ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର, ନ୍ୟାୟ ଦାବିରେ ପରିବାର ଲୋକେ |

269

କଟକ (ଉତ୍କଳ ନ୍ୟୁଜ ) ୨୪-୦୧-୨୦୨୪ : ପାରିବାରିକ କହଳର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର, ନ୍ୟାୟ ଦାବିରେ ପରିବାର ଲୋକେ । ଶବ ରଖି ନ୍ୟାୟ ଦାବି କରିଥିଲେ ଏବଂ ପୋଲିସର ପ୍ରତିଶୃତି ପରେ ହେଲା ଶବ ବ୍ୟବଚ୍ଛେଦ । ପାରିବାରିକ କଳହରୁ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସୂଚନା ମୂତାବକ, ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନାଧିନ ମିର୍ଜାପୁର ଗ୍ରାମର ସେକ ତାହିରଙ୍କ ଝିଅ ରୁନୁ ବିବିଙ୍କ ସହିତ ଗୁଜିଦରଡ଼ା ସ୍ଥିତ ସେକ ମୋଜଲ ହୋସେନଙ୍କ ସହ ୧୪ ବର୍ଷ ପୂର୍ବେ ହୋଇଥିଲା ଏବଂ ତାଙ୍କର ଦୁଇଟି କନ୍ୟା ସନ୍ତାନ ଅଛନ୍ତି । ବାହାଘର ପରଠାରୁ ମୋଜେଲ ରୁନୁଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ । ଇତିମଧ୍ୟରେ ରୁନୁଙ୍କ ଦୁଇଟି କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ବିଭିନ୍ନ ସମୟରେ ରୁନୁଙ୍କୁ ମାରପିଟ କରୁଥିଲେ ତାଙ୍କ ସ୍ୱାମୀ ମୋଜେଲ । ସବୁବେଳେ ନିଶାଶକ୍ତ ହୋଇ ରୁନୁଙ୍କୁ ଅତ୍ୟାଚାର କରିଆସୁଥିଲେ ସ୍ୱାମୀ । ୨୦୨୨ ମସିହା ଏପ୍ରିଲ ୧୪ ତାରିଖରେ ଅଧିକ ଯୌତୁକ ଦାବିକରି ରୁନୁଙ୍କୁ ମରଣାତ୍ମକ ଆକ୍ରମଣ ମଧ୍ୟ କରିଥିଲେ ମୋଜଲ ହୋସେନ୍ । ଘଟଣା ବାବଦରେ ଏକ ଲିଖିତ ଅଭିଯୋଗ ପରେ ପୁରୁଣାବଜାର ଥାନାରେ ଏକ ମାମଲା ମଧ୍ୟ ଦାୟର ହୋଇଥିଲା ଯେଉଁ ମାମଲା ଅଦ୍ୟାବଧି କୋର୍ଟରେ ବିଚରାଧୀନ ରହିଛି । ସ୍ୱାମୀ ମୋଜଲଙ୍କ ବ୍ୟତିତ ତାଙ୍କର ଦୁଇ ଭଉଣୀ ଓ ଭିଣୋଇ ମଧ୍ୟ ରୁନୁଙ୍କୁ ନିର୍ଯାତନା ଦେଉଥିଲେ । ତେବେ ଗତ ୮ ଦିନ ତଳେ ରୁନୁଙ୍କୁ ନିସ୍ତୁକ ମାରପିଟ କରିଥିଲେ ଏବଂ ଏକ ମରଣାସ୍ତ୍ର ଧରି ବୁଲୁଥିବାର ଭିଡ଼ିଓ ରୁନୁ ଉତ୍ତୋଳନ କରି ପରିବାର ଲୋକକୁ ପ୍ରଦାନ କରିଥିଲେ । ତେବେ ୨୨ ତାରିଖ ଦିନ ପ୍ରାୟ ୧.୩୦ ଘଟିକାରେ ରୁନୁଙ୍କୁ ଭାଇ ସେକ ସରାଫତଙ୍କ ମୋବାଇଲକୁ ଏକ ଫୋନ ଆସିଥିଲା । “ତୁମ ଭଉଣୀଙ୍କୁ ତୁମ ଭିଣୋଇ ଭୁଜାଲିରେ ହାଣି ରକ୍ତାକ୍ତ କରିଦେଇଛି” ବୋଲି କୁହାଯାଇଥିଲା । ସଂଗେ ସଂଗେ ରୁନୁଙ୍କ ଭାଇ ଗୁଜିଦରଡ଼ା ପହଂଚି ପୋଲିସ ଉପସ୍ଥିତିରେ ରୁନୁଙ୍କୁ ମେଡିକାଲ ଆଣିଥିବା ବେଳେ ଡାକ୍ତର ରୁନୁଙ୍କୁ ମୃତ ଘୋଷଣା କରିଥିଲେ । ଗ୍ରାମାଞ୍ଚଳ ଥାନାରେ ସେକ ସରାଫତ ଦେଇଥିବା ଏତଲା ଉପରୋକ୍ତ ବିଷୟରେ ଉଲ୍ଲେଖ କରିଛନ୍ତି । ତେବେ ରୁନୁଙ୍କୁ ମାରିଥିବା ତାଙ୍କ ସ୍ୱାମୀ ମୋଜେଲ ଓ ତାଙ୍କ ଦୁଇ ଭଉଣୀ, ଭିଣୋଇ ଓ ଗୁଜିଦରଡ଼ା ଫାଣ୍ଡିରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ବରକତ ଅଲ୍ଲୀଖାନଙ୍କ ବିରୋଧରେ ମାମଲା ଦାୟର କରିଲେ ଯାଇ ରୁନୁଙ୍କ ଶବ ବ୍ୟବଛେଦ ହେବା ନେଇ ପରିବାର ଲୋକେ ଅଡି ବସିଥିଲେ । ଏହାକୁ ନେଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖା ଦେଇଥିଲେ । ବରକତ ଅଲ୍ଲୀ ଖାଁ ଯେ କି ଗୁଜିଦରଡ଼ା ଫାଣ୍ଡିରେ କନେଷ୍ଟବଳ ଭାବେ କାର୍ଯ୍ୟକରନ୍ତି । ବିଗତ ଦିନରେ ରୁନୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଏତଲା ଗ୍ରହଣ ନକରିବା ତଥା ରୁନୁଙ୍କ ଭାଇଙ୍କୁ ଅଯଥାରେ ଥାନାରେ ବସାଇ ମାଡ ମାରିବା ଭଳି ଅଭିଯୋଗ ମଧ୍ୟ କରିଛନ୍ତି ରୁନୁଙ୍କ ପରିବାର ଲୋକେ ତେଣୁ ବରକତ ଅଲ୍ଲୀ ଖାଁ ରୁନୁଙ୍କ ମୃତ୍ୟୁରେ ସାମିଲ ଥିବା ନେଇ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରିବାର ଲୋକେ । ସିଟି ଡ଼ିଏସପି, ଗୁଜି ଦରଡ଼ା ଫାଣ୍ଡି ଅଧିକାରୀ, ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ଉପସ୍ଥିତିରେ ଏକ ଆଲୋଚନା ହୋଇଥିଲା । ପୋଲିସ ତଦନ୍ତ କରି ଏକ ସପ୍ତାହ ମଧ୍ୟରେ ମଧ୍ୟରେ ରିପୋର୍ଟ କରିବା ସହିତ ଦୋଷୀଙ୍କ ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ତଦନ୍ତ ମୁତାବକ ଅଭିଯୁକ୍ତମାନଙ୍କ ବିରୋଧରେ ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସିଟି ସିଏସପି ଅଂଶୁମାନ ଦିବେଦୀ । ଆଗାମୀ ଦିନରେ ମୃତାଙ୍କ ପରିବାରକୁ କି ପ୍ରକାର ନ୍ୟାୟ ମିଳୁଛି ତାହାକୁ ଅନେଇ ବସିଛନ୍ତି ଅଞ୍ଚଳବାସୀ । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |