ପୀରହାଟ, ଘଣ୍ଟେଶ୍ୱର ଓ ଧାମରାରେ ନମୋ ନବ ମତଦାତା ସମ୍ମିଳନୀ |

104

କଟକ (ଉତ୍କଳ ନ୍ୟୁଜ ) ୨୫-୦୧-୨୦୨୪ : ଭଦ୍ରକ ଜିଲା ପୀରହାଟ, ଘଣ୍ଟେଶ୍ୱର ଓ ଧାମରା ଅଞ୍ଚଳରେ ଲାଇଭ୍ ପ୍ରୋଗ୍ରାମ ମାଧ୍ୟମରେ କଲେଜର ଛାତ୍ରଛାତ୍ରୀ ଓ ନବ ମତଦାତା ମାନଙ୍କୁ ୧୪ ତମ ଜାତୀୟ ଭୋଟର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ସିଧା ପ୍ରସାରଣ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମଟି ମତୋ କଚେରୀ ପଡିଆ ଓ ଘଣ୍ଟେଶ୍ୱର ଠାରେ କଚେରୀ ପଡିଆରେ ଠାରେ ଅନୁଷ୍ଠିତ ହୋଇଥିଲା । ଘଣ୍ଟେଶ୍ୱର ଧାମରା ପିରାହାଟ ଅଞ୍ଚଳର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩ ହଜାରରୁ ଉର୍ଦ୍ଧ ଘଣ୍ଟେଶ୍ୱର କଲେଜ ଛାତ୍ରଛତ୍ରୀ ଓ ଧାମରା ଗଦି ପିରାହାଟ ଅଞ୍ଚଳର ଯୁବବନ୍ଧୁମାନେ ଉପସ୍ଥିତ ରହି ନୂତନ ମତଦାତା ମାନଙ୍କୁ ଲାଇଭ୍ ଅଭାସୀ ମାଧ୍ୟମରେ ମୋଦୀଙ୍କ ସହ ଭାବ ବିନିମୟ କରିଛନ୍ତି ନବ ମତ ଦାତା ଓ ଚାନ୍ଦବାଲି,ମତୋ, ଘଣ୍ଟେଶ୍ୱେର କଲେଜ ଛାତ୍ର ଛାତ୍ରୀମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ଛାତ୍ରଛାତ୍ରୀ ମାନେ ପ୍ରଥମ ଭୋଟ ଦେବାକୁ ସୁଯୋଗ ପାଇଥିବାରୁ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଏମିତି ଯୁବ ଭୋଟର ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ମୂଳକ ଯୋଜନା ପ୍ରତି ଆକୃଷ୍ଟ ହୋଇ ଉତ୍ସାହିତ ହେଉଥିବା ବାରି ହୋଇଛି । ନାଗରିକତା ଅଧିକାର ଏବଂ ଗଣତାନ୍ତ୍ରିକ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ କରିବାକୁ ଦେବୁ ନାହିଁ ବୋଲି ଯୁବ ଛାତ୍ରଛାତ୍ରୀ ମାନେ ମତବ୍ୟକ୍ତ କରିଥିଲେ । ଭାରତ ଭଳି ଦେଶରେ ପ୍ରକୃତ ନେତାକୁ ଆମେ ଆମର ଭୋଟଦାନ ନିଜେ ସାବ୍ୟସ୍ତ କରିବୁ ବୋଲି ପ୍ରକାଶ କରିଛନ୍ତି । ମତୋ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ଯର୍ତ୍ତା ଚାନ୍ଦବାଲି ନଗର ଉପ ସଭାପତି ଶରତ ସେନାପତି , ଘଣ୍ଟେଶ୍ୱର କଲେଜ ଦାୟିତ୍ୱ ରେ ଥିବା ଥିବା ହରିଶ୍ଚନ୍ଦ୍ର ମହାଳିକ ପ୍ରିୟମ୍ୱତା ଓଝା, ଚୈତନ୍ୟ ଦାସ ସତ୍ୟବାନ ସାହୁ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟଟିକୁ ସଫଳ କରିଥଲେ । ଘଣ୍ଟେଶ୍ୱରୀ ଜୋନର ସଭାପତି ମିତ୍ରଭାନୁ ଦାସ ଅଗସ୍ତି ସହ, ମଣ୍ଡଳ ଯୁବ ସଭାପତି ଋୁତୁରାଜ ଦାସ, ଧାମରାଇ ମଣ୍ଡଳ ଯୁବ ସଭାପତି ତ୍ରିଦେବେଶ ପ୍ରଧାନ, ଲଙ୍କେଶ୍ୱରୀ ମଣ୍ଡଳ ଯୁବ ସଭାପତି ରକ୍ତିକାନ୍ତ ବିଶ୍ୱାଳ ପ୍ରମୁଖ ଘଣ୍ଟେଶ୍ୱେରଠ ।ରେ ଆୟୋଜିତ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |