ଚାଷୀଙ୍କୁ ପରିବା ଚାରା ବାଣ୍ଟିଲା ତିହିଡି ଯୁବମଞ୍ଚ।

437

କଟକ(ଉତ୍କଳ ନିଉଜ)୨୪/୧୨/୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ସାମାଜିକ ସଂଗଠନ ତିହିଡି ଯୁବମଞ୍ଚ ପକ୍ଷରୁ ଆର୍ଥିକ ଅନଗ୍ରସର ଚାଷୀମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟନେଇ ଏକ ନିଆରା କାର୍ଯ୍ୟକ୍ରମ "ମୁଁ ବି ହେବି ସ୍ୱାବଲମ୍ବୀ" କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ତିହିଡି ବ୍ଲକ ତଳଗୋପାବିନ୍ଧା ପଞ୍ଚାୟତରେ ଭିନ୍ନ ଭିନ୍ନ ପରିବା ଚାରା ବଣ୍ଟନ କରା ଯାଇଥିଲା। କରୋନା ମହାମାରୀ ପରେ ଚାଷୀମାନେ ଋଣଗ୍ରସ୍ତ ହୋଇ ପଡିଛନ୍ତି। ସେମାନଙ୍କ ଆର୍ଥିକ ମାନଦଣ୍ଡ ଭାଙ୍ଗି ପଡିଛି, ପରିବା ଚାଷ ପାଇଁ ଇଚ୍ଛା ଥିଲେ ମଧ୍ୟ ଚାଷ କରିବା ପାଇଁ ସାହସ ଜୁଟାଇ ପାରୁ ନାହାନ୍ତି କ୍ଷୁଦ୍ର ଚାଷୀ। ସେଇ ଚାଷୀମାନଙ୍କୁ ଚାଷ ମନସ୍କ କରାଇ ସେମାନଙ୍କର ଆର୍ଥିକ ସ୍ବଚ୍ଛଳତା ସୃଷ୍ଟି କରିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ବୋଲି ସମ୍ପାଦକ ନିରଞ୍ଜନ ବାରିକ ମତପୋଷଣ କରିଥିଲେ। ସଂଗଠନର ସଂଯୋଜକ ଆଇନଜୀବି ନୀଳମାଧବ ସେନାପତିଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ସଭାପତି କୈଳାସ ବେହେରା, ସମ୍ପାଦକ ନିରଞ୍ଜନ ବାରିକ, ସମାଜସେବୀ ରବିନ୍ଦ୍ର ମହାକୁଳ, ଗୋପସେବା ସମାଜର ସଭାପତି ନିରଞ୍ଜନ ସାମଲ, ବିଦ୍ୟାଧର ପଣ୍ଡା ପ୍ରମୁଖ ମଞ୍ଚାସିନ ରହି ଚାଷୀଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ବକ୍ତବ୍ୟ ମାଧ୍ୟ୍ୟମରେ ଉତ୍ସାହିତ କରିଥିଲେ। ଏହି ପରିବା ଚାରା ବଣ୍ଟନ କାର୍ଯ୍ୟକ୍ରମ ବିଭିନ୍ନ ପଞ୍ଚାୟତରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରା ଯାଇଛି। ସଂଗଠନ ପକ୍ଷରୁ ସଦସ୍ୟ ବାସ୍ତବ ପଣ୍ଡା, କୋଷାଧ୍ୟକ୍ଷ ସାକିରୁଦ୍ଦିନ ଖାଁ, ସୟଦ ରଫିକ, ସୟଦ ଆଶିକ, ପ୍ରଳୟ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମାଜସେବୀ ପ୍ରଦୀପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।