ଚୌଦ୍ଵାର କଲେଜ୍ ବାଣିଜ୍ୟ ବିଭାଗ ର ୨୦୧୭ ଵ୍ୟାଚ ର ପିଲାମାନଙ୍କ ର ବନ୍ଧୁମିଳନ |

49

କଟକ (ଉତ୍କଳ ନ୍ୟୁଜ ) ୩୦-୦୧-୨୦୨୪ : ଚୌଦ୍ଵାର କଲେଜ୍ ବାଣିଜ୍ୟ ବିଭାଗ ର ୨୦୧୭ ଵ୍ୟାଚ ର ପିଲାମାନଙ୍କ ର ଏକ ସନ୍ତୁଷ୍ଟଜନକ ଓ ଆକର୍ଷଣୀୟ ଭାବେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ଟି ଭରାଣ୍ଡି ଗ୍ରାମ ସ୍ଥିତ ହନୁମାନ ହୁଡ଼ା ରେ ଅନୁଷ୍ଠିତ ହେଇଥିଲା। ଏହି କାର୍ଯ୍ୟକ୍ରମ ରେ କଲେଜ୍ ର ବାଣିଜ୍ୟ ବିଭାଗ ର ୨୦୧୭ ବ୍ୟାଚ ର ପୁଅ ପିଲା ମାନେ ଯୋଗ ଦେଇଥିଲେ। ସମସ୍ତେ ମିଳିମିଶି ନାଚ ଗୀତ ସହିତ ବେଶ୍ ଉତ୍ସାହ ର ସହିତ ମନୋରଂଜନ କରିଥଲେ।ରବିବାର ସକାଳୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଭୋଜି ଭାତ ସହିତ ନାଚ ଗୀତ କରି ସଂଧ୍ୟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପାଳିତ ହୋଇଥଲା। ଏହି କାର୍ଯ୍ୟକ୍ରମ ରେ ନବୀନ ରାଓ, ମୃତ୍ୟୁଞ୍ଜୟ ପ୍ରଧାନ , ମନୋରଞ୍ଜନ ସାହୁ, ଜୟରାମ ଜେନା,ସତ୍ୟବ୍ରତ ସ୍ୱାଇଁ , ଲକ୍ଷ୍ମୀଧର ନାୟକ, ସମର ବେହେରା, ନରେଶ କୁମାର, ଜ୍ୟୋତି ରଞ୍ଜନ, ବିଶ୍ୱଜିତ୍ ବାରିକ, ପ୍ରୟାସ ମହାପାତ୍ର, ମୁନା -୨, ଚନ୍ଦନ କୁମାର, ରାଜେଶ୍ ଚାନ୍ଦ, ସୁଶିଲ କୁମାର, ରାହୁଲ ହଲଦର୍, ମନୋରଞ୍ଜନ, ମହସିନ୍, ଶିବୁ ସାର୍, ପ୍ରମୋଦ କୁମାର୍, ଗିରିଶ କୁମାର୍, ପ୍ରଭାତ ବର୍ଦ୍ଧନ, ପ୍ରଣବ ଷଡ଼ଙ୍ଗୀ, ରଶ୍ମୀ ରଂଜନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ବେଶ୍ ଆନନ୍ଦ ଉପଭୋଗ କରିଥଲେ। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଚାଲୁ ରହିବ ବୋଲି ସମସ୍ତ ଙ୍କ ର ଇଛା ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ସମସ୍ତ ପିଲା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ଆହୁରି ଅଧିକ ରମଣୀୟ ହୋଇପାରିଲା ବୋଲି ସମସ୍ତେ ମତ ପ୍ରକାଶ କରିଥଲେ।