ଗୋଲଖ ବିଶ୍ୱାଳ ସ୍ମାରକୀ ଇଣ୍ଟରସ୍କୁଲ ବ୍ୟାଡମିଣ୍ଟନ ଚାମ୍ପିୟାନସିପ ଉଦଯାପିତ |

186

କଟକ (ଉତ୍କଳ ନ୍ୟୁଜ ) ୨୩-୦୧-୨୦୨୪ : ଚୌଦ୍ୱାର ଗୋପବନ୍ଧୁ ଖେଳପଡିଆ ଠାରେ ଗୋଲଖ ବିଶ୍ୱାଳ ସ୍ମାରକୀ ଇଣ୍ଟରସ୍କୁଲ ବ୍ୟାଡମିଣ୍ଟନ ଚାମ୍ପିୟାନସିପ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଉଦଯାପିତ ହୋଇ ଯାଇଛି | ଏକ୍ସିଲେଣ୍ଟ କ୍ଲବ ଅନୁକୂଲ୍ୟ ରେ ଅନୁଷ୍ଠିତ ଏହି ପ୍ରତିଯୋଗିତା କୁ କାଁହୁ ଚରଣ ଜେନା , ଭୀମସେନ ବିଶ୍ୱାଳ , ଟୁକୁ ପ୍ରଧାନ ପରିଚାଳନା କରିଥିଲେ | ଏହି ପ୍ରତିଯୋଗିତା ର ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଦେବେନ୍ଦ୍ର ପୃଷ୍ଟି , ସମ୍ମାନିତ ଅତିଥି ଭାବେ ଅଶ୍ୱନୀ କୁମାର ଜେନା , ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ଦାସ , ରାଜକିଶୋର ସାମନ୍ତ , ଭାସ୍କର ଚନ୍ଦ୍ର ରାଉତରାୟ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ସୂଚନା ଅଧିକାର ଅଭିଯାନ ର ଯୁଗ୍ମ ଆବାହକ ଶ୍ରୀକାନ୍ତ ପାକଳ , ସମ୍ମାନୀୟ ଅତିଥି ମାନସ କୁମାର ପରିଡା , ଯୁବ ସମାଜସେବୀ ଅମୁଲ୍ୟ ରଞ୍ଜନ ରାଉତରାୟ , କ୍ରୀଡ଼ାବିତ ବିଶ୍ୱରଂଜନ କର , ଶିକ୍ଷାବିତ ମାନସ ଖୁଣ୍ଟିଆ , ବରିଷ୍ଠ ସାମ୍ବାଦିକ ଶଙ୍କର୍ଷଣ ମହାପାତ୍ର, ହରିହର ବେଉରା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ | ଏହି ପ୍ରତିଯୋଗିତା ରେ ୧୦୦ ରୁ ଉର୍ଧ କ୍ରୀଡ଼ାବିତ ଭାଗ ନେଇଥିବା ବେଳେ ତିନୋଟି ବର୍ଗ ରେ ୧୪ ବର୍ଷ ରୁ କମ ପ୍ରତିଯୋଗିତା ରେ ପ୍ରତ୍ୟୁଷ ମହାନ୍ତି ପ୍ରଥମ , ଆୟୁଷ୍ମାନ ନାୟକ ଦ୍ୱିତୀୟ , ରୁଦ୍ର ପ୍ରସାଦ ଦାସ ତୃତୀୟ , ୧୬ କମ ବିଭାଗ ପ୍ରତିଯୋଗିତା ରେ ଶିବ ପ୍ରସାଦ ମିଶ୍ର ପ୍ରଥମ , ତୁଷାର ଜେନା ଦ୍ୱିତୀୟ , ଅଭିଷେକ ରାଉତ , ତୃତୀୟ , ଏବଂ ୧୮ ବର୍ଷ ରୁ କମ ପ୍ରତିଯୋଗିତା ରେ ମଳୟ ସାହୁ ପ୍ରଥମ , ଶୁଭମ ପୃଷ୍ଟି ଦ୍ୱିତୀୟ , ହିଫ ଜୁଲାଦିନ ତୃତୀୟ ସ୍ଥାନ ରେ ରହି କୃତ କାର୍ଯ୍ୟ ହୋଇଥିଲେ | ଅତିଥି ମାନଙ୍କ ଦ୍ୱାରା ତିନୋଟି ବର୍ଗ ବିଭାଗ ରେ ଖେଳି ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଖେଳାଳି ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା | ସଂଜିତ ଦାସ , ବିଶ୍ୱରଂଜନ ସାହୁ , ଦୀପକ ସେନାପତି , ଦୀପେଶ ମହାନ୍ତି , ବୁଲବୁଲ ସାହୁ , ନୃସିଂହ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |