ବିଏନଏମଏ କଲେଜରେ ବିଶ୍ୱ ଓଡ଼ିଆ ଭାଷା ସମ୍ମଳନୀ ପାଠଚକ୍ର, “ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ସାହିତ୍ୟରେ ବୈଷ୍ଣବ ତତ୍ତ୍ୱ୍ୱ ପ୍ରକାଶିତ” |

136

କଟକ (ଉତ୍କଳ ନ୍ୟୁଜ ) ୨୦-୦୧-୨୦୨୪ : ଶ୍ରୀଚୈତନ୍ୟ ୧୫୧୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆଗମନ ପରେ ଯେ ବୈଷ୍ଣବଧର୍ମ ପ୍ରଚାରିତ ହୋଇଛି ବୋଲି ଯାହା କୁହାଯାଉଛି, ତାହା ଅର୍ଦ୍ଧସତ୍ୟ । ବହୁ ଶତାବ୍ଦୀ ପୂର୍ବରୁ ହାତୀଗୁମ୍ଫା ଶିଳାଲେଖଠାରୁ ଆରମ୍ଭ କରି ଦ୍ୱାଦଶ ଶତକରେ ରାମାନୁଜ, ମାଧ୍ୱାଚାର୍ଯ୍ୟ, ବିଷ୍ଣୁସ୍ୱାମୀ, ଶ୍ରୀଧର ସ୍ୱାମୀ, ଶ୍ରୀବଲ୍ଲଭ, ନିମ୍ବାର୍କ ପ୍ରମୁଖ ଧର୍ମଯାଜକମାନେ ଯୋଗବାଦୀ ଦର୍ଶନ, ଦ୍ୱୈତା-ଦ୍ୱୈତ୍ୟବାଦ ପ୍ରଭୃତି ବୈଷ୍ଣବୀୟ ଭକ୍ତିବାଦର ପ୍ରବର୍ତ୍ତର୍ନ କରିଥିଲେ । କମ୍ବୁକଟକ ରାଜା ‘ଶ୍ରୀଜଗନ୍ନାଥ’ ଶବ୍ଦର ଯୁକ୍ତାକ୍ଷର ମଧ୍ୟରେ ଏହି ବୈଷ୍ଣବୀୟ ଭକ୍ତିତତ୍ତ୍ୱ୍ୱ ନିହିତ । ସେ ଧର୍ମାର୍ଥ-କାମମୋକ୍ଷ ଚର୍ତୁବର୍ଗ ଫଳପ୍ରଦାନକାରୀ । ସାଂଖ୍ୟ ଧର୍ମର ନିର୍ଗୂଣ ସାଧନା, ଉପନୀଷଦ, ଯୋଗଦର୍ଶନ ଓ ଭକ୍ତିପ୍ରଧାନ ଭାଗବତ ଧର୍ମ ଭିତରୁ ଜ୍ଞାନମିଶ୍ରା ଭକ୍ତିବାଦର ସୃଷ୍ଟି ବୋଲି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ସ୍ଥିତ ବିରଞ୍ôଚ ନାରାୟଣ ମାଧବ-ଅର୍ଜ୍ଜୁନ ମହାବିଦ୍ୟାଳୟ ପକ୍ଷରୁ ଶନିବାର ଅନୁଷ୍ଠିତ ‘ଓଡ଼ିଆ ବୈଷ୍ଣବ ସାହିତ୍ୟରେ ଶ୍ରୀଜଗନ୍ନାଥ’ ଶୀର୍ଷକ ରାଜ୍ୟସ୍ତରୀୟ ପାଠଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ରାଜ୍ୟ ସରକାରଙ୍କ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପକ୍ଷରୁ ଆହୂତ ‘ନୂଆ-ଓ ସାହିତ୍ୟ ଉତ୍ସବ’ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ପାଠଚକ୍ରରେ ମୁଖ୍ୟ ଅତିଥି ଭାବେ ବିିଶିଷ୍ଟ କଥାଶିଳ୍ପୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ରାଧାବିନୋଦ ନାୟକ ଯୋଗଦେଇ ଯୋଗବାଦ ଭକ୍ତିବାଦ ପରମ୍ପରା ଓ ବିଶେଷତଃ ପଞ୍ଚସଖା ବୈଷ୍ଣବପନ୍ଥୀଙ୍କ ଧର୍ମଦର୍ଶନ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରବକ୍ତା ଡକ୍ଟର ଚିନ୍ମୟୀ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ଉତ୍କଳ ସମ୍ମିଳନୀ ଭଦ୍ରକ ଜିଲ୍ଲା ଶାଖା ସମ୍ପାଦକ ଅଜୟ ନାୟକ ଯୋଗଦେଇ ଶ୍ରୀଜଗନ୍ନାଥ ଓ ବୈଷ୍ଣବ ତତ୍ତ୍ୱକୁ ନେଇ ଓଡ଼ିଶା ଭୂମିରେ ଧର୍ମଦର୍ଶନର ମନ୍ଦାକିନୀଧାରା ପ୍ରବାହିତ ହୋଇଥିଲା ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ବସନ୍ତ ନାୟକ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମର ଯୁକ୍ତଦୁଇ ସଂଯୋଜିକା ଅଧ୍ୟାପିକା ଗାୟତ୍ରୀ ବେହେରା ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରିଥିବା ବେଳେ ନୋଡାଲ୍ ଅଧିକାରୀ ତଥା ଓଡ଼ିଆ ବିଭାଗମୁଖ୍ୟ ଅଧ୍ୟାପକ ଡ. ବିଶ୍ୱରଞ୍ଜନ ଦାସ ବିଷୟବସ୍ତୁ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ । ଯୁକ୍ତିତିନି ଛାତ୍ରୀ ବିଷ୍ଣୁପ୍ରିୟା ସାହୁ ଓ ଯୁକ୍ତଦୁଇ ଛାତ୍ରୀ ଶ୍ରୁତିରେଖା ବେହେରା ପ୍ରବନ୍ଧପାଠ କରିଥିଲେ । ସଂସ୍କୃତ ବିଭାଗ ଅଧ୍ୟାପିକା ଡ. ସୁଜାତାରାଣୀ ଗରି ଶ୍ରୀଜଗନ୍ନାଥ ସ୍ତୋତ୍ର ଗାନ କରିଥିଲେ । ଯୁକ୍ତତିନି ସଂଯୋଜିକା ଅଧ୍ୟାପିକା ପଦ୍ମାଳୟା ଖଟୁଆଙ୍କ ତତ୍ତ୍ୱ୍ୱାବଧାନରେ ଛାତ୍ରୀ ସାଇସ୍ମିତା ବିଶ୍ୱାଳ, ସୁଦୀପ୍ତା ସାମଲ, ପ୍ରିୟଙ୍କା ପ୍ରିୟଦର୍ଶନୀ ପତି ଓ ଅନନ୍ୟା ସାମଲ ପ୍ରାରମ୍ଭିକ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ ଓ ଛାତ୍ରୀ ବନ୍ଦେବିଶ୍ୱେଶ୍ୱରୀ ଦାସ ଶାସ୍ତ୍ରୀୟନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଅତିଥିମାନଙ୍କୁ ପାଠଚକ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ପୂର୍ବାହ୍ଣରେ ଆୟୋଜିତ ଉତ୍କଳୀୟ ସଂସ୍କୃତି ଆଧାରିତ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ଶୁଭ୍ରସ୍ମିତ ବେହେରା, ଆଶିଷ କୁମାର ସାହୁ, ସ୍ୱାଗତିକା ମହାପାତ୍ର, ଅମ୍ରିତା ଗିରି, ଦମୟନ୍ତୀ ବେହେରା ଓ ଅଭିଲିପ୍ସା ପରିଡ଼ା ପ୍ରମୁଖ କୃତିତ୍ୱ ହାସଲ କରିଥିଲେ । ଛାତ୍ରୀ ମଧୁସ୍ମିତା ନାୟକ, ଅର୍ପିତା ଭଞ୍ଜ, ସିଦ୍ଧାନ୍ତ ପାତ୍ର, ବଦ୍ରିନାରାୟଣ ପତି, ତ୍ରିଲୋଚନ ମଲ୍ଲିକ୍‌, ଦେବୀପ୍ରସନ୍ନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଯୁକ୍ତଦୁଇ ନୋଡାଲ୍ ଅଧିକାରୀ ଅଧ୍ୟାପକ ଡ. ରାଜେନ୍ଦ୍ର କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାର ତଥା ଛାତ୍ରଛାତ୍ରୀ ପାଠଚକ୍ରରେ ଅଂଶଗ୍ରହଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |