ତିହିଡି ବ୍ଲକ ୯ ନଂ ଜୋନର ବିଜେଡି ସଭାପତି ହେଲେ ମାନସ |

70

କଟକ (ଉତ୍କଳ ନ୍ୟୁଜ ) ୨୨-୦୧-୨୦୨୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅଧିନସ୍ଥ ତଥା ତିହିଡି ବ୍ଲକ ୯ ନଂ ଜୋନର ବିଜେଡି ସଭାପତି ଭାବେ ପ୍ରାକ୍ତନ ସମିତିସଭ୍ୟ ମାନସ ରଞ୍ଜନ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ପକ୍ଷରୁ ତାଙ୍କୁ ଏହି ନିଯୁକ୍ତି ଦିଆ ଯାଇଥିବା ଜଣାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ନାୟକ ଗତ ୨୦୦୨ରୁ ୨୦୦୭ ଯାଏଁ ସେ ଗୋବିନ୍ଦପୁର ପଞ୍ଚାୟତରେ ସଭିତିସଭ୍ୟ ଭାବେ ନିର୍ବାଚିତ ହୋଇଥିବା ବେଳେ ଏବେ ବାରସର ସେବା ସମବାୟ ସମିତିର ସଭାପତି ଦାୟିତ୍ୱରେ ଅଛନ୍ତି । ଶ୍ରୀ ନାୟକ ଜଣେ ଯୁବ ସଙ୍ଗଠକ ଭାବେ ବେଶ ଜଣାଶୁଣା । ତାଙ୍କୁ ଏହି ଦାୟିତ୍ୱ ଦିଆଯିବା ଦ୍ୱାରା ତିହିଡି ବ୍ଲକର ୯ନଂ ଜୋନ ତଥା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୯ ପଞ୍ଚାୟତରେ ବିଜେଡିର ସଙ୍ଗଠନ ବେଶ ସୁଦୃଢ ହେବ ବୋଲି ଆଶା କରାଯାଏ । ଶ୍ରୀ ନାୟକଙ୍କୁ ଏହି ଦାୟିତ୍ୱ ମିଳିବା ପରେ ସେ ବିଧାୟକ ଡ. ବ୍ୟୋମକେଶ ରାୟ, ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ବ୍ଲକ ସଭାପତି ରଘୁନାଥ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଅମୁଲ୍ୟ ମାଝୀ, ପୂର୍ବତନ ସରପଞ୍ଚ ମାନସ ସାହୁ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |