ସାମନ୍ତରାୟପୁର ହାଇସ୍କୁଲରେ ୧୯୯୮ ବେଚର ଗୁରୁପୂଜନ ଓ ବନ୍ଧୁମିଳନ |

179

କଟକ (ଉତ୍କଳ ନ୍ୟୁଜ ) ୨୫-୧୨-୨୦୨୩ : ଭଦ୍ରକ ଜିଲ୍ଲା ଗଦି ବଜାରସ୍ଥିତ ସାମନ୍ତରାୟପୁର ହାଇସ୍କୁଲରେ ୧୯୯୮ ବେଚର ଗୁରୁପୂଜନ ଓ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ପୂରାତନ ଛାତ୍ର ହରମୋହନ ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ପୂରାତନ ଶିକ୍ଷକ କୈଳାସ ଚନ୍ଦ୍ର ରଣା,ସଦାଶିବ ନାୟକ, ଗଜେନ୍ଦ୍ର ପଣ୍ଡା, ପ୍ରେମାନନ୍ଦ ବଳ, ଉମାକାନ୍ତ ତ୍ରିପାଠୀ, ବନମାଳୀ ଜେନା, ପୁରୁଲି ମିଶ୍ର, ଦେବେନ୍ଦ୍ର ବାରିକ, ଗୟାଧର ବଳଙ୍କ ସମେତ ହାଇସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ୧୯୯୮ ମସିହାର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କରିପୋର୍ଟ ଉତ୍କଳ ନ୍ୟୁଜ |