ଅସହାୟ ଗରିବ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ।

63

କଟକ (ଉତ୍କଳ ନ୍ୟୁଜ ) ୧୨-୦୧-୨୦୨୪ : ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ବୋଡ଼କ ପଂଚାୟତରେ ଅସହାୟ ଗରିବ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିଛନ୍ତି ଭଦ୍ରକର ବିଶିଷ୍ଟ ସମାଜସେବୀ ରାମ ଚନ୍ଦ୍ର ବେହେରା। ଏହି ଉପଲକ୍ଷେ ଶୁଭମ ସ୍ବେଛାସେବୀ ସଂଗଠନ ପକ୍ଷରୁ ଏକ ସ୍ୱତନ୍ତ କାର୍ଯ୍ୟକ୍ରମ ବୋଡ଼କ ଠାରେ ଅନୁଷ୍ଠିତ ହୋଇଥିଲା। ସଂଗଠନର ସଭାପତି ହୃଷିକେଶ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଗୋଲକ ଚନ୍ଦ୍ର ସାମଲ, ସମିତି ସଭ୍ୟ ଜୟ ପ୍ରକାଶ ମଲ୍ଲିକ, ଶିକ୍ଷାବିତ ସୁବାସ ଚନ୍ଦ୍ର ଦାସ, ସରପଞ୍ଚ ପ୍ରତିନିଧି ବିଷ୍ଣୁ ମୋହନ ଜେନା, ସମାଜସେବୀ ଶଙ୍କର୍ଷଣ ଦାସ ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳରେ ଅତି କଷ୍ଟରେ ବସବାସ କରୁଥିବା ପ୍ରକୃତ ଗରିବ ଲୋକଙ୍କୁ ଚୟନ କରି ଶୀତ ବସ୍ତ୍ର ବଣ୍ଟନ କରାଯାଇ ଥିବାରୁ ସେମାନେ ଏଥିପାଇଁ ସମାଜସେବୀ ରାମଚନ୍ଦ୍ର ବେହେରାଙ୍କ ମହନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ଅବସରରେ ବୋଡ଼କ ପଂଚାୟତର ୮ ଗୋଟି ଗ୍ରାମର ୪୦ ଜଣ ଯୋଗ୍ୟ ଗରିବ ହିତାଧିକାରୀଙ୍କୁ ଏହି ଶୀତ ବସ୍ତ୍ର ବଣ୍ଟନ କରାଯିବା ସହିତ ମିଷ୍ଟାନ ପେକେଟ ବଣ୍ଟନ କରାଯାଇଥିଲା। ତେବେ ଗରିବ ଲୋକ ମାନେ ଏହାକୁ ପାଇଁ ବେଶ ଖୁସି ବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ସଂଗଠନର ସମ୍ପାଦକ ନରେନ୍ଦ୍ର କୁମାର ସାମଲ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନର ଉପ ସଭାପତି ଆନନ୍ଦ ଚନ୍ଦ୍ର ବେହେରା। ବିଭିନ୍ନ କାର୍ଯ୍ୟକ୍ରମକୁ ସଂଗଠନର କାର୍ଯ୍ୟକ୍ରମ ସଂଯୋଜକ ଆନନ୍ଦ ଚନ୍ଦ୍ର ପଲ୍ଲାଇ, ଦେବେନ୍ଦ୍ର ଭଞ୍ଜ, ପ୍ରଶାନ୍ତ କୁମାର ବେହେରା ଓ ଦୁଃଶାସନ ପରିଡା ପ୍ରମୁଖ ପରିଚାଳନା କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |