ଯାଜପୁରରୋଡ଼ - ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ଆରଡ଼ିରେ ସାଧାରଣ ସଭା।

33

କଟକ (ଉତ୍କଳ ନ୍ୟୁଜ ) ୦୫-୦୨-୨୦୨୪ : ଯାଜପୁରରୋଡ଼ - ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ଆରଡ଼ିରେ ସାଧାରଣ ସଭା।ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ପରିଷଦର ସଂଯୋଜକ ପଦ୍ମାକର ଗୁରୁଙ୍କ ଅଧ୍ୟକ୍ଷତାରେ ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଆରଡ଼ି ଠାରେ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ରୋଡ଼ , ଛୋଟରାୟପୁର, ରାମପୁର ଶଗଡ଼ି, ବିରଜା କ୍ଷେତ୍ର ଯାଜପୁର, ବାହବଳପୁର, ପାଳଦା, ପାଲଟପୂର, ମଙ୍ଗଳପୁର, ଚାନ୍ଦବାଲି, ଭିତରକନିକା ରେଳ ଷ୍ଟେସନ ଦେଇ ଧାମରାକୁ ରେଳ ସଂଯୋଗ ଲାଗି ପରିଷଦ ପକ୍ଷରୁ ରେଳମନ୍ତ୍ରୀ, ପୂର୍ବତଟ ରେଳ ମହା ପ୍ରବନ୍ଧକଙ୍କୁ ଏକାଧିକବାର ସାକ୍ଷାତ କରି ଚଳିତ ବଜେଟରେ ଅନ୍ୟୁନ ୧୧୧୧ କୋଟି ଅର୍ଥ ବରାଦ ଲାଗି ଦୃଢ଼ ଦାବୀ କରାଯାଇଥିଲେ ବି ଚଳିତ ଅନ୍ତରୀଣ ବଜେଟରେ ଟଙ୍କା ଟିଏ ବି ମଞ୍ଜୁର ନ କରିବା କେନ୍ଦ୍ର ସରକାରଙ୍କ ହୀନ ମନ୍ୟତା ଦର୍ଶାଉଛି ବୋଲି ପରିଷଦର ଅଧ୍ୟକ୍ଷ ତଥା ପ୍ରାକ୍ତନ ସାଂସଦ ଡ଼. ରାମଚନ୍ଦ୍ର ଖୁଣ୍ଟିଆ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ପ୍ରକଳ୍ପ ହେଲେ ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟୁନ ୧୨ ଲକ୍ଷ ଲୋକ ଉପକୃତ ହେବେ ଓ ରେଳ ବିଭାଗ ୨୭.୩୭ ପ୍ରତିଶତ ବାର୍ଷିକ ଲାଭାଂଶରେ ରହିବ ଓ ଶକ୍ତିପୀଠ ବିରଜା, ଶୈବପୀଠ ଆଖଣ୍ଡଳମଣି, ଅଭୟାରଣ୍ୟ ଭିତରକନିକା ଓ ଧାମରାଇ ମାଆଙ୍କ ଦର୍ଶନ କରିବାକୁ ଜିଲ୍ଲା, ପ୍ରଦେଶ ଓ ବିଦେଶରୁ ଦୈନିକ ଅନ୍ୟୁନ ୧୦, ୦୦୦ ଲୋକଙ୍କ ସମାଗମ ହେବ ଓ ଅଞ୍ଚଳର ବିକାଶ ଅଧିକ ତ୍ୱରାନ୍ୱିତ ହେବ ବୋଲି ସଂଯୋଜକ ଶ୍ରୀଯୁକ୍ତ ଗୁରୁ କହିଥିଲେ । ଦୀର୍ଘ ବର୍ଷର ଏହି ରେଳ ପ୍ରକଳ୍ପ ଲାଗି ଆମେ ସଂକଳ୍ପବଦ୍ଧ ହୋଇ ନିରନ୍ତର କାର୍ଯ୍ୟ କରିବୁ ବୋଲି ପରିଷଦର ଆବାହକ ସନ୍ତୋଷ ନନ୍ଦ ନିଜ ବକ୍ତବ୍ୟରେ କହିଥିଲେ । ଏହି ପ୍ରକଳ୍ପରେ କେବଳ ଜନସାଧାରଣଙ୍କ ଯାତାୟାତ ନୁହେଁ ବରଂ ତାଳଚେର, ଅନୁଗୁଳ, କଳିଙ୍ଗନଗର ଓ କେନ୍ଦୁଝର ଅଞ୍ଚଳରୁ ଖଣିଜ ଦ୍ରବ୍ୟ ଓ ବିଭିନ୍ନ କଳକାରଖାନାରୁ ଉତ୍ପାଦିତ ଦ୍ରବ୍ୟ, ଖାଦ୍ୟସାମଗ୍ରୀ ଆଦି ମଧ୍ୟ ଧାମରା ବନ୍ଦର ଦେଇ ଦେଶ ଓ ବିଦେଶକୁ ରପ୍ତାନି ହେବ ଯାହାଦ୍ଵାରା ରେଳ ବିଭାଗ ପ୍ରଚୁର ଲାଭ କରିବ ବୋଲି ପରିଷଦର ଉପସଭାପତି ମନୋଜ ବିଶ୍ବାଳ ମତବ୍ୟକ୍ତ କରିଥିଲେ। ପୂର୍ବପୁରୁଷଙ୍କ ଦୀର୍ଘ ବର୍ଷର ଯଥାର୍ଥ ଦାବୀ ହାସଲ କରିବା ଲାଗି ଆମର ଏକତା ଓ ସମଷ୍ଟିଗତ ନିରବଚ୍ଛିନ୍ନ ଉଦ୍ୟମ ଯଦିଓ କଷ୍ଟାଦାୟକ ମାତ୍ର ଆମେ ଏହାକୁ ହାସଲ କରି ରହିବୁ ବୋଲି ଚାନ୍ଦବାଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ସମାଜସେବୀ ଦିଗମ୍ବର ଦାସ ମତପୋଷଣ କରିଥିଲେ । ଲୋକଙ୍କୁ ଭୂୟାଁ ବୁଲାଇ ଉଭୟ ବିଜେଡି ଓ ବିଜେପି ଯେଉଁ ଜନମାରଣ ନୀତି ରେ ୩ ଜିଲ୍ଲାର ସାମୁହିକ ଏହି ରେଳପଥ ଦାବୀକୁ ଜାଣିଶୁଣି ବିଳମ୍ବ କରୁଛନ୍ତି, ଲୋକଙ୍କ ଅଭିଶାପରେ ଉଭୟ ସରକାର ପରିବର୍ତ୍ତନ ହେଲେ ଆମର ଏହି ଦାବୀ ପୂରଣ ହେବ ବୋଲି ବିଶିଷ୍ଟ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଶହ ଶହ ବୁଦ୍ଧିଜୀବୀ, ରାଜନେତା, ସଚେତନ ନାଗରିକ ଓ ସାଧାରଣ ଲୋକ ଉକ୍ତ ସାଧାରଣ ସଭାରେ ଯୋଗ ଦେଇଥିଲେ ।ସଭାରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ, ଯୁବନେତା ସତ୍ୟାନନ୍ଦ ରାଉତ, ପିସିସି ସମ୍ପାଦକ ମନୋଜ ବିଶ୍ୱାଳ, ବୈଲୋଚନ ପଣ୍ଡା, ବଦ୍ରୀନାଥ ନାୟକ, ନରେନ୍ଦ୍ର ବିଶ୍ୱାଳ, ତ୍ରିଲୋଚନ ଦାସ, ରମେଶ ନାୟକ, ଆର୍ତ୍ତବନ୍ଧୁ ପାଢ଼ୀ, ସୁବାସ ଚନ୍ଦ୍ର ନାୟକ, ଶିକ୍ଷାବିତ୍ତ ପ୍ରଫୁଲ୍ଲ ଦାସ, ନିର୍ମଳ ରାଉତ, ଦୀପକ ଭୋଇ, ନିମାଇଁ ଦାସ,ପ୍ରଶାନ୍ତ ସାହୁ, ବନିତା ଦାସ, ଅପୂର୍ବ ସାମଲ, ସନ୍ତୋଷ ବେହେରା, ଆଲୋକ ବେହେରା, ସରୋଜ ନାୟକ, ଭାସ୍କର ମହାନ୍ତି, ରଘୁନାଥ ମାଝୀ, ନିରଞ୍ଜନ ପରିଡ଼ା, ଦୁର୍ଯ୍ୟୋଧନ ବେହେରା, ଲିପିକା ମଳିକ, ଅନନ୍ତ ଦାସ, ଶେଖର ଧଳ, ସୁଲୋଚନା ଦାସ, ଇନ୍ଦ୍ରଜିତ ଦାସ, ବିଭୂତି ମହାପାତ୍ର, ସରୋଜ ନାୟକ, ଖଗେଶ୍ବର ମଲ୍ଲିକ୍, ସାଗର ପରିଡ଼ା ଓ ଅନିଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |