ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଜିଲ୍ଲା ସମନ୍ୱୟ ବୈଠକ |

19

କଟକ (ଉତ୍କଳ ନ୍ୟୁଜ ) ୭-୦୨-୨୦୨୪ : ଫାଇଲେରିଆ ନିରାକରଣ ନିମନ୍ତେ ଫେବୃଆରୀ ୧୦ ତାରିଖ ରେ କଟକ ସହର ର ୫ ଟି ୱାର୍ଡ ରେ ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ଏହି ସବୁ ୱାର୍ଡ ଗୁଡିକ ହେଲା ୱାର୍ଡ ନମ୍ବର ୩୧, ୩୬, ୩୭, ୪୪,ଓ ୪୫ | ଅଙ୍ଗନବାଡି , ଆଶାକର୍ମୀ , ସ୍ୱାସ୍ଥ୍ୟ କର୍ମୀ ଓ ସ୍ବେଛାସେବୀ ମାନେ ଘର କୁ ଘର ବୁଲି ଫାଇଲେରିଆ ନିରକାରଣ ନିମନ୍ତେ ଉଦ୍ଦିଷ୍ଟ ଔଷଧ ପ୍ରଦାନ କରିବେ | ଲିମ୍ଫାଟିକ -ଫାଇଲେରିଆମୁକ୍ତ ଲକ୍ଷ୍ୟ ହାସଲ ଦିଗ ରେ କୌଣସି ପ୍ରୟାସ ହାତଛଡା ନ କରିବାକୁ ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଜିଲ୍ଲା ସମନ୍ୱୟ ବୈଠକ ରେ କଟକ ମହାନଗର ନିଗମ କମିଶନର ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆହ୍ୱାନ ଦେଇଥିଲେ | ସୂଚନାଯୋଗ୍ୟ , କଟକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷ ରୁ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ହାତ କୁ ନିଆଯାଇଛି | ଜନସାଧାରଣ ନିଜ କୁ ଏବଂ ନିଜ ପରିବାର କୁ ଫାଇଲେରିଆ ରୁ ସୁରକ୍ଷିତ ରଖିବା ନିମନ୍ତେ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତି ରେ ଏହି ଔଷଧ ସେବନ କରିବା ଆବଶ୍ୟକ | ଏ ନେଇ ଜନସାଧାରଣ ଅଧିକ ରୁ ଅଧିକ ସଚେତନ ହୋଇପାରିଲେ ଫାଇଲେରିଆ ମୁକ୍ତ ସମାଜ ସମ୍ଭବ ହୋଇପାରିବ | ଗର୍ଭବତୀ ମହିଳା ଏବଂ ଶଯ୍ୟାଶାୟୀ ରୋଗୀ ମାନଙ୍କ ବ୍ୟତୀତ ୨ ବର୍ଷ ବୟସ ରୁ ଉର୍ଧ ଶିଶୁଠାରୁ ପ୍ରାପ୍ତବୟସ୍କ ଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ବଟିକା ସେବନ କରିପାରିବେ | ତେବେ ଏହି ବଟିକା ସେବନ କରିବା ପୂର୍ବ ରୁ ଖାଦ୍ୟ ଖାଇଥିବା ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି | କଟକ ସହରସ୍ଥିତ ମଞ୍ଜୁଲତା ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆସନ୍ତା ୧୦ ତାରିଖ ରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ର ଉଦ୍ଘାଟନ କରାଯିବ ଓ ସେହିଠାରେ ଏକ ଏମଡିଏ କର୍ଣ୍ଣର ଗଠନ କରାଯିବ | ବୈଠକ ରେ ସହରାଂଚଳ ସ୍ୱାସ୍ଥ୍ୟ ଅଧିକାରୀ (କଟକ ମହାନଗର ନିଗମ ) ଡକ୍ଟର ସତ୍ୟବ୍ରତ ମହାପାତ୍ର , କେନ୍ଦ୍ରୀୟ ଟିମ ର ଡକ୍ଟର ଅଭିମନ୍ୟୁ , ଏଡିୟୁପିଏଚଓ ଡକ୍ଟର କାନ୍ତି ନାୟକ , ସିଟି ପ୍ରୋଗ୍ରାମ ମ୍ୟାନେଜର , ଏଲିନା ମହାପାତ୍ର , ସିଡିପିଓ ସ୍ଵର୍ଣ୍ଣଲତା ଦାସ , ଓ ମେଡିକାଲ ଅଫିସର ଡକ୍ଟର ଅଭିଜିତ କର ପ୍ରମୁଖ ଉପସ୍ଥିତ ଥିଲେ |