ତିହିଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ |

34

କଟକ (ଉତ୍କଳ ନ୍ୟୁଜ ) ୨୯-୦୧-୨୦୨୪ : ଭଦ୍ରକ ଜିଲ୍ଲା ତିହିଡ଼ି ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ଚତୁର୍ବିଂଶ ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶିକ୍ଷାବିତ୍ ନିଶାକାର ନାୟକଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ମୁଖ୍ୟବକ୍ତା ଶିକ୍ଷା ସମିତି ପୂର୍ବୋତ୍ତର ସମ୍ଭାଗର ସଭାପତି ଅମୂଲ୍ୟ ପ୍ରସାଦ ନାୟକ, ସମ୍ମାନିତ ଅତିଥି ତହସିଲଦାର ଦେବୀପ୍ରସନ୍ନ ସାରସ୍ୱତ ଯୋଗଦେଇ ମାର୍ଗଦର୍ଶନ କରିଥିଲେ । ପ୍ରଧାନଆଚାର୍ଯ୍ୟ ରାଧାକୃଷ୍ଣ ସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂପାଦକ କୃପାସିନ୍ଧୁ ଦାଶ ବିଦ୍ୟାଳୟର ସୁବିଧା ଅସୁବିଧା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଉପସଭାପତି ମନୋଜ ପାଣିଗ୍ରାହୀ ଅତିଥି ପରିଚୟ ଓ ଯୁଗ୍ମ ସମ୍ପାଦକ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀ ମାନେ ନୃତ୍ୟ, ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଦ୍ୟାମନ୍ଦିରର ଗୁରୁଜୀ ଗୁରୁମା, ସେବକ ସେବିସକାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |