ଦିବାରାତ୍ର କେପିଏଲ କମାରିଆ ପ୍ରିମିୟର ଲିଗ୍ ଉଦ୍‌ଘାଟିତ |

272

କଟକ (ଉତ୍କଳ ନ୍ୟୁଜ ) ୨୯-୦୧-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କମାରିଆ ଠାରେ ଆୟୋଜିତ ଦିବାରାତ୍ର କେପିଏଲ କମାରିଆ ପ୍ରିମିୟର ଲିଗ୍ ସୋମବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ପୀରହାଟ ଥାନାର ଭାରପ୍ରାପ୍ତ ଥାନାଧିକାରୀ ଶ୍ରୀକାନ୍ତ ପତି ଓ ସମ୍ମାନୀତ ଅତିଥିଭାବେ ଡାକ୍ତର ରାମେଶ୍ୱର ଗିରି ଯୋଗଦେଇ ଖେଳାଳୀ ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ । ନିଗମ ମହାପାତ୍ର, ଅରୁଣ ବାରିକ, ବିଶ୍ୱଜିତ ବେହେରା, ବିଶ୍ୱରଞ୍ଜନ ମହାନ୍ତି, ତପନ ବେହେରା, ପ୍ରଭୁପ୍ରସାଦ କାଣ୍ଡି, ସୁନିଲ ମାଝୀ, ସୁରଜିତ ପଣ୍ଡା, ସିପୁନୁ ସାହୁ, ପ୍ରଣବ ବାରିକ ଓ ଭରତ କାଣ୍ଡି ପ୍ରମୁଖ ପରିଚାଳନା କରୁଥିବା ଜଣାଯାଇଛି । ଶ୍ରୀଭବାନୀ ଫର୍ଣ୍ଣଚରର୍ସ, ଜୟ ହନୁମାନ ଟ୍ରାଭେଲ୍ସ, ଏସଜି ଗ୍ରୃପ ଅଫ୍ ମିଡିଆ, ମା’ ତାରିଣୀ ମିଷ୍ଠାନ୍ନ ଭଣ୍ଡାର, ଶ୍ରୀଗଣେଶ ଫର୍ଣ୍ଣିଚର, ତ୍ରୀନାଥ ପ୍ୟାଥୋଲୋଜି, ଏ ମୋବାଇଲ୍ ପଏଣ୍ଟ ଓ ଗ୍ରାଣ୍ଡ ଫେସନ୍ ଆଦି ସଂସ୍ଥା ପୂରା ଖେଳର ସ୍ପୋନସର କରୁଥିବା ସୂଚନା ମିଳିଛି । ଉଦ୍‌ଘାଟନୀ ମେଚ୍ ମଙ୍ଗଳପୁର ପଞ୍ଚାୟତ ଏକାଦଶ ଓ ଦାସ କ୍ରିକେଟ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଦାସ କ୍ରିକେଟ୍ ଟିମ୍ ଟସ୍ ଜିଣି ବେଟିଂ କରିଥିଲା । ନିର୍ଦ୍ଧାରିତ ୧୨ ଓଭରରେ ୭ ୱିକେଟ୍ ହରାଇ ମୋଟ୍ ୯୫ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ମଙ୍ଗଳପୁର ପଞ୍ଚାୟତ ଏକାଦଶ ମାତ୍ର ୨୯ ରନ୍‌ରେ ଅଲ୍‌ଆଉଟ୍ ହରାଇ ପରାଜୟ ସ୍ୱିକାର କରିଛି । ଅପରାହ୍ନରେ ଭଦ୍ରକ, ଏସଜି ୧୧ ଓ ସିନ୍ଦୋଳ ଜେଡି କ୍ରିକେଟ୍ ଟିମ୍ ମଧ୍ୟରେ ମେଚ ହୋଇଥିଲା । ଦୁଇ ବିଜେତା ମଧ୍ୟରେ ରାତିରେ ସେମିଫାଇନାଲ ଖେଳ ଅନୁଷ୍ଠିତ ହେବ । ସେହିପରି ୩୦ ତାରିଖରେ ୪ଟି ଟିମ୍ ମଧ୍ୟରେ ଖେଳ ହୋଇ ୩୧ ତାରିଖରେ ଫାଇନାଲ୍ ମେଚ୍ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |