ସାଧାରଣତନ୍ତ୍ର ଦିବସରେ ସିପିଆଇ(ଏମ) ପକ୍ଷରୁ ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ |

86

କଟକ (ଉତ୍କଳ ନ୍ୟୁଜ ) ୨୭-୦୧-୨୦୨୪ : ସମ୍ବିଧାନ ପ୍ରଦତ୍ତ ସମସ୍ତ ଗଣତାନ୍ତ୍ରିକ ପ୍ରତିଷ୍ଠାନ ଗୁଡିକର ସୁରକ୍ଷା, ସମ୍ବିଧାନର ମୌଳିକ ଢାଞ୍ଚା ର ସୁରକ୍ଷା, ଭାରତୀୟ ନ୍ୟାୟ ବ୍ୟବସ୍ଥାର ସୁରକ୍ଷା,ଭାରତୀୟ ଇତିହାସର ସୁରକ୍ଷା, ସାଧାରଣ ମଣିଷର ଜୀବନ ଜୀବିକା ର ସୁରକ୍ଷା, ସଂଖ୍ୟାଲଘୁ, ଦଳିତ, ଆଦିବାସୀ ମହିଳା ଓ ସାଧାରଣ ଜନତାଙ୍କ ମୌଳିକ ଅଧିକାରର ସୁରକ୍ଷା ଦାବିକରି ସାଧାରଣତନ୍ତ୍ର ଦିବସରେ ସିପିଆଇ(ଏମ) ପକ୍ଷରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ତଥା ଭଦ୍ରକ ଓକିଲ ସଂଘର ସଂପାଦକ ଦିବ୍ୟସିଂହ ନାୟକ ଚରଂପା ଠାରେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ, ସିପିଆଇ(ଏମ)ର ବରିଷ୍ଠ ନେତା କାଳନ୍ଦୀ ପାତ୍ର କଚେରୀସ୍ଥିତ ପୂରୁଣା ବସଷ୍ଟାଣ୍ଡ ଠାରେ, ବରିଷ୍ଠ ନେତା ନିରଞ୍ଜନ ପାଣି ପୁରୁଣା ବଜାରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସିପିଆଇ(ଏମ) ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ ପତାକା ଉତ୍ତୋଳନ କରିଥିଲେ । ବନ୍ତ ଛକ ଠାରେ ସିପିଆଇ(ଏମ)ର ଯୁବ ନେତା ମଣ୍ଟୁ ମୁଣ୍ଡା ପତାକା ଉତ୍ତୋଳନ କରିଥିଲେ । ଚାନ୍ଦବାଲି ସ୍ଥିତ ସିପିଆଇ(ଏମ)ର ଦଳୀୟ କାର୍ଯ୍ୟାଳରେ ସିପିଆଇ(ଏମ) ଆଞ୍ଚଳିକ କମିଟି ସଂପାଦକ ମଳୟ ଭୋଇ ପତାକା ଉତ୍ତୋଳନ କରିଥିଲେ । ଘଣ୍ଟେଶ୍ୱରସ୍ଥିତ ମନ୍ମଥ ସ୍ମୃତି ଭବନ ଠାରେ ସିପିଆଇ(ଏମ) ନେତା କାହ୍ନୁ କିଶୋର ସାହୁ ପତାକା ଉତ୍ତୋଳନ କରିଥିଲେ । ସେହିପରି ଧାମନଗର ବ୍ଲକ ସହୀଦ୍ ନଗର ଠାରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ରମେଶ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବନ୍ତ ବ୍ଲକ ଅନ୍ତର୍ଗତ ଆଗରପଡା ଠାରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଭାସ ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତିହିଡି ବ୍ଲକ ଅନ୍ତର୍ଗତ କାଁପଡା ଠାରେ ସିପିଆଇ(ଏମ) ର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମଳିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଧାମନଗର ବଜାରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ଜୟନୁଲ ଆବେଦିନ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ଜିଲ୍ଲା ର ବିଭିନ୍ନ ସ୍ଥାନ ଯଥା ତିହିଡି, ମଉସୁଧା, ବାସୁଦେବପୁର, ଧାମରା, ଧୁଷୁରୀ ଆଦି ସ୍ଥାନ ଗୁଡିକରେ ସିପିଆଇ(ଏମ)ର ନେତୃତ୍ୱ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜିଲ୍ଲା ବ୍ୟାପି ଅନୁଷ୍ଠିତ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ(ଏମ)ର ବରିଷ୍ଠ ନେତା ପ୍ରଫୁଲ୍ଲ ପାଢୀ, ଶ୍ରମିକ ନେତା ରାଧା ଦାସ, ସେକ୍ ସିକ୍ରୁ, ବାବୁ ମୁଣ୍ଡା, ବିଷ୍ଣୁ ଦାଶ, ଅଭିରାମ ବଳ, ଘନଶ୍ୟାମ ଦାସ, ଅଶୋକ ବେହେରା, ନିରଞ୍ଜନ ଯେନା, ଚକ୍ରଧର ଦାସ, ଜୟୀରାମ ଦାସ, ବ୍ରହ୍ମାନନ୍ଦ ପରିଡା ପ୍ରମୁଖ ନେତୃତ୍ୱ ନେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |