ଜୟଜଗନ୍ନାଥ ଧ୍ୱନି ଓ ଶଙ୍ଖ ହୁଳହୁଳିରେ ଫାଟି ପଡୁଛି ଗାଁ ଗଣ୍ଡା, ଶେଷ ହେଲା ମଙ୍ଗଳପୁର ପଞ୍ଚାୟତର ଅର୍ପଣ ରଥ ପରିକ୍ରମା |

117

କଟକ (ଉତ୍କଳ ନ୍ୟୁଜ ) ୧୨-୦୧-୨୦୨୪ : ଜୟଜଗନ୍ନାଥ ଧ୍ୱନି ଓ ଶଙ୍ଖ ହୁଳହୁଳିରେ ଫାଟି ପଡୁଛି ଗାଁ ଗଣ୍ଡା । ହରିନାମ ସଂକିର୍ତ୍ତନର ତାଳେ ତାଳେ ମସଗୁଲ ଗ୍ରାମବାସୀ । ପୂରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବ ଲାଗି ‘ଅର୍ପଣ ରଥ’ ରାଜ୍ୟର ସମସ୍ତ ଗାଁ ଗଣ୍ଡାରେ ପରିକ୍ରମା କରିବା ସହିତ ପ୍ରତି ଘରୁ ପ୍ରତି ଦୁଇ ମୁଠା ଚାଉଳ ଓ ଦୁଇଟି ଗୁଆ ସଂଗ୍ରହ କରୁଛି । ସବୁଠି ମିଳୁଛି ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା । ଉକ୍ତ ପବିତ୍ର ସାମଗ୍ରୀ ପର୍ଯ୍ୟାୟକ୍ରମେ ବ୍ଲକ ଓ ଜିଲ୍ଲାଦେଇ ପୂରୀ ଶ୍ରୀମନ୍ଦିରକୁ ଯିବ । ଏନେଇ ହରିନାମ ସଂକୀର୍ତ୍ତନ ସହ ଜୟଜଗନ୍ନାଥ ଓ ଶଙ୍ଖ ହୁଳହୁଳିରେ ଧ୍ୱନିରେରେ ଫାଟି ପଡୁଛି ଗାଁ ଦାଣ୍ଡ । ଏହି ମର୍ମରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତରେ ଏହି ଅର୍ପଣ ରଥ ଦୁଇଦିନ ଧରି ପରିକ୍ରମା କରି ଆଜି ଶେଷ ହୋଇଛି । ପ୍ରଥମ ଦିନରେ କନାଟିଆ ଓ ମଙ୍ଗଳପୁର ଗ୍ରାମରେ ପରିକ୍ରମା କରିବା ପରେ ଶୁକ୍ରବାର ସକାଳୁ କମାରିଆ, ଗନ୍ଧର୍ବପୋଖରୀ, ସନ୍ଥପୁରା ଆଦି ଗ୍ରାମ ପରିକ୍ରମା କରିଛି । ସବୁଠୁ ବଡ କଥା ହେଉଛି ଶୁକ୍ରବାର ଏହି ‘ଅର୍ପଣ ରଥ’ ଗନ୍ଧର୍ବପୋଖରୀରେ ପହଁଞ୍ôଚବା ପରେ ଶହଶହ ଆବାଳ-ବୃଦ୍ଧ-ବନିତା ଶଙ୍ଖ ହୁଳହୁଳିରେ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ । ହନୁମାନ ମନ୍ଦିର ସମ୍ମୁଖରେ ସମସ୍ତେ ଏକତ୍ରିତ ହୋଇ ‘ଅର୍ପଣ ରଥ’କୁ ଚାଉଳ ଓ ଗୁଆ ପ୍ରଦାନ କରିଥିଲେ । ସଭିଁଙ୍କ ମନରେ ଉତକଣ୍ଠା ଭରା ଭକ୍ତିଭାବ ପରିଲକ୍ଷିତ ହୋଇଥିଲା । ସଂର୍କର୍ତ୍ତନିଆ ଦଳଙ୍କ ସମେତ ମହିଳାମାନେ ହରିନାମ ସହ ଜୟ ଜଗନ୍ନାଥ ନାରା ଦେଇଥିଲେ । ଖୋଦ୍ ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କା ଉକ୍ତ ‘ଅର୍ପଣ ରଥ’ ନେଇ ଯାଇଥିବାରୁ ଗ୍ରାମବାସୀଙ୍କ ତରଫରୁ ମାତ୍ରାଧିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଥିବା ବେଶ ବାରି ହୋଇଛି । ଦୁଇଦିନିଆ କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ସମେତ ସମିତିସଭ୍ୟ ବ୍ଲକ ଉପାଧ୍ୟକ୍ଷା ସୁଭଦ୍ରା ଶତପଥି, ବିଜେଡି ଜିଲ୍ଲା ସମ୍ପାଦକ ତଥା ସମାଜସେବୀ କମଳାକାନ୍ତ ଲେଙ୍କା, ପୂର୍ବତନ ସମବାୟ ସମିତିର ସଭାପତି ପ୍ରବୀର ନାୟକ, କୈଳାସ ଦାସ, ରାଜେନ୍ଦ୍ର ବଳ, ଦିଗମ୍ବର ବଳ, ରବିନ୍ଦ୍ର ଦାସ, ଗୟାଧର ବଳ, ଦିବାକର ମହାଳିକ, ଶିବ ମହାଳିକ, ରବି ମାନ୍ନା, ବାଞ୍ଛାନିଧି ବାରିକ, ବାବାଜୀ ବାରିକ, କୈଳାସ ରଣା, ସଦାନନ୍ଦ ବଳ, ସଞ୍ଜୟ ବାରିକ, ରବିନ୍ଦ୍ର ପାଣି, ଲକ୍ଷ୍ମୀଧର ପାଣି, ପଦ୍ମାବତୀ ସେଠୀ, ସୁଲୋଚନା ରାଉଳ, ରଞ୍ଜୁଲତା ମହାନ୍ତି, ଅନୁସୟା ନାୟକ, ଲକ୍ଷ୍ମୀପ୍ରିୟା ମହାଳିକ, ମନୋରମା ସେଠୀ, ମିଲୀ ସେଠୀ, ମୌସୁମୀ ମହାଳିକ, ମନୋରମା ମଳିକ, ମାଳତୀ ମଳିକ, ସରସ୍ୱତୀ ନାୟକ, ଶାନ୍ତିଲତା ନାୟକ, ଛବି ପାଣିଗ୍ରାହୀ, ଶାନ୍ତିଲତା ବଳ, ରଞ୍ଜୁଲତା ପରିଡା, ସବିତା ନାୟକ, ଚମ୍ପାମଣି ଦାସ, ଶୁସାନ୍ତି ମହାନ୍ତି, ଗୌରୀପ୍ରିୟା ନାୟକ, ମମତା ଦାସ, ଉଷାରାଣୀ ନାୟକ, ଯଶୋଦା ମହାନ୍ତି, ମୃତ୍ୟୁଞ୍ଜୟ ରାଉଳ, ବିନୋଦ ସେଠୀ, ଦେବାଶିଶ ମହାଳିକ, ସଞ୍ଜୟ ମହାଳିକ, ନାରଣ ପାତ୍ର, ବିପିନ ଦାସ, ମନୋରଞ୍ଜନ ଦାସ, ସନାନତ ସେଠୀ, ସୂର୍ଯ୍ୟମଣି ଦାସ, ମହେଶ୍ୱର ବାରିକ, ରାଜୁ ସେଠୀ, ରଘୁନାଥ ମଳିକ, ହରିହର ମଳିକ, ଗଦାଧର ମଳିକ, ଦୀନବନ୍ଧୁ ମଳିକ, ଅର୍ଜୁନ ମଳିକ, ରଞ୍ଜନ ଗିରି, ଅଶୋକ ମାଇତି, ଅକ୍ଷୟ ସେଠୀ, ସଞ୍ଜୟ ମହାନ୍ତି, ପ୍ରହ୍ଲାଦ କୁଅଁର, ରାଧାଶ୍ୟାମ ବଳ, ଦୈତାରୀ ନାୟକ, ନାରାୟଣ ନାୟକ, ଶୁସାନ୍ତ ବିଶ୍ୱାଳ, ରାଜକିଶୋର ନାୟକ, ସଞ୍ଜୟ ମହାଳିକ, ରାଜେନ୍ଦ୍ର ନାୟକ ଓ ତ୍ରିଲୋଚନ ନାୟକ ପ୍ରମୁଖ ଶହଶହ କର୍ମୀ ଓ ଗ୍ରାମବାସୀ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |