ଶତାୟୁ ପୁରୁଷଙ୍କ ପରଲୋକ |

49

କଟକ (ଉତ୍କଳ ନ୍ୟୁଜ ) ୮-୦୧-୨୦୨୪ : ଶତାୟୁ ପୁରୁଷଙ୍କ ପରଲୋକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଳିଡ଼ିହି ଗ୍ରାମ ପଞ୍ଚାୟତ ମୂଳକାଏମା ଗ୍ରାମନିବାସୀ ନିଧିରାମ ନାୟକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ୧୦୪ ବର୍ଷ ହୋଇଥିଲା । ଜଣେ ସମାଜସେବୀ ଭାବେ ବେଶ ପରିଚିତ ଥିଲେ । ତାଙ୍କ ଉଦ୍ୟମରେ ତାଙ୍କ ନିଜ ଗାଁ ମୂଳକାଏମାରେ ସ୍କୁଲ ଓ ଗାଁ କୁ ରାସ୍ତା ଆଦି କାମ କରି ସେ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଗାଁ ଓ ଅଂଚଳ ପ୍ରତି ତାଙ୍କର ବହୁତ ଅବଦାନ ଥିଲା । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କର ୩ ପୁଅ ଓ ଦୁଇ ଝିଅ ଅଛନ୍ତି । ମୃତ୍ୟୁ ଶଯ୍ୟାରେ ବଡ଼ ପୁଅ ତଥା ତେନ୍ତୁଳିଡ଼ିହି ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସୁକାନ୍ତ ନାୟକ, ମଝିଆ ବୋହୁ ଭାରତୀ, ନାତି ଅତିଥି ନାୟକ, ନାତୁଣୀ ବର୍ଷା ଓ ଲିସା ଏବଂ ପରିବାର ଶୋଜନ ଉପସ୍ଥିତ ଥିଲେ । ଖବର ପ୍ରସାରିତ ପରେ ଶେଷ ଦର୍ଶନ କରିଥିଲେ ପୁଅ ଅମଲାକାନ୍ତ, ଶଶୀକାନ୍ତ, ଜ୍ୱାଇଁ ଶୁକଦେବ ବଳ, ଝିଅ ଯମୁନା, ଉପେନ୍ଦ୍ର ରାଉଳ, ଦିଗାମ୍ବର ବେହେରା । ଅନ୍ୟମାନଙ୍କ ମଧ୍ୟରେ ଶରତ ଦତ୍ତ, ସୁଦାମ ପତ୍ରି, ପ୍ରତାପ ବିଶାଳ, ସୁବାସ ମହାନ୍ତି, ବୃନ୍ଦାବନ ମହାଳିକ, ଶ୍ରୀକାନ୍ତ ମହାଳିକ, ତ୍ରିଲୋଚନ ବେହେରା, ରାଜୁ ଦାସ, ଅଶୋକ ରାୟ, ଏବଂ ପଡୋଶୀ ଓ ଗ୍ରାମବାସୀ ମାନେ ବହୁସଂଖ୍ୟାରେ ଉପସ୍ଥିତ ରହି ଶତାୟୁଙ୍କ ଶେଷ ଦର୍ଶନ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |