ଚାଷୀ ଙ୍କୁ ନେଇ ଓରିଏଣ୍ଟେସନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ |

43

କଟକ (ଉତ୍କଳ ନ୍ୟୁଜ ) ୧୫-୦୨-୨୦୨୪ : କେନ୍ଦ୍ରୀୟ ସମନ୍ୱିତ ରୋଗ ପୋକ ପରିଚାଳନା କେନ୍ଦ୍ର , ଭାରତ ସରକାରଙ୍କ କାର୍ଯ୍ୟାଳୟ ତରଫରୁ ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣା ବ୍ଳକର ଦେକୁଡି ଗ୍ରାମରେ ଦୁଇଦିନିଆ ଓରିଏଣ୍ଟସନ୍ କମ୍ ଟ୍ରେନିଂ କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ହୋଇଯାଇଥିଲା। ଏହି ଟ୍ରେନିଂ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଦେକୁଡି ଗ୍ରାମର ସରପଞ୍ଚ କିଶୋର ଚନ୍ଦ୍ର ବାରିକ ଯୋଗଦେବା ସହିତ ବନସ୍ପତି ସଂରକ୍ଷଣ କାର୍ଯ୍ୟାଳୟର ଅଧିକାରୀ ର ମୁଖ୍ୟ ଶ୍ରୀଯୁକ୍ତ ରାଜେନ୍ଦ୍ର ଏସ୍ ପ୍ରଧାନ , ସହାୟକ ବନସ୍ପତି ସଂରକ୍ଷଣ ଅଧିକାରୀ ଶ୍ରୀ ଶୁଭାଶିଷ ସ୍ବାଇଁ, ମଧୁମିତା ପାତ୍ର, ବୈଜ୍ଞାନିକ ସହାୟକ ଶ୍ରୀ ଅରିନ୍ଦମ୍ ବାନାର୍ଜୀ, କୁମାରୀ ସୁତପା ରାୟ, ଯାନ୍ତ୍ରିକ ସହାୟକ ଶ୍ରୀଯୁକ୍ତ ଧୃବ ଚରଣ ରାୟ, ଶ୍ରୀଯୁକ୍ତ ଗଣେଶ ନାରାୟଣ, ଶ୍ରୀ ପ୍ରଦ୍ୟୋତ୍ ଶୁକ୍ଳ ଯୋଗଦାନ ଦେଇଥିଲେ। କାର୍ଯ୍ୟକ୍ରମ ରେ ରାସାୟନିକ ସାର ଔଷଧ ର ବ୍ୟବହାର କୁ ହ୍ରାସ କରି ଜୈବିକ ପଦ୍ଧତିରେ କିପରି କୃଷି କାର୍ଯ୍ୟ କରାଯାଇ ଲାଭବାନ ହୋଇପାରିବ ଏବଂ ରାସାୟନିକ ବିଷ ବ୍ୟବହାର ସମୟରେ କିପରି ସତର୍କତା ଅବଲମ୍ବନ କରାଯିବ ଏହି ବିଷୟରେ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ।