କୋହ୍ଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ |

25

କଟକ (ଉତ୍କଳ ନ୍ୟୁଜ ) ୦୩-୦୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ତିହିଡ଼ି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବେନ୍ଦ୍ର ସାମଲ ମୁଖ୍ୟ ଅତିଥି, ତିହିଡ଼ି ଚନ୍ଦ୍ର ଶେଖର ରତ୍ନାକର ସହଯୋଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମରେନ୍ଦ୍ର ମିଶ୍ର ମୁଖ୍ୟବକ୍ତା, କବି ସଂଜିତ ବଳ, କୋହ୍ଲ ସମିତି ସଭ୍ୟ ତିଳୋତ୍ତମା ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମହାପାତ୍ର, ଅବସରପ୍ରାପ୍ତ ସାମରିକ କର୍ମଚାରୀ ଜ୍ଞାନପ୍ରକାଶ ମାହୁନ୍ତ, ସମ୍ମାନୀତ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର ରୁଦ୍ର ପଣ୍ଡାଙ୍କୁ ଗୋପିନାଥ ମେମୋରିଆଲ ଟ୍ରଷ୍ଟ ତରଫରୁ ଅଧ୍ୟାପକ ରବିନାରାୟଣ ସେନାପତି ଆର୍ଥିକ ସହାୟତା ଓ ଟ୍ରଫି ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ବିଶ୍ୱରଂଜନ ପଣ୍ଡା ଦେବଶର୍ମା ଅତିଥି ପରିଚୟ ଓ ଶିକ୍ଷୟିତ୍ରୀ ମନମୋହିନୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ଗୀତାଞ୍ଜଳି ସାହୁ, ରୋଜାଲିନି ବଳ, ବାସନ୍ତୀଲତା ନାୟକ, ଅଜୟ ବାରିକ, ତୁଫାନ ହେମ୍ବ୍ରବ, ଶ୍ରଦ୍ଧାଞ୍ଜଳି ବେହେରା, ଗୀତାଞ୍ଜଳି ରଥ, ଗିରିଜା ନନ୍ଦନ ଦାଶ, ଚିନ୍ତାମଣି ସାହୁ, ଗଦାଧର ଯେନା ପ୍ରମୁଖ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |