ଭାଟପଡା ଓ ଫତେପୁରରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର |

132

କଟକ (ଉତ୍କଳ ନ୍ୟୁଜ ) ୧୦-୦୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାଟପଡା ଓ ଫତେପୁରରେ ଶନିବାର ପୂର୍ବାହ୍ନରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଯୋଗାଣ, ଗମନା ଗମନ ବଡ ସମସ୍ୟା ହୋଇ ଦଣ୍ଡାୟମାନ ହୋଇଥିଲା । ମୌଳିକ ସୁବିଧାରୁ ବଞ୍ôଚତ ହେଉଥିଲେ ଲୋକେ । ପ୍ରତିବାଦ କଲେ ଶୁଣିବାକୁ ସତେ ଯେପରି କେହିନଥିଲେ । ହେଲେ ରାଜ୍ୟର ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଗଢିବା ଠାରୁ ରାଜ୍ୟରେ ସାମଗ୍ରୀକ ଉନ୍ନତି ହେବାରେ ଲାଗିଛି । ମାଆକୁ ସମ୍ମାନ ଆଉ ଗାଁକୁ କାମର ନାରା ଦେଇ ଲୋକଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ଯୋଜନା ପ୍ରଣୟନ କରିଛି ବିଜେଡି ସରକାର । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପରି ମୌଳିକ ସୁବିଧା ସୁଯୋଗ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହୋଇ ପାରିଛି । ସେହିପରି ମହିଳାମାନେ ସ୍ୱାବଲମ୍ବୀ ହେବା ସହିତ ପରିବାର ପୋଷଣ କରିବାରେ ସକ୍ଷମ ହୋଇ ପାରିଛନ୍ତି । ପଞ୍ଚାୟତ ସ୍ତରରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତରୀକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ, କ୍ରୀଡା ଭିତ୍ତିଭୂମିର ବିକାଶ, ଐତିହ୍ୟ ଭିତ୍ତିଭୂମିର ବିକାଶ ଓ ସୁଗମ ପରିବହନ ବ୍ୟବସ୍ଥା କରାଯାଇଛି । ବିଶେଷ କରି ଲକ୍ଷ୍ମୀ ଯୋଜନା, ଆହାର ଯୋଜନା, ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆଯାଉଥିବା ଅନୁଦାନ ରାଶି ଯୋଜନା ପ୍ରମୁଖ ଯୋଜନା ଗୁଡ଼ିକ ଗ୍ରାମାଞ୍ଚଳର ରୂପରେଖ ବଦଳାଇଛି ଓ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଅତିଥିମାନେ ନିବେଦନ କରିଥିଲେ । ଏହା ବ୍ୟତିତ ଯଦି କାହାରି କୌଣସି ସମସ୍ୟା ଅଥବା ମୌଳିକ ସୁବିଧାରୁ ବଞ୍ôଚତ ରହିଥା’ନ୍ତି ତେବେ ଏହି ସଚେଚନତା ଶିବିର ମାଧ୍ୟମରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ପଞ୍ଚାୟତରେ ଥିବା ମହିଳା ଗୋଷ୍ଠୀଗୁଡ଼ିକ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଷ୍ଟଲ ଗୁଡ଼ିକ ପ୍ରଦର୍ଶିତ କରିଥିଲେ । ଭାଟପଡା ପଞ୍ଚାୟତ ପକ୍ଷରୁ ସ୍ଥାନୀୟ କାଳୀପଡିଆରେ ଶିବିର ଅନୁଷ୍ଠିତ ହୋଇଥିଲା । ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥିଭାବେ ବିଧାୟକଙ୍କ ଧର୍ମପତ୍ନୀ ଋତୁପୂର୍ଣ୍ଣା ସ୍ରୋତସ୍ୱିନୀ ରାଉତରାୟ ଯୋଗଦେଇ ଉଦ୍‌ବୋଧନ ଦେବା ସହିତ ଭଜନ ଗାନ୍ କରି ମନ ମୋହିଥିଲେ । ସମ୍ମାନୀତ ଅତିଥିଭାବେ ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କା ଓ ସିନ୍ଦୋଳ ସରପଞ୍ଚ ସୁପ୍ରଭା ପାଣି, ବିଜେଡି ଜିଲ୍ଲା ଉପସଭାପତି ରଘୁନାଥ ପଣ୍ଡା, ସମ୍ପାଦକ କମଳାକାନ୍ତ ଲେଙ୍କା, ପ୍ରବୀର ନାୟକ, ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ପାଣି, କିର୍ତ୍ତନ ରାଉତ, ଭରତ ମହାପାତ୍ର, ଶରତ ଦାସ, ନାରୀନେତ୍ର କଳ୍ପନା ନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀନବନ୍ଧୁ ପାତ୍ର ଓ ଜିଆଏସ ଆଦିତ୍ୟ ଜେନା ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ଦେବୀପ୍ରସାଦ ପତି, ନରେନ୍ଦ୍ର ବାରିକ, ଗୋଲେକ ପ୍ରସାଦ ଜେନା, ତାରାକାନ୍ତ ଜେନା, ସର୍ବେଶ୍ୱର ନାୟକ, ପ୍ରେମସିନ୍ଧୁ ନାୟକ, ସେକ୍ ଇବ୍ରାହିମ୍‌, ସୁଚିସ୍ମିତା ସାହୁ ଓ କଲ୍ୟାଣୀ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହିଳାମାନଙ୍କ ସଂଖ୍ୟାଧିକ ଉପସ୍ଥିତ ପରିସରକୁ ବେଶ ଉତ୍ସାହିତ କରିଥିଲା । ସେହିପରି ଫତେପୁର ପଞ୍ଚାୟତରେ ବିଜୁ ଜନତା ଦଳର ପଞ୍ଚାୟତ ସଭାପତି ଉମାକାନ୍ତ ସେଠୀଙ୍କ ପୌରୋହିତ୍ୟତରେ ଅନୁଷ୍ଠିତ ଉକ୍ତ ଶିବିରରେ ମୁଖ୍ୟ ଅତିଥିଭାବେ ବାସୁଦେବପୁର ବିଧାୟକଙ୍କ ଧର୍ମପତ୍ନୀ ଋତୁପୂର୍ଣ୍ଣା ସ୍ରୋତସ୍ୱିନୀ ରାଉତରାୟ, ଜିଲ୍ଲା ପରିଷଦ ସଭ୍ୟା ସୁମତୀ ସେଠୀ, ସମିତି ସଭ୍ୟା ମଧୁସ୍ମିତା ନାୟକ, ବିଜେଡି ଜିଲ୍ଲା ଉପସଭାପତି ସୁରେନ୍ଦ୍ର ନାୟକ, ଯୁବ ସଭାପତି ଛନ୍ଦାଚରଣ ନାୟକ, ମୁକୁନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ କିର୍ତ୍ତନ ରାଉତ, କୈଳାସ ରାଉଳ, ପିଇଓ ଶୁଭ୍ରାଂଶୁ ଶେଖର ତ୍ରିପାଠୀ, ପଞ୍ଚାୟତ ଯୁବ ସଭାପତି ସମ୍ବିତ ପରିଡା ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ଶରତ ନାୟକ, ଦିଲ୍ଲୀପ ବଳ, ଅନିଲ ଦାସ, ନାରାୟଣ ପଣ୍ଡା, ପ୍ରଫୁଲ ବେହେରା, ଶ୍ରୀଧର ବାରିକ, ବାସୁଦେବ ନାୟକ, ଦେବପ୍ରକାଶ ମାହୁନ୍ତ, ସତ୍ୟବ୍ରତ ସାହୁ, ମନୋରଞ୍ଜନ କର, ମନ୍ଦରଧର ଭୋଇ, ଏମବିକେ ଲୀଳାବତୀ ବେହେରା, ମହାସଂଘର ସଭାନେତ୍ରୀ ଗୀତାଞ୍ଜଳୀ ସେନାପତି ଓ ସମ୍ପାଦିକା ଅନୁସୟା ପୁଣ୍ଟିଆ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଉଭୟ କାର୍ଯ୍ୟକ୍ରମ ଅବସରରେ ଭଜନ ସହିତ ପାଲା ପରିବେଷଣ କରାଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |