ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଜୁନାଗଡ଼ ରେ ଆରମ୍ଭ ହେଲା ଅର୍ପଣ ରଥ।

24

କଟକ (ଉତ୍କଳ ନ୍ୟୁଜ ) ୧୦-୦୧-୨୦୨୪ : ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରାସାର କରିବା ଲକ୍ଷ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଅର୍ପଣ ରଥ ପରିକ୍ରମା ଆଜି ଜୁନାଗଡ଼ ସହରରେ ଆରମ୍ଭ ହୋଇଛି।ଏହି ଅର୍ପଣ ରଥ ଚଳିତ ମାସ ୬ ତାରିଖ ଠାରୁ ସାରା ଓଡ଼ିଶାର ବିଭିନ୍ନ ଗାଁ ର ଘର ଘର ବୁଲି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରି ଶ୍ରୀମନ୍ଦିର ରେ ପହଞ୍ଚାଇବାର ସଂକଳ୍ପ ରହିଛି।ଆଜି ଜୁନାଗଡ଼ ସହରର ଡଙ୍ଗାଘାଟପଡା ଜଗନ୍ନାଥ ମନ୍ଦିରରୁ ବାହାରି ସହରର ବିଭିନ୍ନ ପଡା ବୁଲୁଥିବା ବେଳେ ଅରୁଆ ଚାଉଳ, ଓ ଗୁଆ ସମର୍ପଣ କରିଛନ୍ତି।ଏହି ରଥକୁ ଜୁନାଗଡ଼ ବାସୀ ଭବ୍ୟ ସ୍ୱାଗତ କରିବା ସହିତ ଫୁଲ ଚନ୍ଦନ ଦେଇ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ପୂଜାର୍ଚନା କରି ଶତାଧିକ ମହିଳା ପୁରୁଷ ଖୋଳ , କୀର୍ତ୍ତନ ଧରି ଭଜନ ଗାଇ ଶୋଭାଯାତ୍ରାରେ ବାହାରିଛନ୍ତି। ଯାହା କୁ ନେଇ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଏହି ରଥ ସହିତ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ସଂକୀର୍ତ୍ତନ ଦଳ ସହିତ ମିଶି ନାଚି ନାଚି ପଡା ପଡା ବୁଲି ଆଧ୍ୟାତ୍ମିକ ସଚେତନତା ର ବାର୍ତା ଦେଉଛନ୍ତି ।ଅନୁରୂପ ଭାବେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ ଓ ବିଭିନ୍ନ ୱାର୍ଡ ପାରିଷଦ ଓ ସହରର ଅନେକ ଗଣ୍ୟ ମାନ୍ୟ ବ୍ୟକ୍ତି ସାମିଲ ହୋଇଛନ୍ତି। କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l