ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଜୋନ୍ ସ୍ତରୀୟ ୩୦ତମ ଆସ୍ଥା ଛାତ୍ର ସମ୍ମିଳନୀ |

132

କଟକ (ଉତ୍କଳ ନ୍ୟୁଜ ) ୮-୦୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲସ୍ଥିତ ଦିବ୍ୟଭୂମିରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଜୋନ୍ ସ୍ତରୀୟ ୩୦ତମ ଆସ୍ଥା ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଏହି ତିନି ଜିଲାରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରଗୁଡ଼ିକର ଛାତ୍ରଛାତ୍ରୀ ମାନଙ୍କର ଏପରି ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି । ୨୬ ଗୋଟି ବିଦ୍ୟାଳୟର ୪ ଶହ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଉଦ୍‌ଘାଟନ ଦିବସରେ ତିନି ଜଣ ଛାତ୍ରୀ ମାତୃ ପତାକା ଉତ୍ତୋଳନ କରିଥିଲେ । ଏହି ଶିବିରରେ ୪୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନୀ ଶକ୍ତି କିପରି ବୃଦ୍ଧି ପାଇବ ସେସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଉଦ୍ୟମ କରାଯାଇଥିଲା । ତିନି ଦିନ ଧରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଏହି ତିନିଦିନ ବ୍ୟାପୀ ଅଧିବେଶନ ଗୁଡ଼ିକରେ ଜିଲା ସହ ସଂଯୋଜକ ପ୍ରଦୀପ କୁମାର ଜେନା, ଜିଲା ନବ ଜୀବନ ଟ୍ରଷ୍ଟର ସଂଯୋଜକ ନାରାୟଣ ଅଗସ୍ତୀ, ଶଶିକାନ୍ତ ଭୋଇ, ପ୍ରଦୀପ ଧଳ, ଲମ୍ବୋଧର ଓ ଦିବ୍ୟଭମିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମହାପାତ୍ର ଉପସ୍ଥିତ ରହିଥିଲେ । ଉଦ୍‌ଯାପନ ଦିବସ ଅପରାହ୍ଣରେ ମାତୃପତାକା ଅବତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦିବ୍ୟଭୂମିର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |