ଶ୍ୟାମ ଜି ପରିବାର ଜୁନାଗଡ ଦ୍ଵାରା ତୃତୀୟ ବାର୍ଷିକ ଶ୍ରୀ ଶ୍ୟାମ ମହୋତ୍ସବ ପାଳିତ |

27

କଟକ (ଉତ୍କଳ ନ୍ୟୁଜ) ୦୨-୦୨-୨୦୨୪ : ଜୁନାଗଡ଼ ଶ୍ୟାମ ପରିବାର ଦ୍ୱାରା ଭାଗବବ ଶ୍ୟାମଙ୍କ ମହୋସବ ମହା ସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ଜୁନାଗଡ଼ ଶ୍ୟାମ ପରିବାରର ଅନେକ ଶ୍ରଦ୍ଧାଳୁଙ୍କ ଦ୍ୱାରା ଏକ ବିଶାଳ ନଗର ପରିକ୍ରମା କରାଯାଇଥିଲା ।ଦ୍ୱିତୀୟ ଦିନ ସ୍ଥାନୀୟ ଅଗ୍ରସେନ୍ ଭବନ ରେ ବିଶାଳ ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା। ଏହି ଭଜନ ସନ୍ଧ୍ୟା ରେ ଗୌରବ ଦତ୍ତ ଅଲୱର୍ ରୁ ଏବଂ ଦିଲ୍ଲୀ ରୁ ପ୍ରିୟା ପ୍ରାଚୀ ଠାକୁର, ରାୟପୁର ରୁ ପ୍ରୀୟାଂଶୁ ମିତ୍ତଲ , ସମ୍ବଲପୁର ରୁ ଅରୁଣ ସିଂହା, ଏବଂ ଦୁର୍ଗ ରୁ ନିର୍ମଳ ମ୍ୟୁଜୀକାଳ ଗ୍ରୁପ ଶ୍ୟାମ ଭଜନ ପ୍ରସ୍ତୁତ କରିଥିଲେ । ତାଙ୍କ ଭଜନ ରେ ହଜାର ହଜାର ସଂଖ୍ୟାରେ ଭକ୍ତ୍ତ ଶ୍ରବଣ କରି ଆନନ୍ଦିତ ହୋଇ ଉଠିଥିଲେ, ଜୁନାଗଡ ଯେମିତି ଖାଟୁ ନଗରୀ ପାଲଟି ଯାଇଥିଲ ।ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଜୁନାଗଡ଼, ଧର୍ମଗଡ଼, କେସିଙ୍ଗା, ଲଡୁଗାଁ, ଜୟପାଟଣା ,କୋକସରା, ପ୍ରଭୃତି ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।ଏହାପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ରେ ଅନେକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।ଏହି କାର୍ଯ୍ୟକ୍ରମ କୁ ଜୁନାଗଡ଼ ଶ୍ୟାମ ପରିବାର ସୁଚାରୁ ରୁପେ ସମ୍ପନ୍ନ କରିଥିଲେ। କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l