ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାମରା ବନ୍ଦର ବିରୋଧରେ ମହାଚେତାବନି ସମାବେଶ |

94

କଟକ (ଉତ୍କଳ ନ୍ୟୁଜ ) ୨୬-୦୧-୨୦୨୪ : ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ‘କର୍ପୋରେଟ ଲୁଟ’ ବିରୋଧରେ ମହାସଂଗ୍ରାମ । କମ୍ପାନୀରାଜ୍ କବଳରୁ ସାଧାରଣତନ୍ତ୍ରକୁ ବଞ୍ଚାଇବା ସହ ଧାମରା-ଆଦାନୀ କମ୍ପାନୀର ଓଡ଼ିଆ ବିରୋଧୀ ମନୋଭାବ ଓ ଶୋଷଣ ବିରୋଧରେ ଧାମରା-ଆଦାନୀ ବନ୍ଦର ନିକଟସ୍ଥ ପଡିଆରେ ମହାଚେତାବନି ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏସିଆ ମହାଦେଶ ସବୁଠୁ ବୃହତ୍ କମ୍ପାନୀ ଧାମରା-ଆଦାନୀ ବନ୍ଦର କମ୍ପାନୀ ବିରୋଧରେ ଏପରି ସ୍ୱର । ସ୍ଥାନୀୟ ଯୁବକ/ଯୁବତୀମାନଙ୍କୁ ଚାକିରୀ ନଦେଇ ବାହାର ରାଜ୍ୟର ଲୋକଙ୍କୁ ସୁବିଧା ଦେଉଛି । ଲୋକଙ୍କ ଚାଷ, ବାସ ଗଲା ଏପରିକି ସରକାରୀ ଜମି ନେଇ ବନ୍ଦର କଲା ହେଲେ ଜିଲ୍ଲାର ଲୋକଙ୍କ ସ୍ୱାର୍ଥକୁ ଭୁଲିଗଲା କମ୍ପାନୀ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଇ କମ୍ପାନୀ ଓ କର୍ପୋରେଟମାନଙ୍କୁ ଗୁରୁତ୍ୱ ଦିଆଯାଇ ଚାଷୀଙ୍କୁ ଉପେକ୍ଷା କରାଯାଉଛି । ଚାଷୀଙ୍କୁ ସେମାନଙ୍କ ନାର୍ଯ୍ୟ ଦାବୀରୁ ବଂଚିତ କରାଯାଉଛି । ଦେଶରେ ବଡ଼ ବଡ଼ କର୍ପୋରେଟକୁ ଲକ୍ଷ ଲକ୍ଷ କୋଟିର ସହାୟତା ଦିଆ ଯାଉଛି । କିନ୍ତୁ ସାଧାରଣ ଲୋକଙ୍କୁ ମୁଠାଏ ଚାଉଳ, ୫ ଶହ ଟଙ୍କା ଭତ୍ତା ଦେଇ ମାଗଣା ଖିଆର ପ୍ରଚାର କରାଯାଉଛି । ଯାହାକୁ ବିରୋଧ କରିଆସୁଛି ଏହି ସଂଗଠନ । ନେତାଜୀ ଜୟନ୍ତୀରେ ଭଦ୍ରକ ଗାନ୍ଧି ପଡିଆରୁ ଏହି ସଂଗଠନର ପଦଯାତ୍ରା ବାହାରି ୪ ଦିନ ବ୍ୟାପି ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା । ଦୋଳସାହି, ତିହିଡି, ପୀରହାଟ ବଜାର, ଖେରଙ୍ଗ, ମତୋ, ବାଂଶଡା ଓ ଗୁଆଁଳ ଆଦି ସ୍ଥାନରେ ପଥପ୍ରାନ୍ତ ସଭା ଜରିଆରେ ଲୋକଙ୍କୁ ସଚେତନ କରିବା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରାଯାଇଥିଲା । ବିଭିନ୍ନ ସ୍ଥାନରେ ବହୁ ରାଜନେତା ସେମାନଙ୍କୁ ସମର୍ଥନ କରିବା ସହିତ ମହାସଂଗ୍ରାମ ପାଇଁ ମନୋବଳ ବୃଦ୍ଧି କରାଇଥିଲେ । ବେକାରୀ ବୃଦ୍ଧି , ଆଦାନୀ ପୋର୍ଟରେ ବେକାରୀ ଛାତ୍ର ଛାତ୍ରୀଙ୍କୁ ନିଯୁକ୍ତି, ଚାଷ ଜମିରେ ଜଳସେଚନ ସୁବିଧା, ପ୍ରତ୍ୟେକ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ ଆଦି ଦାବି କରାଯାଇଛି । ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସୂଚନା ଅଧିକାର ସଂଯୋଜକ ପ୍ରଦିପ ପ୍ରଧାନ, ନବ ନିର୍ମାଣ ସଂଗଠନର ଭଦ୍ରକ ଜିଲ୍ଲା ସଂଯୋଜକ ସତ୍ୟ ନାୟକ, ସହସଂଯୋଜକ ଉମାକାନ୍ତ ରାଉତ, ସୂଚନା ଅଧିକାର ଆବାହକ ପ୍ରଦୀପ ପ୍ରଧାନ, ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ, ଭଦ୍ରକ ଜିଲ୍ଲା ସଂଯୋଜକ ତ୍ରିଲୋଚନ ପଣ୍ଡା, ଭଦ୍ରକ ଜିଲ୍ଲା ଛାତ୍ର ସଂଯୋଜକ ଜାହିର ଖାଁ, ତିହିଡି ବ୍ଲକ ସଂଯୋଜକ ଗଗନ ବିହାରୀ ମହାନ୍ତି, ଚାନ୍ଦବାଲି ସଂଯୋଜକ କୃଷ୍ଣଚନ୍ଦ୍ର ବିଶ୍ୱାଳ, ଧାମନଗର ସଂଯୋଜକ ପିତବାସ ମହାନ୍ତି, ରାଜ୍ୟ କମିଟି ସଭ୍ୟ ଦେବୀପ୍ରସାଦ ମହାରଣା, ଅଶୋକ ଶାସ୍ତ୍ରି, ଖଗେଶ୍ୱର ମହାନ୍ତି, ରୀତାରାଣୀ ରାଉତ, ବିଳାସିନୀ ମହାନ୍ତି, ମହେଶ୍ୱର ଯେନା, ଅଶ୍ୱନୀ ନାୟକ, କୃଷଚନ୍ଦ୍ର ବିଶ୍ୱାଳ, ବିବେକାନନ୍ଦ ଜେନା, ପ୍ରଦିପ ସାମଲ, ରବିନ୍ଦ୍ର ନାଥ ପଣ୍ଡା, ଗୌରହରି ନାୟକ, ସାବିର ଖାଁ, ପ୍ରଭାତ ମହାନ୍ତି, ରମେଶ ଗିରି, ଅନାମ ପାଳ, ବିନୋଦ ନାୟକ ଓ ଜଗଦୀଶ ପାର୍ଥ ନାୟକ ପ୍ରମୁଖ ଶତାଧିକ ସାମିଲ ହୋଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।