ଚୌଦ୍ୱାର ନୂଆ ସାହୀ କ୍ରିକେଟ ପ୍ରିମିୟର ଲିଗ ଉଦଯାପିତ , ପିସିସି ନୂଆପାଟଣା ଚାମ୍ପିୟନ |

19

କଟକ (ଉତ୍କଳ ନ୍ୟୁଜ ) ୩୦-୦୧-୨୦୨୪ : ନୂଆ ସାହୀ କ୍ରିକେଟ ପ୍ରିମିୟର ଲିଗ ର ଉଦଯାପନୀ ଉତ୍ସବ ରେ ଯୋଗଦେଲେ ଚୌଦ୍ୱାର କଟକ ସମାଜସେବୀ ତଥା ଯୁବନେତା ବିପ୍ଳବ ନନ୍ଦ | ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆ ସାହୀ ରେ ୩ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି | ନୂଆ ସାହୀ କ୍ରିକେଟ ଆସୋସିଏସନ ଅନୁକୂଲ୍ୟ ରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ ୧୬ ଟି ଟିମ ଭାଗ ନେଇଥିଲେ | ପିସିସି ନୂଆପାଟଣା ଓ ଟାଙ୍ଗି ର ତେରୁଆଁ ମଧ୍ୟ ରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ତେରୁଣ ପ୍ରଥମ ବ୍ୟାଟିଂ କରି ନିର୍ଧାରିତ ୫ ଓଭର ରେ ୫୯ ରନ ସଂଗ୍ରହ କରିଥିବା ବେଳେ ଜବାବ ରେ ନୂଆପାଟଣା ଟିମ ୬୦ ରନ କରି ବିଜୟୀ ହୋଇଥିଲା | ୩ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟ କୁ ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ ଉଦଘାଟନ କରିଥିବା ବେଳେ ଉଦ୍ଯାପନୀ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଚୌଦାର କଟକ ବିଧାୟକ , ଚୌଦ୍ୱାର କଟକ ସମାଜସେବୀ ବିପ୍ଳବ ନନ୍ଦ ଉପସ୍ଥିତ ରହି ବିଜେତା ଦଳ କୁ ୧୦ ହଜାର ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ଓ ରନର୍ସଅପ ଦଳ କୁ ୭ ହଜାର ଟଙ୍କା ଓ ରନର୍ସଅପ ଟ୍ରଫି ପ୍ରଦାନ କରିଥିଲେ | ପୋୖରାଧକ୍ଷା ମାନସୀ ସ୍ବର୍ଣ୍ଣ ପ୍ରଭା ସାମଲ , ଉପଧକ୍ଷା ଶୁଭେନ୍ଦୁ ସାମଲ , ବିଜେଡି ନଗର ସଭାପତି ବିଷ୍ଣୁ ଚରଣ ପରିଡା , ମହିଳା ସଭାନେତ୍ରୀ କବିତା ରାଣୀ ଲେଙ୍କା ପ୍ରମୁଖ ଅତିଥି ରୂପେ ଉପସ୍ଥିତ ରହିଥିଲେ | ଏହି କାର୍ଯ୍ୟକ୍ରମ ରେ ସଂଗଠନ ର ସଭାପତି ଦାନିଏଲ ପାଢ଼ୀ , ଅଜୟ ଶର୍ମା , କାନ୍ତି ଲାଲ ମିଶ୍ର , ସୌମ୍ୟ ରଞ୍ଜନ ପ୍ରଧାନ , ଦୀପ୍ତି ରଞ୍ଜନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |