ଇମ୍ଫା -ଚୌଦ୍ୱାର ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ |

42

କଟକ (ଉତ୍କଳ ନ୍ୟୁଜ ) ୩୦-୧୨-୨୦୨୩ : ଇମ୍ଫା ଶିଳ୍ପଗୋଷ୍ଠୀ ର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲ୍ଲାପଣ୍ଡା ଫାଉଣ୍ଡେସନ ନପକ୍ଷ ରୁ ଏକ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ସ୍ୱାସ୍ଥ୍ୟ ଶିବିର ଟିକୁ ଟାଙ୍ଗି ଚୌଦ୍ୱାର ପ୍ରାକ୍ତନ ବିଧାୟକ ଶ୍ରୀ ଧର୍ମାନନ୍ଦ ବେହେରା ଉଦ୍ଘାଟନ କରିଥିଲେ | ଏହି ଉଦ୍ଘାଟନ ଉତ୍ସବ ରେ ଶଙ୍କରପୁର ଗ୍ରାମ ପଂଚାୟତ ର ସରପଂଚ ଶ୍ରୀମତୀ ପ୍ରମୋଦିନି ଖଟୁଆ , ସମିତି ସଭ୍ୟ ଶ୍ରୀ ସୁକାନ୍ତ କୁମାର ରାଉତ , ଶ୍ରୀ ସରୋଜ ଖଟୁଆ , ଶ୍ରୀ ପ୍ରଶାନ୍ତ ହାତୀ , ଇମ୍ଫା ର ମାନବ ସମ୍ବଳ ମୁଖ୍ୟ ଶ୍ରୀ ସାରଦା ପ୍ରସାଦ ରାଓ , ଦେବାଶିଷ ତ୍ରିପାଠୀ , ଉମେଶ ଚନ୍ଦ୍ର ପଟ୍ଟନାୟକ , ପି . କେ ସାହୁ , ସଂଜୀବ ପୁରୋହିତ , ଆଶିଷ ଦାସ , ଜ୍ଞାନ ରଞ୍ଜନ ବେହେରା , ଶୁଭଶ୍ରୀ ନାୟକ , ମନୋଜ ମହାପାତ୍ର , ପ୍ରମୁଖ ସହ ବହୁ ମାନ୍ୟଗଣ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ | ହାଇଟେକ ମେଡିକାଲ ର ଡାକ୍ତର ମାନଙ୍କ ଦ୍ୱାରା ଯଥା ସ୍ତ୍ରୀ ଓ ପ୍ରସୂତି , ଭେଷଜ , ଶିଶୁ ରୋଗ ବିଶେଷଜ୍ଞ , ଚର୍ମରୋଗ , ଅସ୍ଥିସଲ୍ୟ ବିଶେଷଜ୍ଞ ଓ ଇମ୍ଫା ର ଡା . ସବ୍ୟସାଚୀ ମହାପାତ୍ର (ଭେଷଜ ) ଙ୍କ ଦ୍ୱାର ୪୨୬ ଜଣ ରୋଗୀ ଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ,ମାଗଣା ଔଷଧ ଦିଆଯାଇଥିଲା | ଆବଶ୍ୟକୀୟ ରୋଗୀ ମାନଙ୍କ ର ମଧୁମେହ ଓ ଇ. ସି. ଜି. ପରୀକ୍ଷା ମଧ୍ୟ କରାଯାଇଥିଲା | ଏହି କାର୍ଯ୍ୟକ୍ରମ କୁ ଅଞ୍ଚଳବାସୀ ଖୁବ ପ୍ରଶଂସା କରିବା ସହ ପୁନଃଶ୍ଚ କରିବା ପାଇଁ ଅନୁରୋଧ କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ଇମ୍ଫା ର ଶ୍ରୀ ମାନସ ରଞ୍ଜନ ପ୍ରଧାନ ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଧୃବ ଚରଣ ରାଉତ ପରିଚାଳନା କରିଥିଲେ |