ଇମ୍ଫା -ଚୌଦ୍ୱାର ଦ୍ୱାରା ଆସବାବପତ୍ର ବଣ୍ଟନ |

406

କଟକ (ଉତ୍କଳ ନ୍ୟୁଜ ) ୭-୦୨-୨୦୨୪ ; ଚୌଦ୍ୱାର ଇମ୍ଫା ଶିଳ୍ପଗୋଷ୍ଠୀ ର ସାମାଜିକ ଓ ଦାୟିତ୍ୱ ବୋଧ ଶାଖା ବଂଶୀଧର ଓ ଇଲ୍ଲାପଣ୍ଡା ଫାଉଣ୍ଡେସନ ପକ୍ଷ ରୁ ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ -ଚରବାଟିଆ , ବିରାଟ ୟୁଥ କ୍ଲବ ୱାର୍ଡ ନଂ-୧୯ , ଓ ୪୪ ମଣ୍ଡଳ ରାଜଦୋଳ କମିଟି କୁ ୧୦୦ ଟି ଚେୟାର ଓ ୪ ଟି ଟେବୁଲ ପ୍ରଦାନ କରାଯାଇଥିଲା | ଏହି ଆସବାବପତ୍ର ବଣ୍ଟନ ରେ ଇମ୍ଫା ର ସାଧରଣ ପ୍ରଶାସକ ସାରଦା ପ୍ରସାଦ ରାଓ , ବରିଷ୍ଠ ନାଗରିକ ସଂଘ ର ସଭାପତି ଶ୍ରୀ ଶିଶିର କୁମାର ଶତପଥୀ , ଉପସଭାପତି ଶ୍ରୀ ପ୍ରତାପ କିଶୋର ସାମଲ , ବିରାଟ ୟୁଥ କ୍ଲବ ର ସଭାପତି ଶ୍ରୀ ରାଜୀବ ମହାନ୍ତି , ୪୪ ମଣ୍ଡଳ ସଭାପତି ଶ୍ରୀ ଦୀପକ ମଙ୍ଗରାଜ , ସମ୍ପାଦକ ଶ୍ରୀ କାବୁଲି ସାହୁ , ଉପସଭାପତି ଶ୍ରୀ ହରିହର ପଣ୍ଡା ଆଦି ଅନେକ ସଦସ୍ୟ ଉପସ୍ଥିତ ଥିଲେ | ଇମ୍ଫା ପକ୍ଷ ରୁ ଧୃବ ଚରଣ ରାଉତ , ମାନସ ରଞ୍ଜନ ପ୍ରଧାନ , ଚନ୍ଦ୍ର ଶେଖର ମହାପାତ୍ର , ଶୁଭଶ୍ରୀ ନାୟକ , ଓ ଅନ୍ୟ କର୍ମକର୍ତ୍ତା ମାନଙ୍କ ମଧ୍ୟ ରେ ସୁଶାନ୍ତ କୁମାର ସାହୁ , ଅଜୟ କୁମାର ସ୍ୱାଇଁ , ମହେଶ୍ୱର ପଣ୍ଡା , ମହେନ୍ଦ୍ର କୁମାର ନାୟକ , ବିଜୟ କୁମାର ମହାନ୍ତି , ଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ |