ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିଦର୍ଶନ କଲେ ରାଜ୍ୟ ଦୁଇ ମନ୍ତ୍ରୀ।

40

କଟକ (ଉତ୍କଳ ନ୍ୟୁଜ ) ୪-୦୧-୨୦୨୪ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଓଡିଶା ସରକାରଙ୍କ କ୍ରୀଡ଼ା, ଯୁବ ଵ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ଏବଂ ଶିକ୍ଷା ମନ୍ତ୍ରୀ ସୁଦାମ ମlରାଣ୍ଡି ପରିଦର୍ଶନ ରେ ଆସି ଏଠାରେ ଚାଲିଥିବା ଭିତ୍ତିଭୂମି ଉପରେ ଅନୁଧ୍ୟାନ କରି ଫେରି ଯାଇଛନ୍ତି l ଏହି ଦୁଇ ମନ୍ତ୍ରୀ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ସନ୍ଧ୍ୟା ରେ ଆସି ଏହାର ଭିତି ଭୂମି ଦେଖିବା ଶହ ନିର୍ମାଣ ଜାରି ରହିଥିବା କାର୍ଯ୍ୟ ସବୁ ତଦାରଖ କରି ସନ୍ତୋଷ ପ୍ରକାଶ କରିଥିଲେ, ବିଜୁ ପଟ୍ଟନାୟକ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ କ୍ରିକେଟ ପିଚ ଓ ଇଣ୍ଡୋର ଷ୍ଟାଡିୟମ ଠାରେ ଥିବା ବିଭିନ୍ନ କ୍ରୀଡା ଭିତ୍ତି ଭୂମି ଅନୁଧ୍ୟାନ କରିଥିଲେ l ଏଥିସହ ଫ୍ଲଡ଼ ଲାଇଟ ପ୍ରଭୃତି ଦେଖି ସନ୍ତୋଷ ପ୍ରକାଶ କରିଥିଲେ l ଏହି ଷ୍ଟାଡିଅମ ରେ ଅଧିକ ଉନ୍ନତି କରଣ ପାଇଁ ଯାହା ସବୁ ଆବଶ୍ୟକ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ତରଫରୁ ଯୋଗେଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ପୂର୍ବତନ ନଗରପାଳ ମହେଶ ସାହୁ,ବିଧାୟକ ପ୍ରତିନିଧି ଦିନେଶ ବଗର୍ତ୍ତି, ସତୀଶ ପ୍ରଧାନ ଏବଂ ଜନସାଧାରଣ ଉପସ୍ଥିତ ରହି ଥିଲେ l କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l