ଫୁଟବଲ ଟୁର୍ନାମେଣ୍ଟ ର ଉଦଯାପନୀ ଉତ୍ସବ ରେ ହିମାଂଶୁ କୁମାର ମହାନ୍ତି |

49

କଟକ (ଉତ୍କଳ ନ୍ୟୁଜ ) ୧୩-୦୧-୨୦୨୪ : ଟାଙ୍ଗି ଚୌଦ୍ୱାର ବ୍ଲକ ଅନ୍ତର୍ଗତ କହେଁପୁର ପଂଚାୟତ ର ଆର ଆର ରାଜକୁମାର କ୍ଲବ ପକ୍ଷ ରୁ ଆୟୋଜିତ ୨୮ ତମ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ୨୦୨୪ ଉଦଯାପିତ ହୋଇଯାଇଛି | ରାଜକୁମାର କ୍ଲବ ବଡ଼ପୋଖରୀ ପକ୍ଷ ରୁ ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ଟାଙ୍ଗି ଚୌଦ୍ୱାର ଅଂଚଳ ର ୪୮ ଗୋଟି ଟିମ ଭାଗ ନେଇଥିଲେ | ଆଜି ଉଦଯାପନୀ ଦିବସ ରେ ମୁଖ୍ୟ ଅତିଥି ଭାବେ ଟାଙ୍ଗି ସାଲେପୁର ନିର୍ବାଚନ ମଣ୍ଡଳୀ ର ଯୁବ ସଂଗଠକ ହିମାଂଶୁ କୁମାର ମହାନ୍ତି ଯୋଗଦେଇଥିଲେ | ଆଦିବାସୀ ପାରମ୍ପରିକ ବାଜା ଓ ଗୀତ ଗାଇ ମୁଖ୍ୟ ଅତିଥି ଙ୍କୁ ସ୍ୱାଗତ କରିଥିଲେ | ତିନିଦିନ ବ୍ୟାପି ଏହି ପ୍ରତିଯୋଗିତା ର ଆଜି ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ଫିତା କାଟି ଖେଳ କୁ ଉଦ୍ଘାଟନ କରିବା ସହ ଖେଳାଳି ମାନଙ୍କ ସହ କାରମର୍ଦନ କରି ଖେଳ ଆରମ୍ଭ କରିଥିଲେ | ଫାଇନାଲ ମ୍ୟାଚ ଡ୍ରାଗନ ଏଫ ସି କ୍ଲବ ଜମେଣା ଓ ଦାରୁବ୍ରହ୍ମ କ୍ଲବ ସୁନିଆପଦା ମଧ୍ୟ ରେ ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ଟସ ମାଧ୍ୟମ ରେ ଡ୍ରାଗନ ଏଫ ସି କ୍ଲବ ଜମେଣା ବିଜୟ ଲାଭ କରିଥିଲା | ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ବିଜେତା ଦଳ କୁ ଟ୍ରଫି ଓ ୧୦ ହଜାର ଟଙ୍କା , ରନର୍ସଅପ ଦଳ କୁ ୬ ହଜାର , ତୃତୀୟ ଓ ଚତୁର୍ଥ ସ୍ଥାନ ଦଳ କୁ ୪ ହଜାର ଲେଖାଁଏ ପୁରସ୍କାର ରାଶି ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ କହ୍ନେଇପୁର ପଞ୍ଚାୟତ ନାଏବ ସରପଞ୍ଚ ଜେମା ସର୍ଦାର,୩ନମ୍ବର ୱାର୍ଡ ସଭ୍ୟା ବିଳାସୀ ଜେରାଇ,୨ନମ୍ବର ୱାର୍ଡ ସଭ୍ୟ କୃଷ୍ଣ ଚାତାର , ବିଷ୍ଣୁ ଦାସ, ଦେବାଶିଷ ମଲ୍ଲିକ,ଶଶିକାନ୍ତ ମହାନ୍ତି, ପ୍ରିୟଦର୍ଶିନୀ ମଲ୍ଲିକ, ବଂଶୀଧର ସ୍ୱାଇଁ,ହୃଷିକେଶ ବଳ, ଙ୍କ ସହ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |