୍ୟମାନେ ସାମିଲ ହୋଇଥିଲେ । ପୀରାହାଟରେ ରବିନ୍ଦ୍ର ବାରିକଙ୍କ ନେତୃତ୍ୱରେ ସନାତନ ଦାସ, ଅନିରୁଦ୍ଧ ବାରିକ, ନରେନ୍ଦ୍ର ବଳ, ଉପେନ୍ଦ୍ର ବେହେରା, ଶୁସାନ୍ତ ସେଠୀ, ମନୋଜ ପରିହାରୀ, ବୈଲୋଚନ ସାହୁ, ବନମାଳି ମହାନ୍ତି, ସୁରେନ୍ଦ୍ର ବେହେରା, ମେଘନାଦ ଜେନା, ନବଘନ ଜେନା, ହାରୁନ୍ ସାହା ଓ ସୁରେନ୍ଦ୍ର ରାଉତ ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ତିହିଡି ବଜାରରେ ବିଷ୍ଣୁ ଦାଶ, ପ୍ରଫୁଲ ପାଡୀ, ନାରାୟଣ ଦାଶ, କୃଷ୍ଣଚନ୍ଦ୍ର ମଳିକ, ଦିଲ୍ଲିପ ନାଥ, ଗୟାଧର ସେଠୀ, ଭାଗବତ ସେନାପତି, ଅକ୍ଷୟ ସାହୁ, ଜ୍ୟୋତର୍ମୟ ମଳିକ, ପିତାମ୍ବର ମଳିକ, ବାବୁରାମ ମଳିକ, ସୋମନାଥ ମଳିକ, ତଉଲି ଦାସ, ଅଜୟ ମଳିକ, ମଧୁସୂଦନ ମଳିକ, ସତ୍ୟବ୍ରତ କୁଣ୍ଡ, ଶଶିଭୁଷଣ ତ୍ରିପାଠୀ, କରୁଣାକର ସାହୁ, ନିର୍ମଳ ଦଳାଇଙ୍କ ସମେତ ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ ପ୍ରମୁଖ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |