୯ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ରାଜସ୍ୱ ନୀରିକ୍ଷକ।

195

କଟକ (ଉତ୍କଳ ନ୍ୟୁଜ ) ୨୦-୦୧-୨୦୨୪ : ଭିଜିଲାନ୍ସ ଜାଲରେ ରାଜସ୍ବ ନୀରିକ୍ଷକ । ଜଳଜମିକୁ ଘରବାଡି କରିବା ପାଇଁ ଲାଞ୍ଚ ନେଉଥିଲେ । ମାଡି ବସିଲା ଭିଜିଲାନ୍ସ। ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନ କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକ ଶରତ ଜେନା ଭିଜିଲାନ୍ସ ଜାଲରେ । ସୂଚନାଯୋଗ୍ୟ, ଯେ ଖାନାବାଡି ଅଞ୍ଚଳର ଜନୈକ ବ୍ୟକ୍ତି ନିଜ ଜଳ ଜମିକୁ ଘରବାଡି କରିବା ପାଇଁ କେନ୍ଦୁଆପଦା ଆରଆଇ ଅଫିସରେ ଆବେଦନ କରିଥିଲେ । କିନ୍ତୁ ଆରଆଇ ଶରତ ଜେନା ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଭିଜିଲାନ୍ସରେ ଅଭିଯୋଗ ପରେ ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ ଜଗି ରହିଥିଲେ । ଆବେଦନକାରୀଙ୍କ ନିକଟରୁ ଆରଆଇ ଶରତ ଜେନା ୯ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ମାଡି ବସିଛି। ତେବେ ଆରଆଇଙ୍କ କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ାଉ ଜାରି ରହିଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।