ବାଲିଗାଁରେ ୮୩ତମ ଉର୍ଷ ଉତ୍ସବ ପାଳିତ |

22

କଟକ (ଉତ୍କଳ ନ୍ୟୁଜ ) ୨୪-୦୧-୨୦୨୪ : ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନ ବାଲିଗାଁ ଆହେମ୍ମଦ୍ ନଗର ଠାରେ ହଜରତ୍ ସୟଦ୍ ଆହେମ୍ମଦ୍ ସହିଦ୍ ରହେମ୍ ତୁଲା ଆଲେହେ ପୀର ବାବାଙ୍କ ୮୩ ତମ ବାର୍ଷିକ ଉର୍ଷ ଉତ୍ସବ ପାଳିତ ହୋଇଯାଇଛି । ହାଡଭଙ୍ଗା ଶୀତ ସତ୍ୱେ ହଜାର ହଜାର ଭକ୍ତଙ୍କ ସମାଗମରେ ପୁରି ଉଠିଛି ଉତ୍ସବ ଅଞ୍ଚଳ । ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଲୋକମାନେ ମିଳିତ ଭାବେ ଉତ୍ସବ ପାଳନ କରିଥାନ୍ତି । ଉର୍ଦ୍ଦୁ ମାସ ଅନୁସାରେ ରଜବ୍ ମାସର ଏହି ଉତ୍ସବ ପାଳନ କରାଯାଏ । ଗତକାଲି ରୀତି ନୀତି ଅନୁସାରେ ପୂଜା ଅର୍ଚ୍ଚନା ହୋଇଥିଲା ଏବଂ ରାତ୍ରୀରେ ତଖରିର୍ ତଥା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୠତକାଲି ପୀର ବାବାଙ୍କ ଗୋସଲ୍ ତଥା ସ୍ନାନ ପରେ ରୀତି ନୀତି ଅନୁସାରେ ପୂଜା ଅର୍ଚ୍ଚନା ହୋଇଛି । ଉଭୟ ହିନ୍ଦୁ ଏବଂ ମୁସଲିମ ସମ୍ପ୍ରଦାୟର ଲୋକମାନେ ପୂଜା କରିବା ସହ ଚାଦର ଅର୍ପଣ କରିଛନ୍ତି । ସେହିପରି ବିଭିନ୍ନ କମିଟି ପକ୍ଷରୁ ଚାଦର ଶୋଭଯାତ୍ରାରେ ଆସି ବାବାଙ୍କୁ ଚାଦର ଅର୍ପଣ କରିଛନ୍ତି । ଦୂର୍ ଦୁରାନ୍ତରୁ ଆସିଥିବା ଭକ୍ତ ମାନଙ୍କ ପାଇଁ ଲଙ୍ଗର୍ ତଥା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ରାତ୍ରୀରେ କୱାଲି ପ୍ରତିଯୋଗୀତା ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାର୍ବଜନୀନ ଏହି ଉତ୍ସବରେ ଉତ୍ସବ ମୁଖର ହୋଇଉଠିଛି ସମଗ୍ର ଚାନ୍ଦବାଲି ଅଞ୍ଚଳ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |