୩୨୧ ବର୍ଷରେ ପଦାର୍ପଣ କଲା ଦପାନାୟକାଣୀ ପୀଠରେ ମକର ଯାତ୍ରା ପୂର୍ବରୁ ମା ଙ୍କ ମହିମାରେ କୁମ୍ଭୀର ପିଠିରେ ଆସୁଥିଲେ ପୂଜକ |

49

ତିହିଡି, ୧୫.୦୧ : ସଭ୍ୟତା, ସଂସ୍କୃତି ତଥା ସାହିତ୍ୟର ଅପୂର୍ବ ସମନ୍ନୟ ସୁଜଳା-ସୁଫଳା-ଶଶ୍ୟ-ଶ୍ୟାମଳା-ତଟିନି-ମେଖଳା-ଅରୁଣ-କୁନ୍ତଳା ପବିତ୍ର ଭାରତବର୍ଷ । ପୁଣି ନିଆରା ତା’ର ପର୍ବପର୍ବାଣୀ । ନିଆରା ପର୍ବପର୍ବାଣୀ ମଧ୍ୟରେ ଆହୁରି ନିଆରା ମକର ସଂକ୍ରାନ୍ତି ପର୍ବ । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ଈଶ୍ୱରପୁର ଗ୍ରାମର ପ୍ରାୟ ୩୨୧ ବର୍ଷର ଧରି ପୂଜା ପାଇ ଆସୁଥିବା ମା ଦପାନାୟକାଣୀଙ୍କ ଅଲୌକିକ କାହାଣୀ ତା ର ପ୍ରମାଣ ଦିଏ । ପୂର୍ବେ ମା ଙ୍କ ପୂଜକ କୁମ୍ଭୀର ପିଠିରେ ବସି ପୂଜା କରିବାକୁ ଆସୁଥିବାର ତାଙ୍କ ଇତିହାସର ସ୍ପଷ୍ଟ ହୁଏ। ଖୋର୍ଦ୍ଧାରୁ ନୌକାରେ ମା’ଙ୍କୁ ଅଣା ଯାଇଥିଲା। ଈଶ୍ୱରପୁର ଗ୍ରାମର ଏହି ତିନି ନଈର ସଂଗମ ସ୍ଥଳରେ ମା ରହିବାକୁ ଚାହିଁଥିଲେ। ସେହି ସ୍ଥାନରେ ଏକ ମନ୍ଦିର ନିର୍ମାଣ କରିବାକୁ ମା ସ୍ୱପ୍ନରେ କହିଲେ। ପୂର୍ବରୁ ଏକ ନଡା ଛପର ଘରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଥିଲା । ୧୯୯୯ ମସିହା ଜାନୁୟାରୀ ୧୪ ତାରିଖ ମକର ସଂକ୍ରାନ୍ତି ଦିନ ତତ୍କାଳୀନ ମନ୍ତ୍ରୀ ନେତ୍ରାନନ୍ଦ ମଲ୍ଲିକ ଦଧି ନୌତି ବସାଇ ମା’ଙ୍କ ମନ୍ଦିରର ଚୂଳି ମାରିଥିଲେ । ୧୯୯୫ ମସିହାରେ ଈଶ୍ୱରପୁର ଗ୍ରାମର ଏହି ପୀଠଟି ରାଜ୍ୟ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଥିବା ବେଳେ ଏହାକୁ ପଞ୍ଚତୀର୍ଥ କ୍ଷେତ୍ରରେ ପରିଣତ କରିବାକୁ ଅଂଚଳବାସୀଙ୍କ ମଧ୍ୟ ଉଦ୍ୟମ ଜାରି ଚହିଛିି। ପ୍ରତିବର୍ଷ ପବିତ୍ର ମକରସଂକ୍ରାନ୍ତି ଦିନ ମା’ଙ୍କ ପୀଠରେ ଯାତ୍ରା ଲାଗିଥାଏ । ଏହି ଯାତ୍ରାରେ ଜିଲ୍ଲାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ୍ ହୋଇଥାଏ । ଏହି ଯାତ୍ରାରେ ମା’ଙ୍କ ପାଖରେ ମାନସିକ କରି ରଖାଯାଇଥିବା କୁକୁଡା ଭୋଗ ଲଗା ଯାଇଥାଏ । କୁକୁଡା ଗୁଡିକୁ କମିଟି ପକ୍ଷରୁ ନିଲାମ କରା ଯାଇଥାଏ । ଭକ୍ତମାନେ ବହୁ ମୂଲ୍ୟଦେଇ ଘରକୁ ନେଇଥାନ୍ତି । ଭକ୍ତମାନେ ମାନସିକ ରଖି ମାଟିରେ ତିଆରି ଘୋଡା ଓ କୁକୁଡାକୁ ମା’ଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏତତ୍ ବ୍ୟତିତ ଏଠାରେ ନଡିଆ, ଗୁଡ, ଚୁଡା ଓ କ୍ଷୀର ଆଦି ଭୋଗ ହେବା ସହ ବାଲ୍ୟଭୋଗ ମଧ୍ୟ କରାଯାଇଥାଏ । ପତ୍ୟେକ୍ଷ ଠାକୁରାଣୀ ଭାବେ ପରିଚିତ ଏହି ପୀଠରେ ଥିବା ବହୁ ପୂରାତନ ତେନ୍ତୁଳି ଗଛ କୋରଡରେ ଶହଶହ ନାଗ ଶାପ ରହିଥିବା କଥା ମଧ୍ୟ ଜନରବ ରହିଛି । ଦୀର୍ଘ ବର୍ଷ ଧରି ମା ଦପାନାୟାକାଣୀଙ୍କ ପୀଠ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବା ବେଳେ ଗତ ବର୍ଷ ପର୍ଯ୍ୟଟନଙ୍କ ସୁବିଧା କେନ୍ଦ୍ର ସହିତ ଏକ କଲ୍ୟାଣ ମଣ୍ଡପ ସ୍ଥାପିତ ହୋଇଛି । ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ମେଳା ୪ ଦିନ ଧରି ଚାଲିବ । ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ତା କରାଯାଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପାନୀୟ ଜଳ ବିଭାଗ, ବିଦ୍ୟୁତ୍ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଦପାନାୟକାଣୀ ପୀଠର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଏଯାବତ୍ ପ୍ରଚେଷ୍ଠା କରିଆସୁଥିବା ମନ୍ଦିର ଟ୍ରଷ୍ଟ ସଭାପତି ପ୍ରାକ୍ତନ ମନ୍ତ୍ରୀ ନେତ୍ରାନନ୍ଦ ମଳିକ, ଦପା ନାୟକାଣୀ ପୂଜା କମିଟିର ସଦସ୍ୟ ଓ ଗ୍ରାମବାସୀଙ୍କ ପକ୍ଷରୁ ମକର ପର୍ବକୁ ଶାନ୍ତି ଶୃଂଖଳା ସହ ପାଳନ କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି । ମେଳାରେ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇ ଦେବାଲାଗି ବିରଷ୍ଠ ଅସ୍ଥିସଲ୍ୟ ବିଶେଷଜ୍ଞ ତଥା ଆମ ଓଡିଶା ଆମ ନବୀନର ଜିଲ୍ଲା ସଂଯୋଜକ ଡାକ୍ତର ସଞ୍ଜୟ ଦାସଙ୍କ ନେତୃତ୍ୱରେ ୨ ଦିନିଆ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ ଓ ଭୁବନେଶ୍ୱରରୁ ନାମୀଦାମି ଡାକ୍ତରମାନେ ଆସି ରୋଗୀ ସେବା କରିବା ସହିତ ଔଷଧ ପ୍ରଦାନ କରାଯାଇଛି । ମନ୍ଦିର କମିଟି ସହ ବିଭିନ୍ନ ଅଂଳରୁ ସାମାଜିକ ସଂଗଠନ ମିଳିତ ଭାବେ ଭକ୍ତଙ୍କ ଦିଅଁ ଦର୍ଶନ ପାଇଁ ଭିଡ ନିୟନ୍ତ୍ରଣ କରୁଥିବା ଜଣାଯାଇଛି । ମା ଙ୍କ ଦର୍ଶନ ନିମନ୍ତେ ସ୍ଥଳପଥ ସହିତ ଜଳପଥରେ ଭକ୍ତଙ୍କ ସମାଗମ ହୋଇଛି । ସ୍ଥାନୀୟ ପୋଲିସ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ତା କରାଯାଇ ଥିବାବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପାନୀୟ ଜଳ ବିଭାଗ, ବିଦ୍ୟୁତ୍ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।