ସମଲେଇ ପ୍ରକଳ୍ପ ଲୋକାର୍ପଣ ଅବସରରେ କଟକର ୩ଟି ମନ୍ଦିରର ସେବାୟତଙ୍କୁ ନିମନ୍ତ୍ରଣ।

84

କଟକ (ଉତ୍କଳ ନ୍ୟୁଜ ) ୧୮-୦୪-୨୦୨୪ : ଚଳିତ ମାସ ୨୭ ତାରିଖରେ ମା ସମଲେଇ ପ୍ରକଳ୍ପ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବ। ଏଥିନିମନ୍ତେ ମା ସମଲେଶ୍ଵରୀ ମନ୍ଦିର ପକ୍ଷରୁ ବିଭିନ୍ନ ଜିଲ୍ଲାର ଧାର୍ମିକ ଅନୁଷ୍ଠାନ ମନ୍ଦିରମାନଙ୍କର ସେବାୟତ ତଥା ପୂଜକ ମାନଙ୍କୁ ନିମନ୍ତ୍ରଣ କରାଯାଉଛି। ଆଜି ଏହି ପରିପ୍ରେକ୍ଷୀ ରେ ମା ସମଲେଶ୍ଵରୀ ମନ୍ଦିରର ଟ୍ରଷ୍ଟ ସଦସ୍ୟ ସନ୍ତୋଷ ପୁରସେଠ, ସେବାୟତ ସଂକୀର୍ତନ ରାୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ, ସମ୍ବଲପୁର ଫକୀର ମୋହନ ମାଝୀ କଟକରେ ପହଞ୍ଚି ସ୍ଥାନୀୟ ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହରେ ପ୍ରଥମେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଶ୍ରୀ ନରହରି ସେଠୀଙ୍କୁ ଭେଟି ସମଲେଇ ଙ୍କ ପ୍ରକଳ୍ପ ଲୋକାର୍ପଣରେ କଟକ ଜିଲ୍ଲାରୁ ନିମନ୍ତ୍ରିତ ହୋଇଥିବା ସେବାୟତମାନଙ୍କୁ ନିମନ୍ତ୍ରଣ ଜଣାଇଥିଲେ। ତଦନୁଯାୟୀ କଟକର ୩ଟି ଐତିହାସିକ ମନ୍ଦିର, ଧବଳେଶ୍ଵର ଶୈବପୀଠ, ମା କଟକ ଚଣ୍ଡୀ,ମା ଚର୍ଚ୍ଚିକା ମନ୍ଦିରର ସେବାୟତ ମାନଙ୍କୁ ସାକ୍ଷାତ କରି ଜିଲ୍ଲାପାଳଙ୍କ ଉପସ୍ଥିତିରେ ସେମାନେ ନିମନ୍ତ୍ରଣ କରିଥଲେ। ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ, ଶ୍ରୀ ନଳିନୀକାନ୍ତ ସାହୁ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ। କଟକ ରୁ ପ୍ରତାପ ଚନ୍ଦ୍ର ସେନାପତି ଙ୍କ ରିପୋଟ ଉତ୍କଳ ନ୍ୟୁଜ |