ଡକାୟତ ଗେଙ୍ଗର ୬ ଜଣ ଗିରଫ, ଚୋରୀ ଟଙ୍କା ଓ ଅଳଙ୍କାର ଜବତ୍।

585

କଟକ(ଉତ୍କଳ ନିଉଜ)୨୪/୧୨/୨୦୨୩ : ଡକାୟତ ଗେଙ୍ଗର ୬ ଜଣ ଗିରଫ, ଚୋରୀ ଟଙ୍କା ଓ ଅଳଙ୍କାର ଜବତ୍। ଭଦ୍ରକ ଜିଲ୍ଲା ସାବରଙ୍ଗ ପୋଲିସ ଏକ ବଡ଼ ଡକାୟତି ଗେଙ୍ଗକୁ ଧରିବାରେ ସକ୍ଷମ ହେବା ସହିତ ସେମାନଙ୍କ ନିକଟରୁ ଚୋରି ଟଙ୍କା ଓ ସୁନା ରୁପା ଅଳଙ୍କାରକୁ ଜବତ କରିଛି। ଗତ ୧୪ ତାରିଖରେ ସାବରଙ୍ଗ ଥାନା ଅଧିନସ୍ଥ ଚଣ୍ଡିଗାଁରେ ଦୁଇ ଜଣ ଲୋକଙ୍କ ଘରେ ଡକାୟତି ହୋଇଥିଲା। ଡକାୟତମାନେ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ। ଏ ସମ୍ପର୍କରେ ସାବରଙ୍ଗ ଥାନାରେ ଅଭିଯୋଗ ହେବାପରେ ପୋଲିସ ସାଇଣ୍ଟିଫିକ ଟିମ୍ ସହିତ ଘଟଣାର ଅଧିକ ତଦନ୍ତ କରୁଥିଲେ। ସୂରାକ୍ ପାଇବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଛାନ୍ନଭିନ୍ କରି ଚୋରି ଘଟଣାରେ ମୋଟ ୬ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନସ୍ଥ ପଗଡ଼ ଗ୍ରାମର ଅଜୁଦାସ, ରାଜୁ ଦାସ, ରାମୁ ଦାସ, କେନ୍ଦ୍ରାପଡ଼ା ଜିଲ୍ଲାର ବଳିଆ ଦାସ, ସାବରଙ୍ଗ ଥାନା ଇତଗଡି ଗ୍ରାମର ଦୁଖା ଦାସ ସମ୍ପୃକ୍ତ ଥିବାଜାଣି ପୋଲିସ ସେମାନଙ୍କୁ କାବୁ କରି ଥାନାକୁ ଆଣି ପଚରାଉଚରା କରିବା ପରେ ଘଟଣାର ଫର୍ଦାଫାଶ ହୋଇଥିଲା। ସେମାନେ ଚୋରି କରିଥିବା ସୁନା ଓ ରୁପା ଅଳଙ୍କାର ସହିତ ସେମାନଙ୍କ ନିକଟରୁ ୩ଟି ମୋଟର ସାଇକେଲ, କଟୁରୀ ଓ ଭୁଜାଲିକୁ ଜବତ କରିବା ସହିତ ଗିରଫ କରିଛି। ପରେ ଏହି ଚୋରି ଜିନିଷ କିଣା ବିକାରେ ସମ୍ପୃକ୍ତ ଥିବା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବେଗୁନିଆ ଗ୍ରାମର ରମାକାନ୍ତ ସାହୁଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ଡକାୟତମାନେ ପୂର୍ବରୁ କେତେକ ଅପରାଧରେ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ସହିତ ପୋଲିସ ଅଧିକ ତଦନ୍ତ କରୁଥିବା ସାବରଙ୍ଗ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରକାଶ କରିଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।