ଚୌଦ୍ୱାର ବାସୀ ଙ୍କୁ ବିଭ୍ରାନ୍ତ କରିଥିବା ଘଟଣା ର ତଦନ୍ତ ଦାବି କଲା କଂଗ୍ରେସ |

236

କଟକ (ଉତ୍କଳ ନ୍ୟୁଜ ) ୨୦-୦୧-୨୦୨୪ : ଚୌଦ୍ୱାର ପୌରପାଳିକା ରେ ଅର୍ପଣ ରଥ ପ୍ରକଳ୍ପ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭ୍ରାଟ କୁ ନେଇ ଚୌଦ୍ୱାର କଂଗ୍ରେସ ଦଳ ପକ୍ଷ ରୁ ପୋୖରକାର୍ଯ୍ୟନିର୍ବହୀ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି | ଦାବି ଅନୁଯାୟୀ , ଅର୍ପଣ ରଥ ପରିକ୍ରମା କରିବା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ବେଳେ ୧୧ ତାରିଖ ଗୁରୁବାର ଦିନ ଗାନ୍ଧୀଛକ ସ୍ଥିତ କଲ୍ୟାଣ ମଣ୍ଡପ ସମ୍ମୁଖ ରେ ରଥ ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କିପରି ମୁଖ୍ୟ ଅତିଥି ହୋଇଥିଲେ , ତାହାର ସ୍ପଷ୍ଟିକରଣ ଦାବି କରିଥିଲେ | ଏକ ସରକାରୀ କାର୍ଯ୍ୟକ୍ରମ ରେ କିପରି ଦଳଗତ ଭାବେ ପୂର୍ବତନ ବିଧାୟକ ଙ୍କୁ ମୁଖ୍ୟଅତିଥି କରାଗଲା ? ସେହିପରି ଅନ୍ୟ ଏକ ପ୍ରସଙ୍ଗ ରେ ଚୌଦ୍ୱାର ପୌରପାଳିକା ପକ୍ଷ ରୁ ଏକ ପ୍ରଚାର ପତ୍ର ୱାର୍ଡ ବାସୀ ଙ୍କୁ ପ୍ରଦାନ କରାଯାଇଥିବା ବେଳେ ପୁନର୍ବାର ସେହିଭଳି ଏକ ପ୍ରଚାର ପତ୍ର ରେ ଯାହାର କାର୍ଯ୍ୟସୂଚୀ ବଦଳାଯାଇ ୱାର୍ଡ ବାସୀ ଙ୍କୁ ବଣ୍ଟନ କରାଯାଇଥିଲା , ଯାହାଦ୍ୱାରା ୱାର୍ଡ ବାସୀ ଙ୍କ ମନ ରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା | ଏପରି ଦୁଇ ଦୁଇଟି ପତ୍ର ବଣ୍ଟନ କରି ଜନ ସାଧାରଣ ଙ୍କ ମନ ରେ ବିଭ୍ରାନ୍ତ ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କୁ ତଦନ୍ତ କରିବାକୁ ଦାବି କରିଥିଲେ | ଏ ସମ୍ପର୍କ ରେ ପୌରପାଳିକା ତରଫ ରୁ ଚୌଦ୍ୱାର ଥାନା ରେ ଅଭିଯୋଗ କରାଯାଉ ନ ଚେତ ଆଗାମୀ ୩ ଦିନ ମଧ୍ୟ ରେ ଚୌଦ୍ୱାର କଂଗ୍ରେସ ତରଫ ରୁ ଥାନା ରେ ଅଭିଯୋଗ କରାଯିବ ବୋଲି ସଭାପତି ବିଜୟ କୁମାର ବେହେରା , ମୋନାଲିଶା ଦାସ , ରାଜୀବ ମହାନ୍ତି , ସୌରଭ କୁମାର ଦାସ , ସୁଭାସିସ ରାଉତ , ରଶ୍ମି ରଞ୍ଜନ ବେହେରା ପ୍ରମୁଖ ଦାବି କରିଛନ୍ତି |