ଗୋଟିଏ ମୌଜାରେ ବାଲି ଲିଜ କିନ୍ତୁ ଅନ୍ୟ ଏକ ମୌଜା ରୁ ଉଠୁଛି ବାଲି,ଦିନ ଦ୍ୱିପ୍ରହର ରେ ସରକାର ଙ୍କ ରଜସ୍ବ ଲୁଟୁଛନ୍ତି ମାଫିଆ |

19

କଟକ (ଉତ୍କଳ ନ୍ୟୁଜ ) ୨୦-୦୧-୨୦୨୪ : ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଦିନ କୁ ଦିନ ବୃଦ୍ଧି ପାଉଛି ବାଲି ମାଫିଆ ଦୌରାତ୍ମ୍ୟ l ଏଠି ପ୍ରଶାସନିକ ଅଧିକାରୀ ଙ୍କ ଜାଣତରେ ରାଜସ୍ବ ଲୁଟିବାରେ ବ୍ୟସ୍ତ ମାଫିଆ l ଦିନ ହେଉକି ରାତି ନିଜ ଇଚ୍ଛା ମୁତାବକ ବେଧଡକ ଲଘୁ ଖଣିଜ ଦ୍ରବ୍ୟ ଲୁଟ ହେଉଥିବା ବେଳେ ଚୁପ ବସିଛି ପ୍ରଶାସନ l ଆଉ ଏହି ଲୁଟ ପଛରେ ରାଜନେତା ଠୁ ନେଇ ପ୍ରଶାସନିକ ଅଧିକାରୀଙ୍କ ହାତ ରହିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି l ନଚେତ ଗୋଟିଏ ମୌଜାରେ ବାଲି ଲିଜ ରହି ଅନ୍ୟ ମୌଜାରୁ ବାଲି ଉଠାଇବାରେ ସାହସ କିଭଳି କରୁଛନ୍ତି ବାଲି ମାଫିଆ l ଗଞ୍ଜାମ ଜିଲ୍ଲା ଆସିକା ସହର ବିଜୁ ପଟ୍ଟନାୟକ ଛକ ପାଖ ଋଷୁକୂଲ୍ୟା ନଦୀ ର ନରସିଂହପଲ୍ଲୀ ବାଲି ଘାଟ କଥା l ଏହି ଘାଟ ୨୦୨୦ -୨୧ ଠାରୁ ୨୦୨୪ -୨୫ ପର୍ଯ୍ୟନ୍ତ ଲିଜ ପାଇଥିବା ଲିଜଧାରୀ ନିଜ ପରିଧି ଠାରୁ ଅତ୍ୟଧିକ ସ୍ଥାନରୁ ବାଲି ଉଠାଉଥିବା ଦେଖିବାକୁ ମିଳିଛି l ଏହି ଲିଜ ଧାରି ଙ୍କ ଦୌରାତ୍ମ୍ୟ ଏତେ ବୃଦ୍ଧି ପାଇଛି ଯେ ଋଷୁକଲ୍ୟା ନଦୀର କିଲୋମିଟର କିଲୋମିଟର ସ୍ଥାନରୁ ବାଲି ଉଠାଇବା ସହିତ ନିକଟ ମକୁନ୍ଦପୁର ମୌଜାର ଋଷୁକୂଲ୍ୟା ନଦୀ ଉପରେ ରହିଥିବା ସେତୁ ପର୍ଯ୍ୟନ୍ତ ବାଲି ଉଠାଉଥିବା ଦେଖିବାକୁ ମିଳିଛି l ତେବେ ମକୁନ୍ଦପୁର ମୌଜା ବାଲିଘାଟ ଟି ସରକାର ଙ୍କ ପକ୍ଷରୁ ଏକବର୍ଷ ତଳେ ନିଲାମ କରାଯାଇଥିବା ବେଳେ ଉଚ୍ଚ ନ୍ୟାୟାଳୟ ରେ ମାମଲା ରହିଥିବା କାରଣ ରୁ ଏହାକୁ ବନ୍ଦ ରଖାଯାଇଛି l ଏହାର ସୁଯୋଗ ନେଇ ନରସିଂହପଲ୍ଲୀ ବାଲିଘାଟ ଲିଜ ଧାରୀ ସେଠାରୁ ରାତି ଅଧିଆ ବାଲି ବେଆଇନ ଭାବେ ଚାଲାଣ କରିବା ସହିତ ରାଜ୍ୟ ସରକାର ଙ୍କ ରାଜସ୍ବ ଲୁଟୁଥିବା ଅଭିଯୋଗ ହୋଇଛି l ତେବେ ଅନ୍ୟ ମୌଜାରୁ ବାଲି ଚାଲାଣ ଲାଗି ଲିଜ ଧାରୀ ଙ୍କୁ କିଏ ଅନୁମତି ଦେଲା? ପ୍ରଶାସନିକ ଅଧିକାରୀ ଙ୍କୁ ହାତ ଗୁଂଜାଦେଇ ହେଉଛିକି ବାଲି ଲୁଟ? ଲିଜ ଧାରୀଙ୍କ ବେଆଇନ କାର୍ଯ୍ୟ ଉପରେ କେବେ ଲାଗିବ ରୋକ? କେବେ ଉପରିସ୍ଥ ଅଧିକାରୀ ନେବେ କାର୍ଯ୍ୟାନୁଷ୍ଠାନ? ଏହି ଭଳି ଅନେକ ପ୍ରଶ୍ନ ଏବେ ସାଧାରଣ ରେ ଉଠୁଥିବା ବେଳେ ଦିନ ଦ୍ବିପ୍ରହର ରେ ନିଜ ଇଛା ମୁତାବକ ଲଘୁ ଖଣିଜ ଦ୍ରବ୍ୟ ଲୁଟ ମାଫିଆ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି l ଗଂଜାମ ରୁ ସନ୍ତୋଷ ସ୍ୱାଇଁ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |