ଚୌଦ୍ୱାର ଚଷାପଡା ଗ୍ରାମ ରେ ବିଜେଡି ନାରୀନେତ୍ରୀ ଶ୍ରୀମତୀ ରୁପାଲୀ ଲେଙ୍କା |

381

କଟକ (ଉତ୍କଳ ନ୍ୟୁଜ ) ୬-୦୨-୨୦୨୪ : ଆଗାମୀ ନିର୍ବାଚନ କୁ ନେଇ ଚଳଚଂଚଳ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ | ଚୌଦ୍ୱାର କଟକ ବିଜେଡି ନାରୀ ନେତ୍ରୀ ଶ୍ରୀମତୀ ରୁପାଲୀ ଲେଙ୍କା ଏହି ଦୌଡ଼ ରେ ରହିଛନ୍ତି | ତାଙ୍କ ନେତୃତ୍ୱ ରେ ଷୋମବାର ଇନ୍ଦ୍ରାଣୀପାଟଣା ଗ୍ରାମ ପଂଚାୟତ ର ଚଷାପଡା ଗ୍ରାମ ରେ ଶ୍ରୀ ଶ୍ରୀ ଜାଡୁଆ ଠାକୁରାଣୀ ଙ୍କ ମନ୍ଦିର ପରିସରରେ ଶତାଧିକ ମହିଳା ଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି | ଶ୍ରୀମତୀ ଲେଙ୍କା ଏହି ସଭା ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମ ର ବିଭିନ୍ନ ସମସ୍ୟା ବିଷୟ ରେ ବୁଝିଥିଲେ | ଗ୍ରାମ ରେ ବିଭିନ୍ନ ସମସ୍ୟା ଥିବା ବେଳେ ସ୍ୱଚ୍ଛ ପାନୀୟ ଜଳ କୁ ନେଇ ଗ୍ରାମ ରେ ବଡ଼ ସମସ୍ୟା ଦେଖାଦେଇଛି | ସରକାର ଘରେ ଘରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେଇଥିବା ବେଳେ , ମହାନଦୀ କୂଳରେ ରହି ଉକ୍ତ ଗ୍ରାମ ରେ ଆଜି ପର୍ଯ୍ୟନ୍ତ ସ୍ୱଚ୍ଛ ପାନୀୟଜଳ ର ବ୍ୟବସ୍ଥା ହୋଇପାରିନଥିବା ରୁ ଗ୍ରାମ ର ମହିଳା ମାନେ ରାଜ୍ୟ ସରକାର ଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ | ଶ୍ରୀମତୀ ଲେଙ୍କା ଗ୍ରାମର ସମସ୍ୟା ନେଇ ଆଲୋଚନା କରିବା ସହ ଖୁବଶୀଘ୍ର ପାଣି ସମସ୍ୟା ର ସମାଧାନ ଉପରେ ପ୍ରଶାସନିକ ଅଧିକାରୀ ଙ୍କୁ ଅବଗତ କରାଇବେ ବୋଲି ପ୍ରତିଶୃତି ଦେଇଥିଲେ    |