ଜଗନ୍ନାଥଙ୍କୁ ଅପମାନିତ କରିଥିବା ଜିଲ୍ଲାପାଳ ଓ ବିଧାୟକ କ୍ଷମା ପ୍ରାର୍ଥନା ଦାବି କଲା ଶ୍ରୀଜଗନ୍ନାଥ ସେନା |

59

କଟକ (ଉତ୍କଳ ନ୍ୟୁଜ ) ୩-୦୨-୨୦୨୪ : ମହୋତ୍ସବ ପରେ ମହାପ୍ରଭୁ ଜଗନ୍ନାଥ ଙ୍କୁ ଅଳିଆ ଆବର୍ଜନାରେ ପକାଇ ଟେଣ୍ଟ ହାଉସ ଉପରେ ଦାଉ ସାଜିଥିବା ଭଦ୍ରକ ଜିଲ୍ଲା ପ୍ରଶାସନ ବିରୋଧରେ ଉଠିଲା ସ୍ୱର । ଭଦ୍ରକ ବ୍ୟତିତ ପୁରୀରେ ମଧ୍ୟ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଭଦ୍ରକ ବିଧାୟକଙ୍କ ବିରୋଧରେ ହୋଇଛି ବିଦ୍ରୋହ । ଜଗନ୍ନାଥ ମହାପ୍ରଭୁଙ୍କୁ ଅପମାନିତ କରିଥିବା ଜିଲ୍ଲାପାଳ ଓ ବିଧାୟକଙ୍କ ବିରୋଧରେ ଆଇନ୍‌ଗତ ପଦକ୍ଷେପ ନିଆଯିବା ସହିତ ସର୍ବସମ୍ମୁଖରେ ସେମାନେ କ୍ଷମା ପ୍ରାର୍ଥନା କରିବା ଲାଗି ଦାବି କରାଯାଇଛି । ଏନେଇ ପୁରୀରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇ ସିଂଘଦ୍ୱାର ଥାନାରେ ଏତଲା ଏତଲା ଦେଇଛି ଶ୍ରୀଜଗନ୍ନାଥ ସେନା । ଶ୍ରୀଜଗନ୍ନାଥ ସେନାର ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଜଗନ୍ନାଥ ମହାପ୍ରଭୁଙ୍କୁ ଅପମାନ କରାଯାଇଥିବା ନେଇ ଶହ ଶହ ପୁରୁଷ ଓ ମହିଳାମାନେ ଏହି ପ୍ରତିବାଦରେ ସାମିଲ ହୋଇଥିଲେ । ଶଙ୍ଖ ହୁଳହୁଳି, ଝାଞ୍ଜ କୁବୁଜି ବଜାଇ ପ୍ରତିବାଦ କରାଯାଇଥିଲା । ଦଳୀୟ ସୁପ୍ରିମୋଙ୍କୁ ଏପରି ଅପମାନ କରାଯାଇଥିଲେ ବିଜେଡି ଦଳ କ’ଣ ନିରବ ରହିଥାଆନ୍ତା ବୋଲି ପ୍ରଶ୍ନ କରିଛି । ଜଗନ୍ନାଥ ମହାପ୍ରଭୁ କୋଟି କୋଟି ଓଡିଆ ସମେତ ବିଶ୍ୱବାସୀଙ୍କର ଆରାଧ୍ୟ ଦେବତା । ସପ୍ତାହ ବ୍ୟାପି ଜିଲ୍ଲା ମହୋତ୍ସବ ଭଦ୍ରାୟଣୀରେ ଜଗନ୍ନାଥଙ୍କ ମଞ୍ଚରେ ରଖି ପରିଚୟ ସୃଷ୍ଟି କଲା ଆୟୋଜକ । ମହୋତ୍ସବରେ ପସରା ମେଲିଥିଲା ସେଥିରୁ ବି ବେଶ ଦି ପଇସା ବେପାର ମଧ୍ୟ ହୋଇଥିଲା । ଶେଷରେ ଅଲୋଡା ମନେକରି ଜଗନ୍ନାଥଙ୍କୁ ଅପମାନିତ କରିବା ସହିତ ଅଳିଆଗଦାରେ ପକାଯାଇଥିଲା । ଦୁଇଦିନ ତଳେ ଲୋକଲୋଚନକୁ ଆସିବା ପରେ ତୁମ୍ଭି ତୋଫାନ ଆରମ୍ଭ ହୋଇଛି । ସେଦିନ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଏହାର ତିବ୍ର ନିନ୍ଦା କରିବା ସହିତ ବିଜେଡିକୁ ସିଧାସଳଖ ବାଣ ମାରିଥିଲେ । ପରିଦିନ ଅର୍ଥାତ୍ ଶୁକ୍ରବାର ପୂର୍ବାହ୍ନରେ ଭଦ୍ରକ ବିଜେପି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହିତ ଜିଲ୍ଲାପାଳ ଓ ଭଦ୍ରକ ବିଧାୟକ ବିରୋଧରେ ନାରାବାଜି କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହିତ ପ୍ରତୀକ ଧାରଣା ଦିଆଯାଇଥିଲା । ତେବେ ଘଟଣାକୁ ଟେଣ୍ଟ ହାଉସର ଭୁଲ ବୋଲି ଖୋଦ୍ ଜିଲ୍ଲାପାଳ ଟାଳି ଦେଇଛନ୍ତି । ଗତକାଲି ବିଜେପି ପକ୍ଷରୁ ବିକ୍ଷୋଭ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦିଆଯାଇଥିଲା । ଜିଲ୍ଲାପାଳ, ସ୍ଥାନୀୟ ବିଧାୟକଙ୍କ ସମେତ ଦାୟିତ୍ୱରେ ଥିବା ପଦାଧିକାରୀଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ ଦାବି କରିଛି । ଅଧା ଲଙ୍ଗଳା ନୃତ୍ୟ ସହିତ ଅରୁଚିକର ସଂଗୀତ ପରିବେଷିତ କରି ଯାହାତ ପରିବେଶ ନଷ୍ଟ କଲ ହେଲେ ପରବର୍ତ୍ତୀ ସମୟରେ ମହାପ୍ରଭୁଙ୍କୁ ଅଲୋଡା କଣ ପାଇଁ କଲ ବୋଲି ପ୍ରଶ୍ନ କରିଥିଲେ । ସାମାନ୍ୟ ଟେଣ୍ଟ ହାଉସ ଉପରେ ଦାଉ ସାଜି ନିଜକୁ ସ୍ୱଚ୍ଛତାର ପ୍ରମାଣ ଦେବାକୁ ଯାଉଛି ତାହାକୁ ମହାପ୍ରଭୁ କେବେବି କ୍ଷମା ଦେବେ ନାହିଁ ବୋଲି ଚେତାବନି ଦେଇଥିଲେ । ବ୍ୟୁରୋ ନିଉଜ୍ ।