ଭଦ୍ରକ-ଧାମରା ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ ଜନ୍ତୁଆଳି ଛକଠାରେ ରେଳରୋକ |

98

କଟକ (ଉତ୍କଳ ନ୍ୟୁଜ ) ୫-୦୨-୨୦୨୪ : ରେଳ ସଂଗ୍ରାମ ସମିତି ପକ୍ଷରୁ ଭଦ୍ରକ-ଧାମରା ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ ଜନ୍ତୁଆଳି ଛକଠାରେ ରେଳରୋକ ଆନ୍ଦୋଳନ । ଭଦ୍ରକରୁ ଧାମରା ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ କରିବା, ଭଦ୍ରକ-ଧାମରା ରେଳପଥର ଜାତୀୟକରଣ କରିବା, ଯାଯପୁର ରୋଡ-ଧାମରା ରେଳ ପ୍ରକଳ୍ପ ସର୍ଭେ କାର୍ଯ୍ୟ ତୁରନ୍ତ ଶେଷ କରି ରେଳପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା, ଯାଜପୁର ରୋଡ-ଧାମରା ରେଳପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅଧିକ ବ୍ୟୟ ବରାଦ କରିବା ଆଦି ଦାବିରେ ଭଦ୍ରକ-ଧାମରା ରେଳ ସଂଗ୍ରାମ ସମିତି ଓ ଯାଯପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ମିଳିତ ଭାବେ ଭଦ୍ରକ-ଧାମରା ରେଳପଥରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଜନ୍ତୁଆଳି ଛକଠାରେ ରେଳରୋକ ଆନ୍ଦୋଳନ କରାଯାଇଛି । ଏହି ରେଳରୋକ ଆନ୍ଦୋଳନ ସକାଳ ୧୦ ଟା ଠାରୁ ଆରମ୍ଭ ହୋଇ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଫଳରେ ଏହି ରେଳପଥରେ ଆଦାନୀ କଂପାନିର ପ୍ରାୟ ୧୬ ଟି ମାଲବୋଝେଇ ରେଳଗାଡି ଅଟକ ରହିଥିଲା । ଏହି ରେଳରୋକ ଆନ୍ଦୋଳନରେ ଭଦ୍ରକ-ଧାମରା ରେଳ ସଂଗ୍ରାମ ସମିତି ସଭାପତି ବିକାଶ ନାଥ, ସଂପାଦକ ହାକିମ ଦାସ, ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତିର କାର୍ଯ୍ୟକାରିଣୀ ସଭ୍ୟ ମଳୟ ଭୋଇ, ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ ସଭାପତି ବ୍ରହ୍ମାନନ୍ଦ ପରିଡା, ଯଶିପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀବାସ ଦାସ, ଅବସରପ୍ରାପ୍ତ ଶିକ୍ଷକ କୀର୍ତ୍ତନ ବିଶ୍ୱାଳ, ରେଳ ସଂଗ୍ରାମ ସମିତି ର ଉପଦେଷ୍ଟା ଅଞ୍ଜନ ଦାସ, ଚାଷୀନେତା ଗୌରାଙ୍ଗ ଯେନା, ଫକୀର ସ୍ୱାଇଁ, ଅଶୋକ ଭୋଇ, ରମାକାନ୍ତ ବେହେରା, ଯୁବ ନେତା ସୁଶୀଳ ରାଉତ, ପେଜୁ ମଙ୍ଗୁଆଳ, ମାନସ ମହାଳିକ ପ୍ରମୁଖ ନେତୃତ୍ୱ ନେଇଥିଲେ । ଭଦ୍ରକ-ଧାମରା ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ କରିବା ଓ ଶ୍ରମିକମାନଙ୍କ ଦାବିକୁ ସମର୍ଥନ କରି ଆସନ୍ତା ଫେବୃଆରୀ ୧୬ ଧାମରା-ଆଦାନୀ ବନ୍ଦର ଫାଟକ ସମ୍ମୁଖରେ ଓ ଜନ୍ତୁଆଳି ଛକଠାରେ ରେଳ ସଂଗ୍ରାମ ସମିତି ପକ୍ଷରୁ ପୁଣି ରେଳରୋକ ଆନ୍ଦୋଳନ କରାଯିବ ବୋଲି ରେଳ ସଂଗ୍ରାମ ସମିତିର ନେତୃମଣ୍ଡଳୀ ପ୍ରକାଶ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |