ବିଦେଶରେ ଚାକିରୀ କରାଇ ଦେବା କହି ଲକ୍ଷାଧିକ ଟଙ୍କା ଲୁଟିଥିବା ଲୁଟେରାକୁ କାବୁକରି ପୋଲିସରେ ଜିମା ଦେଲେ ଗ୍ରାମବାସୀ।

47

କଟକ (ଉତ୍କଳ ନ୍ୟୁଜ ) ୦୫-୦୨-୨୦୨୪ ; ବିଦେଶରେ ଚାକିରୀ କରେଇ ଦେବା କହି ଲକ୍ଷ ଲକ୍ଷ ଟଙ୍କା ଲୁଟ୍। ଲୁଟେରାକୁ କାବୁକରି ପୋଲିସରେ ଜିମା ଦେଲେ ଗ୍ରାମବାସୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଳକ ବାଂଶଡା ଥାନା ଅନ୍ତର୍ଗତ ନୂଆଗାଁ ଇଛାପୁର ଗ୍ରାମରେ । ସୂଚନା ମୁତାବକ, ଉକ୍ତ ଗ୍ରାମର ୨୪ ଜଣ ଯୁବକ ବାହାର ଦେଶକୁ ଯିବା ପାଇଁ ପ୍ରତ୍ୟେକଙ୍କ ଠାରୁ ୪୦ ହଜାର ଲେଖାଏଁ ମୋଟ ୯ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଳକ କୋଇଲିପୁର ଅନ୍ତର୍ଗତ କାଙ୍କଦିଆ ଗ୍ରାମର ଦେବବ୍ରତ ଜେନା ଏପରି ଲୁଟିଥିବା ଅଭିଯୋଗ ହୋଇଛି। ଟଙ୍କା ପାଇବାର ୩ ମାସ ବିତିଗଲା ପରେ ମଧ୍ୟ ଚାକିରୀ ନଦେଇ ଦିନ ଗଡେଇ ଚାଲିଥିଲା ଠକ । ଶେଷରେ ଜାଲ ଭିସା ଓ ନିଯୁକ୍ତି ପତ୍ର ଦେଇ ଆଉ କିଛି ଟଙ୍କା ମାଗିଥିଲା ବୋଲି ଅଭିଯୋଗ ହୋଇଛି। ଟଙ୍କା ଦେବା କଥା କହି ଯୁବକ ମାନେ ନିଜ ଗାଁକୁ ଡାକିନେଇ ଅଟକ ରଖି ବାଂଶଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବାଂଶଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ଥାନାକୁ ନେଇ ତଦନ୍ତ ଜାରି ରଖିଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |