ମାଳସାସନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଅଷ୍ଟମ ବାର୍ଷିକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ |

170

କଟକ (ଉତ୍କଳ ନ୍ୟୁଜ ) ୨୮-୧୨-୨୦୨୩ : ମାଳସାସନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଅଷ୍ଟମ ବାର୍ଷିକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଉତ୍ସବରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଟାଙ୍ଗୀ ସାଲେପୁର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ଯୋଗଦେଇଥିଲେ।ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ର ସଂସଦ ର ସଦସ୍ୟ, କର୍ମକର୍ତ୍ତା ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ । ବିଭିନ୍ନ କାର୍ଯ୍ୟକ୍ରମ ସହ ବିଦ୍ୟାଳୟ ର ଉନ୍ନତି ଉପରେ ଆଲୋଚନା କରାଯିବା ସହ ନିଜ ନିଜ ମଧ୍ୟ ରେ ଭାବ ର ଆଦାନପ୍ରଦାନ କରାଯାଇଥିଲା | ବିଶେଷ କରି ବିଦ୍ୟାଳୟର ପୁରାତନ ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ଜେନା ଙ୍କୁ ଓଡ଼ିଶା ପ୍ରଶାସନିକ ସେବା ରେ ଯୋଗଦେଇଥିବା ରୁ ମୂଖ୍ୟ ଅତିଥି ଓ ବିଦ୍ୟଳୟ ର ପୁରାତନ ଛାତ୍ରଛାତ୍ରୀ ଙ୍କ ପକ୍ଷ ରୁ ସମ୍ମାନିତ କରାଯାଇଥିଲା |