ଓଡିଶା କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ଜିଲ୍ଲା ସମିଳନୀ।

157

କଟକ(ଉତ୍କଳ ନିଉଜ)୨୪/୧୨/୨୦୨୩ : ଓଡିଶା କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ଭଦ୍ରକ ଜିଲ୍ଲା ସମିଳନୀ ଭଦ୍ରକ ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ପ୍ରଥମେ ସଂଘର ପତାକା ଉତ୍ତୋଳନ କରାଯିବା ପରେ ଏକ ଖଣ୍ଡା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ପରେ ସଂଘର ଭଦ୍ରକ ଜିଲ୍ଲା ସଭାପତି ପ୍ରମୋଦ କୁମାର ରାୟଙ୍କ ସଭାପତିତ୍ୱରେ ଏହି ଜିଲ୍ଲା ସମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ବ୍ଲକ ଅଧକ୍ଷ ଉର୍ମିଳା ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଜଗନ୍ନାଥ ସ୍ୱାଇଁ. ଡା ପ୍ରଦୀପ ନାୟକଙ୍କ ସହିତ ମହାସଂଘର ବହୁ ବରିଷ୍ଟ କାର୍ଯ୍ୟକର୍ତ୍ତା ଯୋଗଦେଇ କ୍ଷତ୍ରିୟ ଖଣ୍ଡାୟତମାନଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ଏହି ସଙ୍ଘ କିପରି କ୍ଷତ୍ରିୟ ଖଣ୍ଡାୟତମାନଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବ ସେ ବିଷୟରେ ବିଶେଷ ଭାବେ ଆଲୋଚନା ହୋଇଥିଲା। ଏହି ଅବସରରେ ଉପସ୍ଥିତ ନେତୃବୃନ୍ଦଙ୍କୁ ମହାସଂଘ ପକ୍ଷରୁ ସମ୍ମାନିତ କରା ଯାଇଥିଲା। ଏଥିରେ ଭଦ୍ରକ ଜିଲ୍ଲାର ୭ଟି ବ୍ଲକରୁ ଶତାଧିକ ଖଣ୍ଡାୟତ ପ୍ରତିନିଧି ଯୋଗ ଦେଇଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।