ଅକ୍ଷମମାନଙ୍କୁ ସକ୍ଷମ କରିବା ସରକାରଙ୍କ ମୂଳ ଲକ୍ଷ୍ୟ, ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୧୬୪ ଜଣ ଭିନ୍ନକ୍ଷମ ପଞ୍ଜିକୃତ |

80

କଟକ (ଉତ୍କଳ ନ୍ୟୁଜ ) ୩୧-୦୧-୨୦୨୪: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଭଦ୍ରକ ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତ ଅଧିନ ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲ (ପିଏସଏସ) ପରିସରରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ବିଭିନ୍ନ ବିଭାଗର ୧୬୪ ଜଣ ଭିନ୍ନକ୍ଷମ ପଞ୍ଜିକୃତ ହୋଇଥିବା ବେଳେ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପରୀକ୍ଷା ଓ ନିରୀକ୍ଷା କରାଯିବା ପରେ ୧୪୬ ସାର୍ଟିଫିକେଟ୍ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାଯାଇଛି । ବିଡିଓ ଜ୍ୟୋତିର୍ମୟ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଓ ମୁଖ୍ୟ ବକ୍ତାଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଏବର ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ ଯୋଗଦେଇ ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ସମସ୍ତ ସଫଳ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାଶ ଚନ୍ଦ୍ର ନାୟକ ଯୋଗଦେଇ ଅକ୍ଷମମାନଙ୍କୁ ସକ୍ଷମ କରିବା ସରକାରଙ୍କ ମୂଳ ଲକ୍ଷ୍ୟ ରହିଛି ବୋଲି କହିଥିଲେ । ସରକାର ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଦେଇ ସମାଜରେ ସେମାନଙ୍କୁ ମୁଖ୍ୟ ସ୍ରୋତରେ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ସେଥିପାଇଁ ଭିନ୍ନକ୍ଷମ ଚିହ୍ନଟର ଆବଶ୍ୟକତା ରହିଛି । ବିଭିନ୍ନ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଥଇଥାନ ମଧ୍ୟ କରାଯାଉଛି । କେବଳ ଆର୍ଥିକ ସହାୟତା ପ୍ରଦାନ କଲେ ଚଳିବ ନାହିଁ ବରଂ ସେମାନଙ୍କ ପାଇଁ ସ୍ଥାୟୀ ସୁବିଧା ସୁଯୋଗ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି ଯାହା ଫଳରେ ସେମାନେ ନିଜର ପରିବାର ପ୍ରତିପୋଷଣ କରିପାରିବେ । ଜିଲ୍ଲା ସ୍ତରରେ ପ୍ରତି ସପ୍ତାହରେ ଭିନ୍ନକ୍ଷମ ଚିହ୍ନଟ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଗ୍ରାମାଞ୍ଚଳରେ ଠିକଣା ସମୟରେ କେତେକ ଯାଇ ପାରୁନଥିବାରୁ ବ୍ଲକ ସ୍ତରରେ ଏପରି ଚିହ୍ନଟ ପ୍ରକ୍ରିୟା କରା ଯାଉଛି । ସାର୍ଟିଫିକଟେ୍ ପାଇବାରୁ ବଞ୍ôଚ ଭିନ୍ନକ୍ଷମାନେ ଏପରି ଶିବିରରେ ଯୋଗଦେଇ ସରକାରଙ୍କ ପ୍ରଦତ୍ତ ଯୋଜନା ହାତେଇବାକୁ ଶ୍ରୀ ନାୟକ ସୂଚନା ଦେଇଥିôଲେ । ସମ୍ମାନୀତ ଅତିଥିଭାବେ ଦୌଲତପୁର ସରପଞ୍ଚ ପ୍ରଭାତ ମିଶ୍ର, ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କା, ସିନ୍ଦୋଳ ସରପଞ୍ଚ ସୁପ୍ରଭା ପାଣି, ଜିଲ୍ଲା ପରିଷଦ ସଭ୍ୟ ଅମୁଲ୍ୟ ମାଝୀ, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଉମାକାନ୍ତ ସେଠୀ ପ୍ରମୁଖ ମଞ୍ଚାସୀନ ହୋଇ ସରକାରଙ୍କ ପ୍ରଦତ୍ତଯୋଜନାରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ । ଡାକ୍ତର ମନୋରଞ୍ଜନ ପାଣିଗ୍ରାହୀ, ଡାକ୍ତର ବିଶ୍ୱଜିତ ରାୟ, ଡାକ୍ତର ବୈଦ୍ୟନାଥ ଓଝା, ଡାକ୍ତର ସନ୍ତୋଷ କୁମାର ସିଂ, ଡାକ୍ତର ଅଶୋକ କୁମାର ମିଶ୍ର ପ୍ରମୁଖ ଭିନ୍ନକ୍ଷମ ଚିହ୍ନଟ କରିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ ଓ ତ୍ରିବେଣୀ ଟ୍ରଷ୍ଟର ଅଧ୍ୟକ୍ଷା ରଞ୍ଜୁଲତା ଗାହାଣଙ୍କ ସମେତ ୧୫ ଜଣ ଆପଦ ମିତ୍ର ଭିନ୍ନକ୍ଷମମାନଙ୍କୁ ରୋଗୀ ଦେଖାଇବା ସହିତ ଯିବା ଆସିବାର ବ୍ୟବସ୍ଥା କରିଥିବା ବେଳେ ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଏବଂ ବ୍ଲକର ସମସ୍ତ ବିଭାଗର କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |