୧୧ କେବି ତାର ସଂସ୍ପର୍ଶରେ ଆସି ଚାଲିଗଲା ମାଙ୍କଡ଼ ର ଜୀବନ।

54

କଟକ (ଉତ୍କଳ ନ୍ୟୁଜ ) ୨୬-୧୨-୨୦୨୩ : ଭୁବନେଶ୍ବର ଡମଣା ଛକଠାରୁ ଭିଏଭି ସ୍କୁଲ ଅଭିମୁଖେ ଯାଇଥିବା ରାସ୍ତା ପାର୍ଶ୍ବରେ ୧୧କେଭି ର ବିଦ୍ୟୁତ ସଂଯୋଗ ହୋଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ପାର୍ଶ୍ଵରେ ବଡ଼ ବଡ଼ ଗଛ ଠିଆ ହୋଇଛି ଯାହାଫଳରେ କେତେକ ସମୟରେ ପକ୍ଷୀ ଏବଂ ପଶୁମାନଙ୍କର ମୃତୁ୍ ହୋଇଥିବା ଦେଖିବାକୁ ମିଳିଛି। ହଠାତ୍ ଆଜି ଏକ ମାଙ୍କଡ଼ ଟି ଗଛ ଉପରେ ଏଡାଳ ରୁ ସେଡାଳ ଡ଼େଉଁଥିବା ବେଳେ ୧୧କେଭି ତାର ସଂସ୍ପର୍ଶରେ ଆସି ତାର ମୃତ୍ୟୁ ହୋଇଯାଇଛି । ସେଠାରେ ଉପସ୍ଥିତ ଥିବା କିଛି ଲୋକମାନେ ସେହି ମାଙ୍କଡ଼ ଟିକୁ ଧୂପ, ଦୀପ , ଫୁଲମାଳ ଦେଇ ମାଙ୍କଡ଼ ଟିକୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଜୟ ଶ୍ରୀ ରାମ,ଜୟ ଶ୍ରୀ ହନୁମାନ ବୋଲି ଜୟକାର କରିଥିଲେ। ଏହିଭଳି ପରିସ୍ଥିତି ପ୍ରାୟତଃ ଦେଖିବାକୁ ମିଳୁଥିବା ବେଳେ, ସେଠାରେ ଉପସ୍ଥିତ ଥିବା କିଛି ଲୋକମାନେ ଦୁଃଖ ପ୍ରକାଶ କରିବା ସହ ଯଦି ବିଦ୍ୟୁତ ବିଭାଗର କର୍ମଚାରୀମାନେ ବିଦ୍ୟୁତ ଖୁଣ୍ଟ ପାଖରେ ଥିବା ଗଛପ୍ରତି ଦୃଷ୍ଟି ଦେଇଥାନ୍ତେ ତେବେ ଏହି ନିରୀହ ଜୀବ ଟି ଜୀବନ ବଂଚି ପାରିଥାନ୍ତା | ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |