ଏନଏସଏସୟୁ ଚମ୍ପିଅନ ଲିଗ, ମହାକାଲ ଇଲେଭେନକୁ ହରାଇ ଦି ବ୍ରଦର୍ସ ଚମ୍ପିଅନ |

22

କଟକ (ଉତ୍କଳ ନ୍ୟୁଜ ) ୨୦-୦୧-୨୦୨୪ : ବ୍ରହ୍ମପୁର ପଞ୍ଚାୟତ ଅଧୀନ ବରାଙ୍ଗ କ୍ରିକେଟ ପଡ଼ିଆରେ ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ୧୭ତମ ଏନଏସଏସୟୁ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ଖେଳରେ ବାରିପଦା ମହାକାଲ ଇଲେଭେନକୁ ପରାସ୍ତ କରି ଭଦ୍ରକର ଦ ବ୍ରଦର୍ସ ଚାମ୍ପିଅନ ହୋଇଛି । ଟସ ଜିତି ମହାକାଲ ଇଲେଭେନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୧୭ ଓଭର ବିଶିଷ୍ଟ ଏହି ଖେଳରେ ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ ଥିବା ଦି ବ୍ରଦର୍ସର ଶଶାଙ୍କ ଚକ୍ରବର୍ତ୍ତୀ ଙ୍କ ୯୪ ରନର ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୨୨୨ ରନ ସଂଗ୍ରହ କରିଥିଲା । ଜବାବରେ ମହାକାଲ ଇଲେଭେନର ରୋମାଞ୍ଚକର ମ୍ୟାଚରେ ସୁଧାକରଙ୍କର ଲଢ଼ୁଆ ୧୦୯ ରନ ସତ୍ୱେ ସମସ୍ତ ୱିକେଟ ହରାଇ ୨୧୬ ରନ କରି ମାତ୍ର ୬ ରନରେ ପରାଜୟ ବରଣ କରିଥିଲା । ଚମ୍ପିଅନ ଦଳକୁ ମୁଖ୍ୟ ଅତିଥି ଶିକ୍ଷକ ତଥା ଏନଏସଏସୟୁର ସଦସ୍ୟ ଦୁଷ୍ମନ୍ତ କୁମାର ମଲିକ ୩୦ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଅପ ଦଳକୁ ଅନ୍ୟତମ ସଦସ୍ୟ ଅରୁଣ ନାୟକ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଶୁଭାଶିଷ ପଲାଇ ଓ ଜଗନ୍ନାଥ ପଲାଇ ମ୍ୟାଚ ପରିଚାଳନା କରିଥିା ବେଳେ ବିଜୟ କୁମାର ନାୟକ ରେଫେରୀ, ଶାଶ୍ୱତ ରଂଜନ ବଳ, ଜ୍ଞାନ ରଂଜନ ପଲାଇ, ବିଶ୍ୱଜିତ ବିଶ୍ୱାଳ, ଅମିତାଭ ଦାସ, ଦେବାଶିଷ ବିଶ୍ୱାଳ, ରାଜେନ୍ଦ୍ର ବିଶ୍ୱାଳ ବିଭିନ୍ନ ଦିବସରେ ସ୍କୋରର ରହିଥିଲେ । ବାପୁନୁ ପଲେଇ ଓ ଚିନ୍ମୟ ଦାସ ଧାରା ବିବରଣୀ ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ, ଉକ୍ତ ଟୁର୍ଣ୍ଣାମେଣ୍ଟଟିକୁ ଯାତ୍ରା ରାଜ ନନ୍ଦିନୀର ପ୍ରଯୋଜକ ସ୍ମୃତିରଂଜନ ପଲେଇ ଉଦଘାଟନ କରିଥିଲେ । ସଂଗ୍ରାମ, ଡମ୍ବରୁ, ନିହାର, ପ୍ରହ୍ଲାଦ, ପ୍ରଳୟ, ଜ୍ଞାନରଂଜନ, ଶମ୍ଭୁଆ, ଜୀବନ, ଶିବରାମ, ସ୍ୱାଧୀନ, ବିଶ୍ୱଜିତ, ଦୀପକ, ରଜନୀ, ଟୁକୁନା, ଦିବାକର, ଗୌର, ଚନ୍ଦନ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |