ଦରିଦ୍ରତା ନେଲା ମହିଳା ଙ୍କ ଜୀବନ !

28

କଟକ (ଉତ୍କଳ ନ୍ୟୁଜ ) ୦୩-୧-୨୦୨୪ : ଅଭାବ ରେ କାଳାତିପାତ କରୁ ଥିବା ଦରିଦ୍ର, ଗରିବ ପରିବାର ପାଇଁ ଜୀବନ ମୂଲ୍ୟହୀନ ହେଇଯାଏ, ଯେମିତି ଏହି ଗରିବ ସ୍ତ୍ରୀ ଲୋକଟିର ଯେଉଁଭାବରେ ମୃତ୍ୟୁ ହେଲା ତାହା ଭାଷାରେ କହି ହେବନାହିଁ | ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧୀନ ବିରିପଟା ଗ୍ରାମପଞ୍ଚାୟତ ର ସାନକୁଆଁଲ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଦାସ (କୁନୀଆଁ )ଙ୍କ ସ୍ତ୍ରୀ ମୀନାରାଣୀ ଦାସ ଙ୍କ ଅକାଳ ବିୟୋଗ ହେଇ ଯାଇଛି | ମୀନାରାଣୀ ବିଭିନ୍ନ ଗୋଷ୍ଟିରୁ କିଛି କିଛି ଲୋନ କରି ଛେଳି, କୁକୁଡ଼ା, ଗାଈ କିଣି ଥିଲେ , ତାଙ୍କର ଏକ ଝିଅ ଓ ପୁଅ ଟିଏ ଅଛି | ଝିଅର ବାହାଘରରେ କିଛି ଲୋନ କରିଥିଲେ ଏଯାଏ ଲୋନ ସୁଝି ପାରି ନାହାନ୍ତି | ବିଭିନ୍ନ ସମୟ ରେ ଗୋଷ୍ଠୀ ଗୁଡ଼ିକଆସି ଲୋନ ଟଙ୍କା ମାଗୁଥିଲେ ମିନାଙ୍କ ର ଲୋନ ଟଙ୍କା ଶୁଝିବାରେ ସାମର୍ଥ ନ ଥିବାରୁ ଠିକ ସମୟ ରେ ଟଙ୍କା ଫେରସ୍ତ କରି ପାରୁ ନ ଥିଲେ | ଘରେ ପୁଅଟିର ଦେହ ବହୁତ ଖରାପ ରହୁଥିଲା, ଯାହା ରୋଜଗାର ସ୍ୱାମୀ କରୁଥିଲେ ତାହା ପରିବାର ପ୍ରତିପୋଷଣ କରି ପାରୁ ନ ଥିବାରୁ ମାନସିକ ଚାପରେ ରହୁଥିଲେ କୁନିଆଁ | , ତେଣୁ ନିରୁପାୟ ହେଇ ଶେଷରେ ବିଷ ପାନ କରି ଆତ୍ମ ହତ୍ୟା କରିଥିବା ସୂଚନା ରହିଛି | ସରକାର, ଓ ପ୍ରଶାସନ ଙ୍କୁ ନିବେଦନ କରୁଛନ୍ତି ପୂର୍ଣ୍ଣ (କୁନିଆଁ ) କୁ ସରକାରୀ ସହାୟତା ପ୍ରଦାନ କରାଗଲେ ହୁଏତ ପରିବାର ଟି ନିଜର ମେରୁଦଣ୍ଡ କୁ ସଳଖି ରଖି ପାରନ୍ତେ