କୋଟି କୋଟି ଭାରତୀୟଙ୍କ ଆଶା ଆକାଂକ୍ଷା, ଅଭୀପ୍ସା ଓ ସ୍ଵପ୍ନ ଆମ ସମ୍ବିଧାନରେ ପ୍ରତିଫଳିତ: ମନ୍ତ୍ରୀ ଶ୍ରୀ ମାରାଣ୍ଡି

23

କଟକ ତା୨୬.୦୧.୨୦୨୪ ରିଖ – ଆମ ସମ୍ବିଧାନ ପୃଥିବୀର ସର୍ବବୃହତ ଲିଖିତ ସମ୍ବିଧାନ । କୋଟିକୋଟି ଭାରତୀୟଙ୍କ ଆଶା ଆକାଂକ୍ଷା, ଅଭୀପ୍ସା ଓ ସ୍ଵପ୍ନ ପ୍ରତିଫଳିତ ହୋଇଛି ଆମ ସମ୍ବିଧାନରେ । ଜାତୀୟତାର ସ୍ତମ୍ଭ ଉପରେ ଭାରତୀୟ ସମ୍ବିଧାନର ସୌଧ ନିର୍ମାଣ କରାଯାଇଛି । ଭାରତୀୟ ସମ୍ବିଧାନ ଆମ ଐତିହ୍ୟ, ସଂହତି ଓ ଧର୍ମ ନିରପେକ୍ଷ ଚରିତ୍ରକୁ ମଜବୁତ କରିଛି । ବିଶ୍ଵକୁ ଦେଖାଇ ଦେଇଛି ବିବିଧତା ମଧ୍ୟରେ ଏକତା ହିଁ ହେଉଛି ଭାରତୀୟତା । ଦୀର୍ଘ ୭୪ବର୍ଷ ତଳେ ଆଜିର ଦିନରେ ଭାରତ ଏକ ସାଧାରଣତନ୍ତ୍ର ରାଷ୍ଟ୍ର ରୂପେ ଜନ୍ମଲାଭ କରିଥିଲା ଫଳରେ ଭାରତବର୍ଷରେ ସଂସଦୀୟ ଗଣତନ୍ତ୍ରର ମୂଳଦୁଆ ପଡିଥିଲା । ପରାଧୀନତାର ଶୃଙ୍ଖଳରୁ ମୁକ୍ତହୋଇ ଏହି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଆମେ ଆଦରିନେବାର ସଂକଳ୍ପ କରିଥିଲୁ ବୋଲି ଜିଲ୍ଲା ପ୍ରଶାସନ ଦ୍ଵାରା ପ୍ରାୟୋଜିତ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର‌୍ୟ୍ୟ।ଳୟ ଦ୍ଵାରା ଆୟୋଜିତ ୭୫ତମ ସାଧାରଣତନ୍ତ୍ର ଦିବସରେ ସମାରୋହର ମୁଖ୍ୟଅତିଥି ତଥା ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି । ସେ କହିଲେ ଯେ , ଦେଶର କୋଣଅନୁକୋଣରୁ ଅଗଣିତ ସ୍ଵାଧୀନତା ସଂଗ୍ରାମୀ ଓ ସହିଦମାନଙ୍କ ତ୍ୟାଗ ଓ ବଳିଦାନ ଫଳରେ ଭାରତବର୍ଷ ସ୍ଵାଧୀନତା ଲାଭ କରିଥିଲା । ଦେଶର ସ୍ଵାଧୀନତା ପ୍ରାପ୍ତିନିମନ୍ତେ ଆମ ରାଜ୍ୟ ଓଡିଶାର ମହାନ ସଂଗ୍ରାମୀ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ , ବୀର ସୁରେନ୍ଦ୍ର ସାଏ, ଚାଖି ଖୁଣ୍ଟିଆ, ବୀର୍ସା ମୁଣ୍ଡା, ଲକ୍ଷ୍ମଣ ନାୟକ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୂସୁଧନ ଦାସ, ଗୋପବନ୍ଧୁ ଚୌଧୁରୀ,ମାଳତୀ ଚୌଧୁରୀ, ଡଃ. ହରେକୃଷ୍ଣ ମହତାବ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ଆହୁରି ଅନେକ ଦେଶପ୍ରେମୀଙ୍କ ଅବିରତ ସଂଗ୍ରାମ ଓ ଅତୁଳନୀୟ ବଳିଦାନ ରହିଥିଲା ଏବଂ ସେ ସେହି ମହାପୁରୁଷ ଓ ସ୍ଵାଧୀନତା ସଂଗ୍ରାମୀ ଓ ସହିଦମାନଙ୍କୁ ଭକ୍ତି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭାରତୀୟ ସ୍ଵାଧୀନତା ଆନ୍ଦୋଳନରେ କଟକ ଜିଲ୍ଲାର ବଳିଷ୍ଠ ଭୂମିକା ଇତିହାସରେ ସ୍ଵର୍ଣ୍ଣ।କ୍ଷରରେ ଲିପିବଦ୍ଧ । ହଜାରେ ବର୍ଷର ପୁରୁଣା ସହର କଟକ ଓଡିଶାର ରାଜନୈତିକ , ଅର୍ଥନୈତିକ, ସାଂସ୍କୃତିକ ଓ ଶିକ୍ଷାର ପ୍ରାଣକେନ୍ଦ୍ର ଭାବରେ ପରିଚିତ । ସ୍ଵତନ୍ତ୍ର ଓଡିଶା ପ୍ରଦେଶର ରାଜଧାନୀ ତଥା ସ୍ଵାଧୀନତା ଆନ୍ଦୋଳନର କେନ୍ଦ୍ରବିନ୍ଦୁ ଭାବରେ ସମସ୍ତ ରାଜନୈତିକ ଶକ୍ତିର ପେଣ୍ଠସ୍ଥଳୀ ଥିଲା । ଏଠାରେ ଅବସ୍ଥିତ ବାରବାଟୀ ଦୁର୍ଗ ଆଜି ମଧ୍ୟ ଓଡିଶା ଅତୀତର ସମୃଦ୍ଧି, ସାହସିକତା ଓ ବୀରତ୍ଵର ପ୍ରତୀକ ହୋଇ ରହିଛି । ସେ କହିଲେ ଯେ , ଆମ ରାଜ୍ୟର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଆଜି ଓଡିଶା ପ୍ରଗତି ପଥରେ ଅଗ୍ରସର । ରାଜ୍ୟ ତଥା ଜିଲ୍ଲାର ବିକାଶ ଓ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି ପାଇଁ ସେ ସଂକଳ୍ପବଦ୍ଧ । ରାଜ୍ୟରେ ମହିଳା , ଶିଶୁ, ଯୁବବର୍ଗ, କ୍ରୀଡାବିତ,କୃଷକ, ନିର୍ମାଣ ଶ୍ରମିକ,ଜନଜାତି ତଥା ବୟସ୍କ ନାଗରିକ ଓ ଅସହାୟମାନଙ୍କ ଜୀବନ ଜୀବିକାରେ ଆଖିଦୃଶିଆ ପରିବର୍ତ୍ତନ ଆସିଛି । ଆମ ରାଜ୍ୟର ଯୋଜନା ଗୁଡିକ ଅନ୍ୟ ରାଜ୍ୟମାନଙ୍କ ଦ୍ଵାରା ଅନୁକରଣୀୟ ହୋଇପାରିଛି । ଓଡିଶାରେ ଆଜି ପ୍ରଗତି ପରମ୍ପରାରେ ପରିଣତ ହୋଇଛି । ସମସ୍ତଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରଣିତ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି । ବିଦ୍ୟାଳୟ ଶିକ୍ଷାରେ ରୂପନ୍ତରୀକରଣ ପ୍ରକ୍ରିୟା ଜାତୀୟ ସ୍ତରରେ ଦୃଷ୍ଟାନ୍ତ ସୃଷ୍ଟି କରିଛି ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପ୍ରକାଶ କରିଥିଲେ । ସାଧାରଣତନ୍ତ୍ର ଦିବସ ପାଳନ ଆତ୍ମସମୀକ୍ଷା କରିବାର ସୁଯୋଗ ଆଣିଦେଇଥାଏ । ରାଜ୍ୟ ପ୍ରଗତିର ନନ୍ଦିଘୋଷକୁ ଆହୁରି ଆଗକୁ ନେଇ ଏହାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଓ ଭାରତ ବର୍ଷକୁ ସମଗ୍ର ବିଶ୍ଵରେ ପ୍ରତିଷ୍ଠିତ କରାଇବା ଆମର ନୈତିକ କର୍ତ୍ତବ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ ମନ୍ତ୍ରୀ ତଥା ମୁଖ୍ୟଅତିଥି ବାରବାଟୀ ଷ୍ଟାଡିୟମରେ ପହଞ୍ଚିବା ପରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନରହରି ସେଠୀ, ଡ଼ି.ସି.ପି. ଶ୍ରୀ ପିନାକ ମିଶ୍ର ଓ ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ମାନ୍ୟବର ମନ୍ତ୍ରୀଙ୍କୁ ସ୍ଵାଗତ ଜଣାଇ ଅଭିବାଦନ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ।ଆଜିର ଏହି ସାଧାରଣତନ୍ତ୍ର ଦିବସ ସମାରୋହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଶ୍ରୀ ଲଲାଟେନ୍ଦୁ ମହାପାତ୍ର ପରିଚାଳନା କରିଥିବା ବେଳେ ଉଭୟ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନରହରି ସେଠୀ ଏବଂ ଡି ସି ପି, ଶ୍ରୀ ପିନାକ୍ ମିଶ୍ର ମାନ୍ୟବର ମନ୍ତ୍ରୀଙ୍କ ସହ ପ୍ୟାରେଡ ଅଭିବାଦନ ସମୟରେ ମଞ୍ଚ ଉପରେ ଉପସ୍ଥିିତ ଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର‌୍ୟ୍ୟ।ଳୟ ପକ୍ଷରୁ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ସମେତ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ଏବଂ ଆଲୋକ ଚିତ୍ର ଉତ୍ତୋଳନକାରୀଙ୍କୁ ଉପଢୌକନ ଓ ଉପହାର ଦେଇ ମୁଖ୍ୟଅତିଥି ଶ୍ରୀ ମାର୍ଣ୍ଡି ସମ୍ବର୍ଦ୍ଧିତ କରିଥିଲେ ।ଏଥିସହ ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ ପଣ୍ଡା ଏବଂ ଆଲୋକଚିତ୍ର ଉତୋଳନକାରୀ ଶ୍ରୀ ଟି. ରାମାରାଓଙ୍କୁ ମର