କଟକ ରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରେର ଆଲୋଚନାଚକ୍ର ଅନୁଷ୍ଠିତ |

23

କଟକ (ଉତ୍କଳ ନ୍ୟୁଜ ) ୬-୦୨-୨୦୨୪ : ଓଡ଼ିଆ ଭାଷା ଅତୀତ ର ଅସ୍ତିତ୍ୱ ଓ ଭାଷା ହିଁ ଭବିଷ୍ୟତ | ଭାଷା ହେଉଛି ଜାତି ର ସ୍ୱାଭିମାନ ର ପ୍ରତୀକ | ୨୦୧୪ ମସିହା ରେ ଓଡ଼ିଆ ଭାଷା କୁ ମିଳିଥିଲା ଶାସ୍ତ୍ରୀୟ ମାନ୍ୟତା | ଓଡ଼ିଆ ଭାଷା କୁ ଉଜ୍ଜୀବିତ କରି ରଖିବା ସମସ୍ତ ଙ୍କ ର ଦାୟିତ୍ୱ ଓ କର୍ତ୍ତବ୍ୟ | ରାଜ୍ୟ ରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେଉଥିବା ରୁ ଏହା ନିଶ୍ଚିତ ଭାବ ରେ ଆମ ଓଡ଼ିଆ ଭାଷା କୁ ସମୃଦ୍ଧି ପାଠ ରେ ଆଗେଇ ନେବା ନିମନ୍ତେ ଏକ ସଫଳ ପ୍ରୟାସ | ଜିଲ୍ଲା ସମଗ୍ର ଶିକ୍ଷା , କଟକ ଅନୁକୂଲ୍ୟ ରେ ରେଲୱେ ହାଇସ୍କୁଲ ପରିସରରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରେର ଆୟୋଜିତ ଆଲୋଚନା ଚକ୍ର ରେ ଯୋଗଦେଇ ବକ୍ତା ମାନେ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି | ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଆଲୋଚନାଚକ୍ର ପ୍ରାରମ୍ଭ ରେ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷା ସଂଯୋଜିକା ଡାକ୍ତର ଶୁଚିସ୍ମିତା ମହାନ୍ତି | ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ | ଉତ୍କଳ ସାହିତ୍ୟ ସମାଜ ର ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଢାଲ , ଉପ ସଭାପତି ଡ଼କ୍ଟର ସୁନାମଣି ରାଉତ , ବିଶିଷ୍ଟ ସାହିତ୍ୟିକ ଡ଼କ୍ଟର ସୁବାସିନୀ ଲେଙ୍କା , ଡ଼କ୍ଟର ବୈଜୟନ୍ତୀ ମିଶ୍ର , ସରୋଜିନୀ ମିଶ୍ର , କଲ୍ୟାଣୀ ନାୟକ ପ୍ରମୁଖ ଅତିଥି ଭାବ ରେ ଯୋଗଦେଇ ଭାଷା କୁ ଭିତ୍ତି କରି ଓଡିଶା ରାଜ୍ୟ ଗଠନ ହୋଇଥିବା କହିଥିଲେ | ସର୍ବପ୍ରାଚୀନ ଏହି ଭାଷା ର ଲିପି ଇତିହାସ ରେ ଲିପିବଦ୍ଧ ହୋଇ ରହିଛି | ବହୁ ବୁଦ୍ଧିଜୀବୀ , ଶିକ୍ଷାବିତ ଓ ଶିକ୍ଷକ ଶିକ୍ଷୟତ୍ରୀ ଏହି ଆଲୋଚନାଚକ୍ର ରେ ଅଂଶଗ୍ରହଣ କରିଥିଲେ | ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଜେନା ଧନ୍ୟଵା ଦର୍ପଣ କରିଥିଲେ | ଏହି ଅବସରେର ଛାତ୍ର ଛାତ୍ରୀମାନଙ୍କ ମଧ୍ୟ ରେ ଚିତ୍ରାଙ୍କନ , ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | କଟକ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ରୁ ୧୦୦ ରୁ ଉର୍ଧ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ | ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା |